ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଧମାଲ ମଚାଇଲା ରାନୁଙ୍କ ନୂଆ ଭିଡିଓ

0

ମୁମ୍ବାଇ: ଗୋଟିଏ ଗୀତ ଗାଇ ରାତାରାତି ସେନସେସନ ପାଲଟିଥିବା ରାନୁ ମଣ୍ଡଳଙ୍କ ଏବେ ‘ବଚପନ କା ପ୍ୟାର’ ଗୀତ ଗାଉଥିବାର ଭିଡିଓ ଭାଇରାଲ ହୋଇଛି। ଏହା ପୂର୍ବରୁ ରାନୁଙ୍କ ହିଟ୍ ଟ୍ରାକ ‘ମାଣିକ ମଗେ ହିତେ’ଗୀତର ଭିଡିଓ ସାମନାକୁ ଆସିଥିଲା। ୟୁଟ୍ୟୁବର ରୋନ୍ଧନ ପୋରିଚୋଏ ରାନୁ ମଣ୍ଡଳଙ୍କ ବଚପନ କା ପ୍ୟାର ଗୀତର ୧୫ ସେକେଣ୍ଡର ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ଏବେ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ନାଲି ଟି ସାର୍ଟ ଓ ସ୍କର୍ଟ ପିନ୍ଧି ରାଣୁ ବଚପନ୍ କା ପ୍ୟାର ଗୀତ ପୁରା ଜୋସରେ ଗାଉଥିବାର ଦେଖିବାକୁ ମିଳିଛି।

‘ବଚପନ କା ପ୍ୟାର’ଏକ ଟପ ଟ୍ରେଣ୍ଡିଂ ଗୀତ ଯାହା ଚଳିତ ବର୍ଷ ଆରମ୍ଭରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଗୀତଟି ଛତିଶଗଡର ପିଲା ସହଦେବ ଡର୍ଡୋ ଗାଇଥିଲେ। ଏହା ପରେ ରାପର ବାଦଶାହା ସହଦେବ ଗାଇଥିବା ବଚପନ କା ପ୍ୟାର ଗୀତର ଏକ ରିମକ୍ସ କରିବା ପରେ ଏହାର ଲୋକପ୍ରିୟତା ବଢିଥିଲା।

ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ରାନୁ ମଣ୍ଡଳ ୨୦୧୯ରେ ରାତାରାତି ଇ ରନେଟ ସେନସେସନ ବନିଯାଇଥିଲେ। ପରେ ତାଙ୍କୁ ମୁମ୍ବାଇର ଏକ ରିଅଲିଟି ସୋକୁ ନିମନ୍ତ୍ରଣ କରାଯାଇଥିଲା। ହିମେଶ ରେଶମିଆ ରାନୁଙ୍କୁ ତାଙ୍କ ଫିଲ୍ମର ଏକ ଗୀତ ଗାଇବାକୁ ଅନୁରୋଧ କରିଥିଲେ। ରାନୁ ମଣ୍ଡଳ ଫିଲ୍ମ ପାଇଁ ହିମେଶ ରେଶମିଆଙ୍କ ସହିତ ‘ଆଦତ’ ଓ ‘ଆଶିକ୍‌’ରେ ତେରି ୨.୦ ଗୀତ ଗାଇଛନ୍ତି।

Leave A Reply

Your email address will not be published.