ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଭଗବାନ ଶିବଙ୍କ ଅବତାରରେ ଅକ୍ଷୟ

0

ବଲିଉଡ ଅଭିନେତା ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ବ୍ୟସ୍ତରହୁଥିବା ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ଅକ୍ଷୟ ବର୍ଷକୁ ପ୍ରାୟ ଅଧାରୁ ଅଧିକ ଫିଲ୍ମ କରୁଥିବା ବେଳେ ନିଜ କାର୍ଯ୍ୟ ପ୍ରତିଶ୍ରୁତି ପାଇଁ ସବୁବେଳେ ଲାଇମଲାଇଟରେ ଥାନ୍ତି । ଏବେ ଖିଲାଡୀ କୁମାର ଧାର୍ମିକ ଭାବନା ସହ ଜଡିତ ଗୋଟିଏ ପରେ ଗୋଟିଏ ଫିଲ୍ମ ପାଇଁ ସାଇନ କରିବାରେ ଲାଗିଛନ୍ତି । ଏହାରି ଭିତରେ ‘ଓ ମାଇଁ ଗଡ଼୍‌’ର ପାର୍ଟ ଟୁ ଏବେ ରିଲିଜ ଅପେକ୍ଷାରେ ।

‘ଓ ମାଇଁ ଗଡ଼୍‌’ ଫିଲ୍ମର ପ୍ରଥମ ପାର୍ଟରେ ଅକ୍ଷୟ କୁମାର ଭଗବାନ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିବା ବେଳେ ଦ୍ୱିତୀୟ ପାର୍ଟରେ ଶିବ ରୂପରେ ନଜର ଆସିବେ । ନିକଟରେ ସେ ତାଙ୍କର ସହ ତାରକାଙ୍କ ସହ ଶିବଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ । ଅକ୍ଷୟ ସୋସିଆଲ ମିଡିଆରେ ନିଜର ଅପକମିଙ୍ଗ ଫିଲ୍ମ ‘ଓ ମାଇଁ ଗଡ଼୍‌’ର ପୋଷ୍ଟର ରିଲିଜ କରିଛନ୍ତି । ଏହା ସହିତ ଫିଲ୍ମରେ ତାଙ୍କ ଲୁକ୍‌କୁ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ଶିବଙ୍କ ରୂପରେ ନଜର ଆସିଛନ୍ତି ।

ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ମହାକାଳଙ୍କୁ ଦର୍ଶନ କରିବା ସହ-ତାରକା ପଙ୍କଜ ତ୍ରିପାଠୀଙ୍କ ସହ ଉଜୈନରେ ପହଞ୍ଚିଛନ୍ତି । ଭିଡିଓରେ ପଙ୍କଜ ତ୍ରିପାଠୀଙ୍କ ସହ ସ୍ଲୋ ମୋସନରେ ଅକ୍ଷୟ କୁମାର ଚାଲିଚାଲି କଥାବାର୍ତ୍ତା ହେଉଛନ୍ତି । ଭିଡିଓଟି ଅକ୍ଷୟ କୁମାର ସେୟାର କରିବା ମାତ୍ରେ ହିଁ ଭାଇରାଲ ହେବାରେ ଲାଗିଛି । ଭିଡିଓ ସହ ଅକ୍ଷୟ କ୍ୟାପସନ ଲେଖିଛନ୍ତି ଯେ, ବ୍ରହ୍ମାଣ୍ଡର ଆରମ୍ଭ ଯେଉଁଠି, ବ୍ରହ୍ମାଣ୍ଡର ପ୍ରସ୍ଥାନ ଯେଉଁଠାରେ, ଆଦି ଓ ଅନନ୍ତର ସ୍ୱାମୀ, ଭଗବାନ ମହାକାଳଙ୍କ ଆଶୀର୍ବାଦ ପାଇଁ ମୁଁ ମୋର ସାଙ୍ଗ ପଙ୍କଜ ତ୍ରିପାଠୀ ଉଜୈନ ପହଞ୍ଚିଥିଲୁ ।

‘ଓ ମାଇଁ ଗଡ଼’ଫିଲ୍ମ ୨୦୧୨ରେ ରିଲିଜ ହୋଇଥିଲା । ଏଥିରେ ଅକ୍ଷୟଙ୍କ ଅପୋଜିଟରେ ପରେଶ ରାୱଲ ନଜର ଆସିଥିଲେ । ଭଗବାନଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିବା ପରେଶ ରାୱଲଙ୍କ ଚରିତ୍ର କାଞ୍ଜିଲାଲ ଜୀ ମେହେଟ୍ଟାଙ୍କୁ ବହୁତ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ତାଙ୍କ ଭୂମିକା ମଧ୍ୟ ବିବାଦୀୟ ଥିଲା । ଏବେ ଦେଖିବାକୁ ବାକି ରହିଲା ଦ୍ୱିତୀୟ ଭାଗର କାହାଣୀ କଣ ଏବଂ ଚଳଚିତ୍ରଟି ଦର୍ଶକଙ୍କ ପସନ୍ଦ ଆସିବ କି ନାହିଁ ?ଫିଲ୍ମର ସୁଟିଂ ଉଜୈନରେ କରାଯାଉଛି ।

Leave A Reply

Your email address will not be published.