ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଆଜି ପୁଣି ଏନସିବିରେ ହାଜର ହେବେ ଅନନ୍ୟା

0

ଆଜି ପୁଣି ଏନସିବିରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଆଜି ତାଙ୍କୁ ପୁଣି ଡକାଯାଇଛି । ଗତକାଲି ଶାହାରୁଖ ଖାନ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ପହଞ୍ଚିଥିଲା । ଏହା ପରେ ଅନନ୍ୟାଙ୍କ ଏନସିବି ଅଫିସରେ ହାଜର ପାଇଁ ସମନ କରାଯାଇଥିଲା । ଅନନ୍ୟା ନିଜ ବାପା ଚଙ୍କି ପାଣ୍ଡେଙ୍କ ସହ ଏନସିବି ଅଫିସରେ ପହଞ୍ଚିବା ପରେ ପାଖାପାଖି ୨ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିଲା ।

ଆର୍ୟନ ଖାନଙ୍କ ସହ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସ ଆପ ଚାଟ୍ ସାମନାକୁ ଆସିଛି । ଚାଟ୍ସା ମନାକୁ ଆସିବା ପରେ ଅନନ୍ୟାଙ୍କ ଘରେ ପହଞ୍ଚି ଏନସିବି ଟିମ ନୋଟିସ ଲଗାଇଛି । ଡ୍ରଗ୍ସ ଚାଟ୍ ନେଇ ଅନନ୍ୟାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛି ଏନସିବି । ଅନନ୍ୟା ପାଣ୍ଡେଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ପଚରାଉଚରା କରିଥିଲେ । ଅନନ୍ୟାଙ୍କୁ ପଚରାଯାଇଥିବା ପ୍ରଶ୍ନ ଗୁଡିକ ହେଲା..

  • କଣ ଆପଣ ଆର୍ୟନ ଖାନ୍‌ଙ୍କୁ ଜାଣନ୍ତି?
  • ଆପଣ ଆର୍ୟନ ଖାନଙ୍କ ସହ ଡ୍ରଗ୍ନ ସେବନ କରନ୍ତି କି?
  • ଆର୍ୟନ ଖାନ ସେ ଡ୍ରଗ୍ସ କାହାଠୁ ନେଇଥିଲେ?
  • ଆର୍ୟନ କେବେଠୁ ଡ୍ରଗ୍ନ ସେବନ କରୁଛନ୍ତି?
  • ଆର୍ୟନଙ୍କ ଡ୍ରଗ୍ସ କିଏ ଯୋଗାଇଥିଲେ ?

କିଛି ଏଭଳି ପ୍ରଶ୍ନର ସାମନାକୁ କରିବାକୁ ପଡିଥିଲା ଅନନ୍ୟାଙ୍କୁ । ଅନନ୍ୟାଙ୍କୁ ଏନସିବି ସମନ ମିଳିବା ପରେ ସେ ତାଙ୍କର ବିଜ୍ଞାପନ ସୁଟିଂକୁ ମଧ୍ୟ ଅଟକାଇ ଦେଇଛନ୍ତି । ତାଙ୍କୁ କିଛି ଦିନ ଭିତରେ ଏହି ବିଜ୍ଞାପନ ସୁଟିଂ କରିବାର ଥିଲା । ଗୋଟେ ପଟେ ଆର୍ୟନଙ୍କୁ ଜାମିନ ମିଳୁନଥିବା ଏପଟେ ଏନସିବି ଛାନଭିନ ଜାରି ରଖିଛି । ଗୁରୁବାର ଶାହାରୁଖ ବାସଭବନ ମନ୍ନତରେ ମଧ୍ୟ ଏନସିବି ଟିମ ପହଞ୍ଚି ନୋଟିସ ଲଗାଇଥିଲା । ଆର୍ୟନଙ୍କ ସମସ୍ତ ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକ ହସ୍ତାନ୍ତାର କରିବାକୁ କହିଛି ଏନସିବି । ଅକ୍ଟେବାର ୨ ତାରିଖରୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ ଖାନ ଆର୍ଥର ରୋଡ ଜେଲରେ ଅଛନ୍ତି । ଏଯାଏଁ ତାଙ୍କୁ ଜାମିନ ମିଳିନାହିଁ । ସ୍ପେଶାଲ କୋର୍ଟରେ ବାରମ୍ବାର ଜାମିନ ଖାରଜ ପରେ ଆର୍ୟନଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.