ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଜି ପୁଣି ଏନସିବିରେ ହାଜର ହେବେ ଅନନ୍ୟା

0

ଆଜି ପୁଣି ଏନସିବିରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଆଜି ତାଙ୍କୁ ପୁଣି ଡକାଯାଇଛି । ଗତକାଲି ଶାହାରୁଖ ଖାନ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ପହଞ୍ଚିଥିଲା । ଏହା ପରେ ଅନନ୍ୟାଙ୍କ ଏନସିବି ଅଫିସରେ ହାଜର ପାଇଁ ସମନ କରାଯାଇଥିଲା । ଅନନ୍ୟା ନିଜ ବାପା ଚଙ୍କି ପାଣ୍ଡେଙ୍କ ସହ ଏନସିବି ଅଫିସରେ ପହଞ୍ଚିବା ପରେ ପାଖାପାଖି ୨ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିଲା ।

ଆର୍ୟନ ଖାନଙ୍କ ସହ ଅନନ୍ୟା ପାଣ୍ଡେଙ୍କ ହ୍ୱାଟସ ଆପ ଚାଟ୍ ସାମନାକୁ ଆସିଛି । ଚାଟ୍ସା ମନାକୁ ଆସିବା ପରେ ଅନନ୍ୟାଙ୍କ ଘରେ ପହଞ୍ଚି ଏନସିବି ଟିମ ନୋଟିସ ଲଗାଇଛି । ଡ୍ରଗ୍ସ ଚାଟ୍ ନେଇ ଅନନ୍ୟାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଛି ଏନସିବି । ଅନନ୍ୟା ପାଣ୍ଡେଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ପଚରାଉଚରା କରିଥିଲେ । ଅନନ୍ୟାଙ୍କୁ ପଚରାଯାଇଥିବା ପ୍ରଶ୍ନ ଗୁଡିକ ହେଲା..

  • କଣ ଆପଣ ଆର୍ୟନ ଖାନ୍‌ଙ୍କୁ ଜାଣନ୍ତି?
  • ଆପଣ ଆର୍ୟନ ଖାନଙ୍କ ସହ ଡ୍ରଗ୍ନ ସେବନ କରନ୍ତି କି?
  • ଆର୍ୟନ ଖାନ ସେ ଡ୍ରଗ୍ସ କାହାଠୁ ନେଇଥିଲେ?
  • ଆର୍ୟନ କେବେଠୁ ଡ୍ରଗ୍ନ ସେବନ କରୁଛନ୍ତି?
  • ଆର୍ୟନଙ୍କ ଡ୍ରଗ୍ସ କିଏ ଯୋଗାଇଥିଲେ ?

କିଛି ଏଭଳି ପ୍ରଶ୍ନର ସାମନାକୁ କରିବାକୁ ପଡିଥିଲା ଅନନ୍ୟାଙ୍କୁ । ଅନନ୍ୟାଙ୍କୁ ଏନସିବି ସମନ ମିଳିବା ପରେ ସେ ତାଙ୍କର ବିଜ୍ଞାପନ ସୁଟିଂକୁ ମଧ୍ୟ ଅଟକାଇ ଦେଇଛନ୍ତି । ତାଙ୍କୁ କିଛି ଦିନ ଭିତରେ ଏହି ବିଜ୍ଞାପନ ସୁଟିଂ କରିବାର ଥିଲା । ଗୋଟେ ପଟେ ଆର୍ୟନଙ୍କୁ ଜାମିନ ମିଳୁନଥିବା ଏପଟେ ଏନସିବି ଛାନଭିନ ଜାରି ରଖିଛି । ଗୁରୁବାର ଶାହାରୁଖ ବାସଭବନ ମନ୍ନତରେ ମଧ୍ୟ ଏନସିବି ଟିମ ପହଞ୍ଚି ନୋଟିସ ଲଗାଇଥିଲା । ଆର୍ୟନଙ୍କ ସମସ୍ତ ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକ ହସ୍ତାନ୍ତାର କରିବାକୁ କହିଛି ଏନସିବି । ଅକ୍ଟେବାର ୨ ତାରିଖରୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ ଖାନ ଆର୍ଥର ରୋଡ ଜେଲରେ ଅଛନ୍ତି । ଏଯାଏଁ ତାଙ୍କୁ ଜାମିନ ମିଳିନାହିଁ । ସ୍ପେଶାଲ କୋର୍ଟରେ ବାରମ୍ବାର ଜାମିନ ଖାରଜ ପରେ ଆର୍ୟନଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.