ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

୨୩ ଘଣ୍ଟା ଘାଣ୍ଟିଲା ଭିଜିଲାନ୍ସ

0

ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଜେଲରୁ ସିନା ମୁକ୍ତି ପାଇଲେ କିନ୍ତୁ ଭିଜିଲାନ୍ସ ପଞ୍ଝା ଭିତରୁ ମୁକୁଳି ପାରୁନାହାଁନ୍ତି ବିଧାୟକ। ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଶି ଖାନତଲାସି କରିଛି ଭିଜିଲାନ୍ସ। ରାତି ସାରା ଚାଲିଛି ରେଡ୍।ପାଖାପାଖି ୨୩ ଘଣ୍ଟା ଧରି ମାରାଥନ ଚଢାଉ କରାଯାଇଛି। ଗତକାଲି ସକାଳ ୭ରୁ ଚଢାଉ ଆରମ୍ଭ ହୋଇଥିଲା। ଆଉ ଆଜି ସକାଳ ୬ରେ ଚଢାଉ ଶେଷ କରି ଫେରିଛି ଭିଜିଲାନ୍ସ ଟିମ।

୨୩ ଘଣ୍ଟା ଧରି ଚଢାଉ ସମୟରେ ଟଙ୍କା, ବ୍ୟାଙ୍କ ପାସବୁକ,ଓ ବହୁ ପରିମାଣର ଅଳଙ୍କାର ଓ ଲାପଟପ ଜବତ କରାଯାଇଛି। ପ୍ରଦୀପଙ୍କ ଅର୍ଥନୀତି କାରବାରର ଲିଙ୍କ ଖୋଜିଛି ଭିଜିଲାନ୍ସ। କେତେ ପରିମାଣରେ ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାର ହିସାବ କରିଛି ଭିଜିଲାନ୍ସର ଏକାଧିକ ଟିମ। ଏକକାଳୀନ ୧୫ଟି ଯାଗାରେ ଚଢାଉ କରାଯାଉଛି।

ଭୁବନେଶ୍ୱର ୟୁନିଟ ୬ରେ ଥିବା ସରକାରୀ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ। ପ୍ରଦୀପଙ୍କ ପରାମର୍ଶଦାତା ସର୍ବେଶ୍ୱର ରାଓଙ୍କ ବ୍ରହ୍ମପୁର ବାସଭବନ, ପ୍ରଦୀପଙ୍କ ସହଯୋଗୀ କମ୍ବୁପାଣି ସାହୁଙ୍କ ବଡ଼କୁଶସ୍ଥଳୀ ବାସଭବନ ଓ ସେହି ଗାଁରେ ହରେକୃଷ୍ଣ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଖାନତଲାସି କରିଛି। ସେହିପରି ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାର ସହିତ ଜଡ଼ିତ ମଦନ ମୋହନ ପାଣିଗ୍ରାହୀଙ୍କ ନରେନ୍ଦ୍ରପୁର ବାସଭବନ ଓ ଡ୍ରାଇଭର ଉଜ୍ୱଳ ପାଣିଗ୍ରାହୀଙ୍କ ଘରେ ବି ଭିଜିଲାନ୍ସ ରେଡ କରିଥିଲା।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ୫ କୋଟିରୁ ଅଧିକ ଟଙ୍କା ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ନେଇ ଏହି ଚଢାଉ ହୋଇଥିଲା। ଏନେଇ ଲୋକାୟୁକ୍ତଙ୍କୁ ତ ଡିସେମ୍ବର ୯ ତାରିଖରେ ଅବଗତ କରାଇଥିଲା। ଏହି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଜେଲରୁ ବାହାରିବା ପରେ ପ୍ରଦୀପ ପାଣିଗ୍ରାହୀ ଏହାକୁ ଚ୍ୟାଲଞ୍ଜ କରି ହାଇକୋର୍ଟ ଯାଇଥିଲେ। ପରେ ହାଇକୋର୍ଟ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ। ଏହାପରେ ଏସଏଲପି ଜରିଆରେ ସୁପ୍ରିମକୋର୍ଟ ଯାଇଥିଲେ ଲୋକାୟୁକ୍ତ।

ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଥିବାରୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ପୁଣି କାର୍ଯ୍ୟକାରୀ କରିଛି ଭିଜିଲାନ୍ସ। ଗତ ବର୍ଷ ଡିସମ୍ବର ୩ ତାରିଖରେ ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏହା ପରେ ଜୁନ ୧୨ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତାଙ୍କ ନାଁରେ ଥିବା ଷଷ୍ଠ ମାମଲାରେ ସେ ଜାମିନ ପାଇବା ପରେ ଜେଲରୁ ମୁକୁଳିଥିଲେ ।

Leave A Reply

Your email address will not be published.