ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ବିଶ୍ୱ ଦେଖିବ ମହାମୁକାବିଲା..

0

ଆଜି ବିଶ୍ୱ ଦେଖିବ କ୍ରିକେଟର ସବୁଠୁ ବଡ଼ ମୁକାବିଲା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ସହ ମୁକାବିଲା କରିବ ଭାରତ । ତେବେ ଦୁଇ ପ୍ରମୁଖ ଦଳଙ୍କ ରୋମାଞ୍ଚକର ମୁକାବିଲାକୁ ଚାହିଁ ବସିଛନ୍ତି ଉଭୟ ଦଳର କ୍ରିକେଟ ପ୍ରେମୀ । ପଡିଆରେ ଅଭ୍ୟାସ ଆରମ୍ଭ କରିଛି ବିରାଟ ବାହିନୀ । ଧୋନୀ ପ୍ରତ୍ୟେକ ଖେଳାଳିଙ୍କୁ ଟିପ୍ସ ଦେବା ସହିତ କେମିତି ଭଲ ପ୍ରଦର୍ଶନ କରିହେବ ତା ଉପରେ ମଧ୍ୟ ଆଲୋଚନା କରୁଛନ୍ତି ।ଭାରତ ପାକିସ୍ତାନ ମ୍ୟାଚ ସବୁବେଳେ ଖେଳାଳିଙ୍କୁ ଚାପରେ ରଖିଥାଏ । ହେଲେ ଚାପଠୁ ନିଜକୁ ଦୂରେଇ ରଖିପାରିଲେ ମ୍ୟାଚରେ ବିଜୟ ହାସଲ କରିବା ସହଜ ହୋଇଥାଏ ।

ପାକିସ୍ତାନର କ୍ରିକେଟର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ,ଭାରତଠୁ ପାକିସ୍ତାନ ଅଧିକ ଚାପରେ ରହିବ ।ଭାରତ ପାଖରେ ରୋହିତ,ବିରାଟ,ଜାଡେଜାଙ୍କଭଳି ଖେଳାଳି ଅଛନ୍ତି ।ଟିମ୍ ରେ ବାବର ଆଜାମ ଫର୍ମରେ ଅଛନ୍ତି । ହେଲେ ମ୍ୟାଚ, ବୋଲିଂ ଉପରେ ଅଧିକ ନିର୍ଭର କରୁଛି । ଧୋନୀ ମଧ୍ୟ ଦଳ ସହ ରହିବା ଟିମ ଇଣ୍ଡିଆ ପାଇଁ ଭଲ । ତେବେ ଭାରତର କିଛିଟା ପ୍ଲସ ପଏଣ୍ଟ ହେଲା ,ଟିମ ଇଣ୍ଡିଆରେ ବ୍ୟାଟ୍ସ ମ୍ୟାନ ଭଲ ଅଛନ୍ତି । ସ୍ପିନରେ ମଧ୍ୟ ନିଜ କମାଲ ଦେଖାଇସାରିଛନ୍ତି ଅଶ୍ୱିନୀ ଓ ଜାଡେଜାଙ୍କ ଯୋଡି । ବୁମରାହ ମଧ୍ୟ ଭଲ ଇକୋନୋମିରେ ବୋଲିଂ କରୁଛନ୍ତି ।

ସେହିପରି ପାକିସ୍ତାନର ରୀଜ୍ୱନ ଓ ବାବାର ହିଁ ଭଲ ଫର୍ମରେ ରହିବା ସହ ରନ କରୁଛନ୍ତି । ମିଡିଲ୍ଡ ଅର୍ଡରକୁ ଫେରିଲେ ହାଫିଜ ଓ ମଲ୍ଲିକ । ଦୁଇ ଜଣ ଅଭିଜ୍ଞ ଖେଳାଳି । ବୋଲିଂରେ ସହିନଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ତେବେ କ୍ରିକେଟର ଇତହାସ ପୃଷ୍ଠାରେ ଭାରତ ପାକିସ୍ତାନ ମ୍ୟାଚ ଦେଖିଲେ, ୫୦ ଓଭର ବିଶିଷ୍ଟ ବିଶ୍ୱକପ ହେଉ କିମ୍ବା ୨୦ ଓଭର ବିଶିଷ୍ଟ ବିଶ୍ୱକପ । ଭାରତ କେବେ ମଧ୍ୟ ପାକିସ୍ତାନଠୁ ପରାଜିତ ହୋଇନାହିଁ । ତେବେ ଯଦି ଆମେ ଟି ୨୦ ବିଶ୍ୱକପ ଉପରେ ନଜର ପକାଇବା ଭାରତ ପାକିସ୍ତାନ ବିପକ୍ଷରେ ୫-୦ ବିଜୟ ସହ ଆଜି ପର୍ଯ୍ୟନ୍ତ ଅପରାଜେୟ ରହିଛି । ଉଭୟ ଦଳର କ୍ୟାପଟେନ ପ୍ରଥମ ଥର ପାଇଁ ବିଶ୍ୱକପରେ କୌଣସି ମ୍ୟାଚର ଭାର ସମ୍ଭାଳିବେ ।

ପାଖାପାଖି ୨ ବର୍ଷ ପରେ ଅର୍ଥାତ୍ ୨୦୧୯ ବିଶ୍ୱକପ ପରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହେବେ ।ଭାରତ ଶେଷ ଦଶବର୍ଷରେ ୧୧୫ଟି ମ୍ୟାଚରୁ ୬୩.୫ ପ୍ରତିଶତ ହାରରେ ୭୩ଟି ମ୍ୟାଚରେ ବିଜୟ ହୋଇଛି । ସେହିପରି ଟି ୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ଏହି ଦୁଇ ପ୍ରମୁଖ ପ୍ରତିଯୋଗୀ ଉଇନର ଓ ରନର୍ସ ଅଫ ସ୍ଥାନରେ ଥିଲେ । ଭାରତ ଚାହିଁବ ଆଜିର ମ୍ୟାଚରେ ବିଜୟ ହୋଇ ଅଭିଯାନ ଆରମ୍ଭ କରିବାକୁ । ଖେଳପ୍ରେମୀ ମାନଙ୍କ ପାଇଁ ଭାରତ ପାକିସ୍ତାନ ମ୍ୟାଚ ହିଁ ଫାଇନାଲ ମ୍ୟାଚ । ତେବେ କିଏ ଦୁବାଇରେ ହୃଦୟ ଜିତୁଛି ତାହା ଏବେ ଦେଖିବାକୁ ବାକି ରହିଲା । ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଆରମ୍ଭ ହେବ ଏହି ମହାମୁକାବିଲା ।

Leave A Reply

Your email address will not be published.