ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଜି ବି ତୈଳ ଦର ବଢ଼ିଲା

0

ଭୁବନେଶ୍ବର: ଦେଶରେ ଆଜି ପୁଣି ବଢିଛି ତୈଳ ଦର। ତୈଳ କମ୍ପାନି ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି। ଲଗାତର ତୈଳ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଦେଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି। ଡିଜେଲର ଦର ବଢିବାରୁ ପରିବହନ ହେଉଥିବା ଅନ୍ୟ ଖାଦ୍ୟ ସାମଗ୍ରୀ, ପରିବା ମଧ୍ୟ ମହଙ୍ଗା ହେଉଛି। ସେପଟେ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ରୀ ମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦାମ ଉପରେ ସରକାର ନଜର ରଖିଛନ୍ତି। ତୈଳ ଦର ମୂଲ୍ୟ ସ୍ଥିର ରଖିବା ନେଇ ପ୍ରୟାସ ଜାରି ରହିଛି।

୧୭ ଦିନ ଭିତରେ ୩ ଦିନ କେବଳ ତୈଳ ଦର ସ୍ଥିର ରହିଥିଲା। ଅକ୍ଟୋବରରେ ପେଟ୍ରୋଲ ୪ ଟଙ୍କା ୧୫ ପଇସା ବଢିଥିବା ବେଳେ ଡିଜେଲ ୪ ଟଙ୍କା ୭୦ ପଇସା ବୃଦ୍ଧି ହୋଇଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୈଦେଶିକ ମୂଦ୍ରା ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଆଧାରରେ ଅପଡେଟ ହେଉଛି। ତୈଳ ମାର୍କେଟ କମ୍ପାନି ଗୁଡିକ ପ୍ରତିଦିନ ସମୀକ୍ଷା କରିବା ପରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର କରନ୍ତି। ପେଟ୍ରୋଲର ମୂଲ୍ୟ ବୃଦ୍ଧି ସହିତ ଦୈନଦିନ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଛି।

ଏବେ ପେଟ୍ରୋଲ ଦେଶର ସବୁ ରାଜ୍ୟରେ ସେଞ୍ଚୁରି ପାର କରିଥିବା ବେଳେ ଡିଜେଲ ଦର ମଧ୍ୟ କେଉଁଠି କେଉଁଠି ଶତକ ଟପିଲାଣି। ପ୍ରତିଦିନ ସକାଳ ୬ଟାରେ ଆଇଓସିଏଲ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଥାନ୍ତି।

Leave A Reply

Your email address will not be published.