ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଚୀନରେ ଫେରିଲା କରୋନା

0

ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢିବା ଆରମ୍ଭ ହୋଇଛି । ଗତ କିଛି ଦିନଧରି ଲଗାତର ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ନୂଆ ମାମଲା ସାମନାକୁ ଆସୁଥିବାରୁ ଚୀନ ସରକାର ପୁଣି କଠୋର ପଦକ୍ଷେପ ନେଇଛନ୍ତି। ବିମାନ ବାତିଲ କରିଦିଆଯାଇଛି । କିଛି ଯାଗାରେ ସ୍କୁଲ ବନ୍ଦ କରିଦିଆଯିବା ସହ ସଂକ୍ରମଣ ଅଧିକ ବୃଦ୍ଧି ପାଉଥିବା ଜାଗାରେ ଲକଡାଉନ ଘୋଷଣା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଚୀନର ଉତ୍ତର ଓ ଉତ୍ତର-ପଶ୍ଚିମ ସହରରେ ସଂକ୍ରମଣ ବ୍ୟାପୁଛି । କିଛି ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ସଂକ୍ରମଣ ବଢୁଥିବା କୁହାଯାଉଛି । ତେଣୁ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ଅଧିକରୁ ଅଧିକ କରୋନା ନମୂନା ପରୀକ୍ଷା କରାଯାଉଛି । ପର୍ଯ୍ୟଟନ ସ୍ଥଳୀ ଗୁଡିକ ମଧ୍ୟ ବନ୍ଦ କରିଦିଆଯାଇଛି । ଚୀନର ଲାନଜୋନ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ଯଦି କିଛି ଜରୁରୀ କାମ ନାହିଁ ତାହେଲେ ଘରେ ରହିବାକୁ ନିବେଦନ କରାଯାଇଛି ।

ସୂଚନା ଅନୁସାରେ, ଲାନଜୋନ ଓ ସିଆନ ଅଞ୍ଚଳରେ ୬୦ ପ୍ରତିଶତ ବିମାନ ଉଡାଣ ବାତିଲ କରାଯାଇଛି । କୁହାଯାଉଛି ଯେ, ମଙ୍ଗୋଲିଆ ଅଞ୍ଚଳରେ କରୋନାର ନୂଆ ମାମଲା ବଢୁଥିବା ଯୋଗୁଁ କୋଇଲା ଆମଦାନୀ ପ୍ରଭାବିତ ହୋଇପାରେ । ଚୀନ ନିଜ ଦେଶରେ ଗୋଟିଏ ବି କରୋନା ସକ୍ରିୟ ମାମଲା ଚାହୁଁନଥିବା ବେଳେ କଠୋରୁ କେଠୋରରୁ ପଦକ୍ଷେପ ନେଉଛନ୍ତି । ତେଣୁ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚୀନରେ ଆତଙ୍କିତ ହେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି ।

Leave A Reply

Your email address will not be published.