ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସମୁଦ୍ରକୂଳେ କ୍ୟାଟ୍ରିନାଙ୍କ ଜବରଦସ୍ତ ପୋଜ୍‌…

0

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନ କୈଫ ଏବେ ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସେ ସେୟାର କରୁଥିବା ପ୍ରତିଟି ପୋଷ୍ଟରେ ସୂର୍ଯ୍ୟବଂଶୀ ଉପରେ ଲେଖିବାକୁ ଭୁଲୁନାହାନ୍ତି। ଏବେ ପୁଣି ଥରେ କ୍ୟାଟ୍ରିନା ସାନନ୍ଦାର ଓ ନିଆରା ଅନ୍ଦାଜରେ ସୋସିଆଲ ମିଡିଆରେ ଫିଲ୍ମର ପ୍ରମୋସନ କରିଛନ୍ତି।

ରବିବାର କ୍ୟାଟ୍ରିନା ଏକ ଧଳା ପୋଷାକରେ ଦମଦାର ଫଟୋ ପୋଷ୍ଟ କରିଥିଲେ; ଯେଉଁଥିରେ ସେ ଏକ ସମୁଦ୍ରକୂଳେ ପୋଜ ଦେଉଥିବାର ନଜର ଆସିଛନ୍ତି।ସମୁଦ୍ର କୂଳରେ ବାଲି ଉପରେ କ୍ୟାଟ୍ରିନା ପୋଜ ଦେଉଥିବା ବେଳେ ସୂର୍ଯ୍ୟର କିରଣ ମଧ୍ୟ ତାଙ୍କ ମୁହଁ ଉପରେ ପଡିଛି। ଏହି ଫଟୋଟି ସୋସିଆଲ ମିଡିଆରେ ସେୟାର କରି କ୍ୟାଟ୍ରିନା ଲେଖିଛନ୍ତି , ସୂର୍ଯ୍ୟବଂଶୀ। ଏହା ସହ ସେ ସୂର୍ଯ୍ୟର ଏକ ଇମୋଜି ଦେଇଥିଲେ।

ରୋହିତ ସେଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ କ୍ୟାଟ୍ରିନା କୈଫ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ନଭେମ୍ବର ୫ରେ ରିଲିଜ ହେବ। ଦୀପାବଳି ଠିକ ପୂର୍ବଦିନ ଫିଲ୍ମ ରିଲିଜ ହେବ। ଫିଲ୍କଟି ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଆଶା କରାଯାଉଛି। ଫିଲ୍ମରେ ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂଙ୍କୁ ଦେଖିବାକୁ ମିଳିବ। ଗତବର୍ଷ ମାର୍ଚ୍ଚ ୨୦୨୦ରେ ଫିଲ୍ମ ରିଲିଜ ହେବାର ଥିଲା। କିନ୍ତୁ କରୋନା ଭାଇରାସ ଯୋଗୁଁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଏବେ ସିନେମା ହଲ ଗୁଡିକ ଖୋଲିଥିବା ବେଳେ ବଡ଼ ପରଦାରେ ସୂର୍ଯ୍ୟବଂଶୀକୁ ଦେଖିବାକୁ ପାଇଁ ସିନେପ୍ରେମୀ ବହୁତ ଉତ୍ସାହିତ ଅଛନ୍ତି।

ଏହି ପୋଷ୍ଟ ପୂର୍ବରୁ କ୍ୟାଟ୍ରିନା ଏକ ନାଲି ରଙ୍ଗର ପୋଷାକର ଫଟୋ ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଥିଲେ। ସେହି ଫଟୋଟି ବି ପୋଷ୍ଟ କରି କ୍ୟାଟ୍ରିନା ‘ସୂର୍ଯ୍ୟବଂଶୀ’ ଫିଲ୍ମ ଉପରେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.