ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

କାହିଁକି ପରସ୍ପରଠୁ ଦୂରରେ ରହୁଛନ୍ତି ଅନୁଷ୍କା-କୋହଲି?

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଆସିଛି ଦୂରତା। ଅନୁଷ୍କା ନିଜେ ଏକ ପୋଷ୍ଟ ସେୟାର କରି ଏନେଇ ଜଣାଇଛନ୍ତି।ଦୂରତାର କାରଣ ହେଉଛି କ୍ବାରେଣ୍ଟିନ୍ ଦୁବାଇରେ କ୍ବାରେଣ୍ଟିନରେ ଅନୁଷ୍କା ଥିବା ବେଳେ ବିରାଟଙ୍କ କିଛି ଫଟୋ ପୋଷ୍ଟ କରି ନିଜ ଅବସ୍ଥା ବିଷୟରେ କହିଛନ୍ତି।

ଟି-୨୦ ବିଶ୍ୱକପ ୟୁଏଇରେ ଚାଲିଛି। ବିରାଟ କୋହଲି ଭାରତୀୟ ଟିମ ସହ ୟୁଏଇରେ ଅଛନ୍ତି। କୋହଲିଙ୍କୁ ଉତ୍ସାହିତ କରିବାକୁ ଦୁବାଇ ପହଞ୍ଚିଛନ୍ତି ଅନୁଷ୍କା। ସେ ଦୁବାଇ ହୋଟେଲର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ହୋଟେଲରେ ଅନୁଷ୍କା ରହୁଛନ୍ତି ଏବଂ କ୍ବାରେଣ୍ଟିନରେ ଅଛନ୍ତି। ଅନୁଷ୍କା ପୋଷ୍ଟ କରିଥିବା ଫଟୋରେ ବିରାଟ କୋହଲି ବାଲକୋନିରେ ଛିଡା ହୋଇଛନ୍ତି ଏବଂ ହୋଟେଲ ଲନ ଉପରେ ଛିଡା ହୋଇ ଅଭିନେତ୍ରୀଙ୍କୁ ହାଏ କରୁଥିବା ଦେଖିବାକୁ ମିଳିଛି।

ଅନୁଷ୍କା ଫଟୋ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଏହି ଦୁଇ କ୍ୟାପସନରୁ ଗୋଟିଏ ବାଛି ପାରିଲିନାହିଁ। କ୍ବାରେଣ୍ଟିନ ଆପଣଙ୍କ ହୃଦୟକୁ ଆହୁରି ପ୍ରେମରେ ପରିପୂର୍ଣ୍ଣ କରିଥାଏ ଏବଂ ବବଲ ୱାଲି ଜୀବନ ମଧ୍ୟରେ ପ୍ରେମ…ଓଃ ଆପଣ ନିଶ୍ଚୟ ବୁଝିଥିବେ’। ଅନୁଷ୍କାଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍‌ମାନଙ୍କ ବହୁତ ସାରା ଭଲ ପାଇବା ମିଳୁଛି। ଏଥିସହ ସେଲିବ୍ରିଟିମାନେ ମଧ୍ୟ ଏହା ଉପରେ କମେଣ୍ଟ କରୁଛନ୍ତି। ଅନୁଷ୍କାଙ୍କ ଏହି ଫଟୋରେ ରଣବୀର ସିଂହ, ସାନିଆ ମୀର୍ଜା ଓ ଅନ୍ୟ ତାରକାମାନେ କମେଣ୍ଟ କରିଛନ୍ତି।

ଅନୁଷ୍କା ଶର୍ମା ଓ ବିରାଟ କୋହଲି ୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ବିବାହ କରିଥିଲେ। ଏହି ବିବାହ ଏକ ବ୍ୟକ୍ତିଗତ ସମାରୋହରେ ହୋଇଥିଲା। ଯେଉଁଥିରେ କେବଳ ଦୁଇ ପରିବାରର ଲୋକ ସାମିଲ ଥିଲେ।ଅନୁଷ୍କା ଶର୍ମାଙ୍କ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଆଜିକାଲି ସେ ବିଜ୍ଞାପନରେ କାମ କରୁଥିବାର ଦେଖିବାକୁ ମିଳୁଛି।

Leave A Reply

Your email address will not be published.