ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

କାହିଁକି ପରସ୍ପରଠୁ ଦୂରରେ ରହୁଛନ୍ତି ଅନୁଷ୍କା-କୋହଲି?

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଆସିଛି ଦୂରତା। ଅନୁଷ୍କା ନିଜେ ଏକ ପୋଷ୍ଟ ସେୟାର କରି ଏନେଇ ଜଣାଇଛନ୍ତି।ଦୂରତାର କାରଣ ହେଉଛି କ୍ବାରେଣ୍ଟିନ୍ ଦୁବାଇରେ କ୍ବାରେଣ୍ଟିନରେ ଅନୁଷ୍କା ଥିବା ବେଳେ ବିରାଟଙ୍କ କିଛି ଫଟୋ ପୋଷ୍ଟ କରି ନିଜ ଅବସ୍ଥା ବିଷୟରେ କହିଛନ୍ତି।

ଟି-୨୦ ବିଶ୍ୱକପ ୟୁଏଇରେ ଚାଲିଛି। ବିରାଟ କୋହଲି ଭାରତୀୟ ଟିମ ସହ ୟୁଏଇରେ ଅଛନ୍ତି। କୋହଲିଙ୍କୁ ଉତ୍ସାହିତ କରିବାକୁ ଦୁବାଇ ପହଞ୍ଚିଛନ୍ତି ଅନୁଷ୍କା। ସେ ଦୁବାଇ ହୋଟେଲର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ହୋଟେଲରେ ଅନୁଷ୍କା ରହୁଛନ୍ତି ଏବଂ କ୍ବାରେଣ୍ଟିନରେ ଅଛନ୍ତି। ଅନୁଷ୍କା ପୋଷ୍ଟ କରିଥିବା ଫଟୋରେ ବିରାଟ କୋହଲି ବାଲକୋନିରେ ଛିଡା ହୋଇଛନ୍ତି ଏବଂ ହୋଟେଲ ଲନ ଉପରେ ଛିଡା ହୋଇ ଅଭିନେତ୍ରୀଙ୍କୁ ହାଏ କରୁଥିବା ଦେଖିବାକୁ ମିଳିଛି।

ଅନୁଷ୍କା ଫଟୋ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଏହି ଦୁଇ କ୍ୟାପସନରୁ ଗୋଟିଏ ବାଛି ପାରିଲିନାହିଁ। କ୍ବାରେଣ୍ଟିନ ଆପଣଙ୍କ ହୃଦୟକୁ ଆହୁରି ପ୍ରେମରେ ପରିପୂର୍ଣ୍ଣ କରିଥାଏ ଏବଂ ବବଲ ୱାଲି ଜୀବନ ମଧ୍ୟରେ ପ୍ରେମ…ଓଃ ଆପଣ ନିଶ୍ଚୟ ବୁଝିଥିବେ’। ଅନୁଷ୍କାଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍‌ମାନଙ୍କ ବହୁତ ସାରା ଭଲ ପାଇବା ମିଳୁଛି। ଏଥିସହ ସେଲିବ୍ରିଟିମାନେ ମଧ୍ୟ ଏହା ଉପରେ କମେଣ୍ଟ କରୁଛନ୍ତି। ଅନୁଷ୍କାଙ୍କ ଏହି ଫଟୋରେ ରଣବୀର ସିଂହ, ସାନିଆ ମୀର୍ଜା ଓ ଅନ୍ୟ ତାରକାମାନେ କମେଣ୍ଟ କରିଛନ୍ତି।

ଅନୁଷ୍କା ଶର୍ମା ଓ ବିରାଟ କୋହଲି ୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ବିବାହ କରିଥିଲେ। ଏହି ବିବାହ ଏକ ବ୍ୟକ୍ତିଗତ ସମାରୋହରେ ହୋଇଥିଲା। ଯେଉଁଥିରେ କେବଳ ଦୁଇ ପରିବାରର ଲୋକ ସାମିଲ ଥିଲେ।ଅନୁଷ୍କା ଶର୍ମାଙ୍କ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା। ଆଜିକାଲି ସେ ବିଜ୍ଞାପନରେ କାମ କରୁଥିବାର ଦେଖିବାକୁ ମିଳୁଛି।

Leave A Reply

Your email address will not be published.