ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଜେଲରେ ଧାର୍ମିକ ପୁସ୍ତକ ପଢୁଛନ୍ତି ଆର୍ୟନ

0

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ ଜେଲ୍‌ର ଚାରି କାନ୍ଥ ଭିତରେ ଅଛନ୍ତି । ଅକ୍ଟୋବର ୨ରୁ ଆର୍ୟନ ନିଜ ଘର ‘ମନ୍ନତ’ ଯାଇନାହାଁନ୍ତି । କେତେବେଳେ ଏନସିବି ତ କେତେବେଳେ ନ୍ୟାୟିକ ହେପାଜତରେ ତାଙ୍କ ସମୟ କଟୁଛି । ମନ୍ନତରେ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ଆର୍ୟନଙ୍କୁ ଜେଲରେ ରହିବା କଷ୍ଟକର ହୋଇପଡିଛି । ଏବେ ମିଳିଥିବା ସୂଚନା ଅନୁସାରେ ଜେଲରେ ଆର୍ୟନ ଖାନ ବହି ପଢି ନିଜ ସମୟ କାଟୁଛନ୍ତି ।

ଆର୍ଥର ରୋଡ ଜେଲ ଅଧିକାରୀଙ୍କ କହିବା ଅନୁସାରେ, ଆର୍ୟନ ଖାନ ଜେଲରେ ବହି ପଢୁଥିବା ବେଳେ ସେଥିରେ ଧାର୍ମିକ ପୁସ୍ତକ ରହିଛି । ଜେଲ ଲାଇବ୍ରେରୀରୁ ଆର୍ୟନ ଖାନ୍ ୨ଟି ପୁସ୍ତକ ଆଣିଛନ୍ତି । ଗୋଟେ ହେଉଛି ଗୋଲଡେନ ଲାୟନ ଓ ଅନ୍ୟ ବହିଟି ଭଗବାନ ରାମ-ସୀତାଙ୍କ କାହାଣୀ ଉପରେ ଆଧାରିତ । ଜେଲର ଅଧିକାରୀ ମାନେ ଏହା ବି କହିଛନ୍ତି ଯେ, ଜାମିନ ଆବେଦନ ଖାରଜ ହେବା ପରେ ଆର୍ୟନ ଖାନ ଅତ୍ୟନ୍ତ ନିରାଶ ହୋଇଛନ୍ତି । ସେ ଅବସାଦରେ ଥିବାବେଳେ ସେଠାକାର ଜେଲ କତ୍ତୃପକ୍ଷ ତାଙ୍କୁ ଲାଇବ୍ରେରୀରୁ ବହି ଆଣି ପଢିବାକୁ ପରାମର୍ଶ ଦେଇଥିଲେ । ଲାଇବ୍ରେରୀରେ ବହୁତ ଧାର୍ମିକ ଓ ପ୍ରେରଣାଦାୟକ ପୁସ୍ତକ ରହିଛି ।

ଅକ୍ଟୋବର ୨ରେ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିରୁ ଏନସିବି ଆର୍ୟନଙ୍କୁ ଧରିଥିଲା । ଏନସିବିକୁ ଖବର ମିଳିଥିଲା ଯେ ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ଡ୍ରଗ୍ସ ପାର୍ଟି ହେବାର ଅଛି । ଏହା ପରେ ଯାତ୍ରୀ ବେଶରେ ଯାଇ ଛାପ ମାରିଥିଲା ଏନସିବି । ଆର୍ୟନଙ୍କୁ ପ୍ରଥମେ ଏନସିବି ଗିରଫ କରିବା ପରେ କିଛି ଦିନ ନିଜ ହେପାଜତରେ ରଖିଥିଲା । ପରେ ଜେଲ ପଠାଯାଇଥିଲା । ଆର୍ୟନଙ୍କୁ ଭେଟିବା ପାଇଁ ଜେଲକୁ ଶାହାରୁଖ ଖାନ ଯାଇଥିଲେ ।ବାପ ଓ ପୁଅଙ୍କ ମଧ୍ୟରେ ୧୫ ମିନଟ ଧରି କଥାବାର୍ତ୍ତା ହୋଇଥିଲା ।

ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଫସିଯାଇଛନ୍ତି। ଆର୍ୟନ ଓ ଅନନ୍ୟାଙ୍କ ଚାଟ୍ ସାମନାକୁ ଆସିବା ପରେ ଏନସିବି ଅନନ୍ୟାଙ୍କୁ ଦୁଇ ଥର ଡାକି ପଚରାଉଚରା କରିଛି । ସୋମବାର ମଧ୍ୟ ପୁଣି ଥରେ ହାଜର ହେବାକୁ କୁହାଯାଇଛି । ଆର୍ୟନଙ୍କ ସହ ହୋଇଥିବା ଚାଟ୍‌କୁ ନେଇ ଅନନ୍ୟାଙ୍କୁ ପଚରାଉଚରା କରୁଛି ଏନସିବି ।

Leave A Reply

Your email address will not be published.