ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଭାରତର ଟିକାକରଣ ଅଭିଯାନକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

0

ନୂଆଦିଲ୍ଲୀ: ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା। କରୋନାକୁ ମାତ ଦେବା ପାଇଁ ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଛି। କିଛି ଦିନ ମଧ୍ୟରେ ଟିକାକରଣ ୧୦୦ କୋଟି ଛୁଇଁବ। ଭାରତର ଏହି ସଫଳ ଅଭିଯାନକୁ ନେଇ ବିଶ୍ୱବ୍ୟାଙ୍କ ଖୁସି ଅଛି। ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ ମାଲପାସ ଭାରତର ଟିକାକରଣ ଅଭିଯାନକୁ ଭୁରିଭୁରି ପ୍ରଶଂସା କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସାକ୍ଷାତ ସମୟରେ ଡେଭିଡ ମାଲପାସ କହିଥିଲେ, କରୋନା ବିରୋଧରେ ଟିକାକରଣ ଅଭିଯାନରେ ଭାରତ ବହୁତ ଭଲ କାମ କରିଛି।। ଟିକା ଉତ୍ପାଦନରେ ମଧ୍ୟ ଭାରତ ଯୋଗଦାନ ପ୍ରଶଂସାଯୋଗ୍ୟ। ଏହି ସାକ୍ଷାତ ସମୟରେ ନିର୍ମଳା ସୀତାରମଣଙ୍କ ସହ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ବିସ୍ତୁତ ଆଲୋଚନା ହୋଇଛି। ଭାରତର ବିଭନ୍ନ ପ୍ରଭାବଶାଳୀ ଯୋଜନା ଯୋଗୁଁ ସମୟ ପୂର୍ବରୁ ଲକ୍ଷ୍ୟ ହାସଲ କରିପାରିବ ବୋଲି ଡେଭିଡ ମାଲପାସ କହିଛନ୍ତି।

ଏହା ସହିତ ଡେଭିଡ ମାଲପାସ ଅନ୍ତର୍ଜାତୀୟ ବିକାଶ ସଂଗଠନରେ ଭାରତର ଯୋଗଦାନକୁ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ମଧ୍ୟ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଆଲୋଚନାରେ ଭାରତର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ମନ୍ଥନ ହୋଇଛି। ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଏନେଇ ଖୁସି ବ୍ୟକ୍ତ କରିଛନ୍ତି ଯେ , ଭାରତ ସମୟ ସହିତ ଅନେକ ସଂସ୍କାର ଆଣିଛି। ଏବଂ ବିଶ୍ୱବ୍ୟାଙ୍କ ତରଫରୁ ଭାରତକୁ ସମସ୍ତ ପ୍ରକାର ସହାୟତା ମିଳିବ ବୋଲି ଡେଭିଡ ମାଲପାସ କହିଛନ୍ତି।

Leave A Reply

Your email address will not be published.