ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଜେଲରେ ଧାର୍ମିକ ପୁସ୍ତକ ପଢୁଛନ୍ତି ଆର୍ୟନ

0

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ ଜେଲ୍‌ର ଚାରି କାନ୍ଥ ଭିତରେ ଅଛନ୍ତି । ଅକ୍ଟୋବର ୨ରୁ ଆର୍ୟନ ନିଜ ଘର ‘ମନ୍ନତ’ ଯାଇନାହାଁନ୍ତି । କେତେବେଳେ ଏନସିବି ତ କେତେବେଳେ ନ୍ୟାୟିକ ହେପାଜତରେ ତାଙ୍କ ସମୟ କଟୁଛି । ମନ୍ନତରେ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ଆର୍ୟନଙ୍କୁ ଜେଲରେ ରହିବା କଷ୍ଟକର ହୋଇପଡିଛି । ଏବେ ମିଳିଥିବା ସୂଚନା ଅନୁସାରେ ଜେଲରେ ଆର୍ୟନ ଖାନ ବହି ପଢି ନିଜ ସମୟ କାଟୁଛନ୍ତି ।

ଆର୍ଥର ରୋଡ ଜେଲ ଅଧିକାରୀଙ୍କ କହିବା ଅନୁସାରେ, ଆର୍ୟନ ଖାନ ଜେଲରେ ବହି ପଢୁଥିବା ବେଳେ ସେଥିରେ ଧାର୍ମିକ ପୁସ୍ତକ ରହିଛି । ଜେଲ ଲାଇବ୍ରେରୀରୁ ଆର୍ୟନ ଖାନ୍ ୨ଟି ପୁସ୍ତକ ଆଣିଛନ୍ତି । ଗୋଟେ ହେଉଛି ଗୋଲଡେନ ଲାୟନ ଓ ଅନ୍ୟ ବହିଟି ଭଗବାନ ରାମ-ସୀତାଙ୍କ କାହାଣୀ ଉପରେ ଆଧାରିତ । ଜେଲର ଅଧିକାରୀ ମାନେ ଏହା ବି କହିଛନ୍ତି ଯେ, ଜାମିନ ଆବେଦନ ଖାରଜ ହେବା ପରେ ଆର୍ୟନ ଖାନ ଅତ୍ୟନ୍ତ ନିରାଶ ହୋଇଛନ୍ତି । ସେ ଅବସାଦରେ ଥିବାବେଳେ ସେଠାକାର ଜେଲ କତ୍ତୃପକ୍ଷ ତାଙ୍କୁ ଲାଇବ୍ରେରୀରୁ ବହି ଆଣି ପଢିବାକୁ ପରାମର୍ଶ ଦେଇଥିଲେ । ଲାଇବ୍ରେରୀରେ ବହୁତ ଧାର୍ମିକ ଓ ପ୍ରେରଣାଦାୟକ ପୁସ୍ତକ ରହିଛି ।

ଅକ୍ଟୋବର ୨ରେ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିରୁ ଏନସିବି ଆର୍ୟନଙ୍କୁ ଧରିଥିଲା । ଏନସିବିକୁ ଖବର ମିଳିଥିଲା ଯେ ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ଡ୍ରଗ୍ସ ପାର୍ଟି ହେବାର ଅଛି । ଏହା ପରେ ଯାତ୍ରୀ ବେଶରେ ଯାଇ ଛାପ ମାରିଥିଲା ଏନସିବି । ଆର୍ୟନଙ୍କୁ ପ୍ରଥମେ ଏନସିବି ଗିରଫ କରିବା ପରେ କିଛି ଦିନ ନିଜ ହେପାଜତରେ ରଖିଥିଲା । ପରେ ଜେଲ ପଠାଯାଇଥିଲା । ଆର୍ୟନଙ୍କୁ ଭେଟିବା ପାଇଁ ଜେଲକୁ ଶାହାରୁଖ ଖାନ ଯାଇଥିଲେ ।ବାପ ଓ ପୁଅଙ୍କ ମଧ୍ୟରେ ୧୫ ମିନଟ ଧରି କଥାବାର୍ତ୍ତା ହୋଇଥିଲା ।

ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଫସିଯାଇଛନ୍ତି। ଆର୍ୟନ ଓ ଅନନ୍ୟାଙ୍କ ଚାଟ୍ ସାମନାକୁ ଆସିବା ପରେ ଏନସିବି ଅନନ୍ୟାଙ୍କୁ ଦୁଇ ଥର ଡାକି ପଚରାଉଚରା କରିଛି । ସୋମବାର ମଧ୍ୟ ପୁଣି ଥରେ ହାଜର ହେବାକୁ କୁହାଯାଇଛି । ଆର୍ୟନଙ୍କ ସହ ହୋଇଥିବା ଚାଟ୍‌କୁ ନେଇ ଅନନ୍ୟାଙ୍କୁ ପଚରାଉଚରା କରୁଛି ଏନସିବି ।

Leave A Reply

Your email address will not be published.