ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ମନ୍ଦିରା କହିଲେ ବଞ୍ଚିବାର କାରଣ…

0

ନୂଆଦିଲ୍ଲୀ: ସ୍ୱାମୀଙ୍କୁ ହରାଇବା ପରେ ଭାଙ୍ଗିପଡିଥିବା ଅଭିନେତ୍ରୀ ମନ୍ଦିରା ବେଦୀ ଏବେ ନିଜକୁ ପୁଣି ଦୃଢ କରୁଛନ୍ତି। ମନ୍ଦିରା ଏବେ ଲଭ ଲାଇଫ ଲାଇଭ ସୋ ସିଜିନ ଥ୍ରୀରେ ନଜର ଆସୁଛନ୍ତି। ଏକ ସାକ୍ଷାତକାରରେ ମନ୍ଦିରା ବେଦୀ କହିଛନ୍ତି ଯେ ସେ କିପରି ନିଜ ଜୀବନରେ ଆଗକୁ ବଢୁଛନ୍ତି। ସେ କହିଛନ୍ତି ସେ ନିଜର ସମ୍ପୂର୍ଣ୍ଣ ଧ୍ୟାନ ଦୁଇ ଛୁଆଙ୍କ ଉପରେ ଦେଉଛନ୍ତି। ଏହା ସହ ସେ କହିଛନ୍ତି ଯେ ତାଙ୍କର ଦୁଇ ପିଲା ହେଉଛନ୍ତି ତାଙ୍କର ବଳ।

ମନ୍ଦିରା ବେଦୀ ୨୦୨୧ ଜୁନରେ ନିଜ ସ୍ୱାମୀ ରାଜ କୌଶଲଙ୍କୁ ହରାଇଥିଲେ। ରାଜ ଏକ ଫିଲ୍ମ ନିର୍ମାତା ଥିଲେ। ମନ୍ଦିରା କହିଛନ୍ତି ତାଙ୍କ ୧୦ ବର୍ଷର ପୁଅ ବୀରା ଏବଂ ୫ ବର୍ଷର ଝିଅ ତାରା ତାଙ୍କ ପାଇଁ ସବୁକିଛି।ସେ କହିଛନ୍ତି ତାଙ୍କର ପ୍ରେରଣା ହେଉଛି କାମ ଜାରି ରଖିବା, ଚେଷ୍ଟା ଜାରି ରଖିବା ଓ ଉନ୍ନତମାନର କାମ କରିବା। ଏସବୁ ଭିତରେ ତାଙ୍କର ସବୁଠୁ ବଡ଼ ପ୍ରେରଣା ତାଙ୍କର ପିଲାମାନେ ବୋଲି ସେ କହିଛନ୍ତି।

ମନ୍ଦିରା ବେଦୀ କହିଛନ୍ତି, ସେ ଯାହା କିଛି କରୁଛନ୍ତି ତାଙ୍କ ପିଲାଙ୍କ ପାଇଁ କରୁଛନ୍ତି, ତାଙ୍କର ଆଗକୁ ବଢିବାର କାରଣ ହେଉଛନ୍ତି ସେମାନେ। ପିଲାମାନେ ତାଙ୍କର ସାହାସ, ଶକ୍ତି ଓ ତାଙ୍କ ବଞ୍ଚିବାର କାରଣ। ପିଲାଙ୍କ ପାଇଁ ସେ ଏକ ଭଲ ଅଭିଭାବକ ହେବାକୁ ଚାହୁଁଥିବା କହିଛନ୍ତି।

ମନ୍ଦିରା ବେଦୀ ଇଣ୍ଡଷ୍ଟ୍ରିରେ ଜଣାଶୁଣା ଚେହେରାଙ୍କ ମଧ୍ୟରୁ ହେଉଛନ୍ତି ଜଣେ। ଦିଲୱାଲେ ଦୁଲହନିଆ ଲେ ଜାଏଗେଁ, ଦଶ କାହାନିଆଁଙ୍କ ପରି ଫିଲ୍ମରେ ସେ କାମ କରିଛନ୍ତି। କିନ୍ତୁ ତାଙ୍କୁ ପରିଚୟ ‘ଶାନ୍ତି’, କିଉଁକି ଶାଶ ଭି କଭି ବୋହୂ ଥେ, ୨୪ ପରି ହିଟ ସୋରୁ ମିଳିଥିଲା। ଏହା ସହ ମନ୍ଦିରା ୨୦୦୩, ୨୦୦୭ରେ ଆଇସିସି କ୍ରିକେଟ ୱାଲ୍ଡ କପ, ୨୦୦୪ ଓ ୨୦୦୬ର ଚାମ୍ପିଅନ୍ସ ଟ୍ରଫି ଓ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ୨ର ହୋଷ୍ଟ କରିଛନ୍ତି।

Leave A Reply

Your email address will not be published.