ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ବିଧାୟକଙ୍କ ଘରୁ ମିଳିଲା ଦେଢ କେଜିର ସୁନା

0

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଛି ପୁଳାପୁଳା ସୁନା। ରବିବାର ଭିଜିଲାନ୍ସ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କ ଚଢାଉ କରାଯାଇଥିବା ବେଳେ ପାଖାପାଖି ଦେଢ କିଲୋ ଓଜନର ସୁନା ଜବତ କରାଯାଇଛି। ୧୪୪୦ ଗ୍ରାମ ସୁନା ଜବତ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଦେଶର ନାମୀ ବ୍ରାଣ୍ଡର ଏକ ଦାମୀ ହାର ଜବତ କରାଯାଇଛି। ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା ହେବ । ପ୍ରଦୀପ ଓ ତାଙ୍କ ପରିବାରର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି। ଘରୁ ଜବତ ହୋଇଥିବା ସମସ୍ତ ଦସ୍ତାବିଜର ଚାଟାର୍ଡ ଆକାଉଣ୍ଟ ତଦନ୍ତ କରିବେ। ଇଲୋକ୍ଟ୍ରୋନିକ ପ୍ରମାଣ ଓ କାଗଜପତ୍ରର ଯାଞ୍ଚ କରିବ ସାଇବର ସେଲ। ସାକ୍ଷୀ , ସନ୍ଦିଗ୍ଧ ଓ ଅଭିଯୁକ୍ତଙ୍କ ପରୀକ୍ଷା ସଠିକ ସମୟରେ ହେବ। ସମ୍ପତ୍ତି ବ୍ୟାଜାପ୍ତି ପାଇଁ ପଦକ୍ଷେପ ନିଆଯାଉଛି। ଏବେ ତଦନ୍ତ ଜାରି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାୟ ୨୩ ଘଣ୍ଟା ପ୍ରଦୀପଙ୍କ ଘରେ ଖୋଳତାଡ଼ କରିଥିଲା ଭିଜିଲାନ୍ସ। ରବିବାର ସକାଳୁ ଚଢାଉ କରିଥିଲା ଓ ଆଜି ସକାଳ ୬ଟାରେ ଚଢାଉ ଶେଷ କରି ଫେରିଥିଲା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୫ଟି ସ୍ଥାନରେ ରେଡ୍‌ କରାଯାଇଥିଲା।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ୫ କୋଟିରୁ ଅଧିକ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଜେଲରୁ ବାହାରିବା ପରେ ପ୍ରଦୀପ ପାଣିଗ୍ରାହୀ ଏହାକୁ ଚ୍ୟାଲଞ୍ଜ କରି ହାଇକୋର୍ଟ ଯାଇଥିଲେ। ପରେ ହାଇକୋର୍ଟ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଏସଏଲପି ଜରିଆରେ ସୁପ୍ରିମକୋର୍ଟ ଯାଇଥିଲେ ଲୋକାୟୁକ୍ତ।ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଥିବାରୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ପୁଣି କାର୍ଯ୍ୟକାରୀ କରିଛି ଭିଜିଲାନ୍ସ।

ଗତ ବର୍ଷ ଡି‌‌ସେମ୍ବର ୩ ତାରିଖରେ ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏହା ପରେ ଜୁନ ୧୨ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Leave A Reply

Your email address will not be published.