ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭାରତର ଟିକାକରଣ ଅଭିଯାନକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

0

ନୂଆଦିଲ୍ଲୀ: ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା। କରୋନାକୁ ମାତ ଦେବା ପାଇଁ ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଛି। କିଛି ଦିନ ମଧ୍ୟରେ ଟିକାକରଣ ୧୦୦ କୋଟି ଛୁଇଁବ। ଭାରତର ଏହି ସଫଳ ଅଭିଯାନକୁ ନେଇ ବିଶ୍ୱବ୍ୟାଙ୍କ ଖୁସି ଅଛି। ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ ମାଲପାସ ଭାରତର ଟିକାକରଣ ଅଭିଯାନକୁ ଭୁରିଭୁରି ପ୍ରଶଂସା କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସାକ୍ଷାତ ସମୟରେ ଡେଭିଡ ମାଲପାସ କହିଥିଲେ, କରୋନା ବିରୋଧରେ ଟିକାକରଣ ଅଭିଯାନରେ ଭାରତ ବହୁତ ଭଲ କାମ କରିଛି।। ଟିକା ଉତ୍ପାଦନରେ ମଧ୍ୟ ଭାରତ ଯୋଗଦାନ ପ୍ରଶଂସାଯୋଗ୍ୟ। ଏହି ସାକ୍ଷାତ ସମୟରେ ନିର୍ମଳା ସୀତାରମଣଙ୍କ ସହ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ବିସ୍ତୁତ ଆଲୋଚନା ହୋଇଛି। ଭାରତର ବିଭନ୍ନ ପ୍ରଭାବଶାଳୀ ଯୋଜନା ଯୋଗୁଁ ସମୟ ପୂର୍ବରୁ ଲକ୍ଷ୍ୟ ହାସଲ କରିପାରିବ ବୋଲି ଡେଭିଡ ମାଲପାସ କହିଛନ୍ତି।

ଏହା ସହିତ ଡେଭିଡ ମାଲପାସ ଅନ୍ତର୍ଜାତୀୟ ବିକାଶ ସଂଗଠନରେ ଭାରତର ଯୋଗଦାନକୁ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ମଧ୍ୟ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଆଲୋଚନାରେ ଭାରତର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ମନ୍ଥନ ହୋଇଛି। ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଏନେଇ ଖୁସି ବ୍ୟକ୍ତ କରିଛନ୍ତି ଯେ , ଭାରତ ସମୟ ସହିତ ଅନେକ ସଂସ୍କାର ଆଣିଛି। ଏବଂ ବିଶ୍ୱବ୍ୟାଙ୍କ ତରଫରୁ ଭାରତକୁ ସମସ୍ତ ପ୍ରକାର ସହାୟତା ମିଳିବ ବୋଲି ଡେଭିଡ ମାଲପାସ କହିଛନ୍ତି।

Leave A Reply

Your email address will not be published.