ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭଗବାନ ଶିବଙ୍କ ଅବତାରରେ ଅକ୍ଷୟ

0

ବଲିଉଡ ଅଭିନେତା ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ବ୍ୟସ୍ତରହୁଥିବା ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ଅକ୍ଷୟ ବର୍ଷକୁ ପ୍ରାୟ ଅଧାରୁ ଅଧିକ ଫିଲ୍ମ କରୁଥିବା ବେଳେ ନିଜ କାର୍ଯ୍ୟ ପ୍ରତିଶ୍ରୁତି ପାଇଁ ସବୁବେଳେ ଲାଇମଲାଇଟରେ ଥାନ୍ତି । ଏବେ ଖିଲାଡୀ କୁମାର ଧାର୍ମିକ ଭାବନା ସହ ଜଡିତ ଗୋଟିଏ ପରେ ଗୋଟିଏ ଫିଲ୍ମ ପାଇଁ ସାଇନ କରିବାରେ ଲାଗିଛନ୍ତି । ଏହାରି ଭିତରେ ‘ଓ ମାଇଁ ଗଡ଼୍‌’ର ପାର୍ଟ ଟୁ ଏବେ ରିଲିଜ ଅପେକ୍ଷାରେ ।

‘ଓ ମାଇଁ ଗଡ଼୍‌’ ଫିଲ୍ମର ପ୍ରଥମ ପାର୍ଟରେ ଅକ୍ଷୟ କୁମାର ଭଗବାନ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିବା ବେଳେ ଦ୍ୱିତୀୟ ପାର୍ଟରେ ଶିବ ରୂପରେ ନଜର ଆସିବେ । ନିକଟରେ ସେ ତାଙ୍କର ସହ ତାରକାଙ୍କ ସହ ଶିବଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ । ଅକ୍ଷୟ ସୋସିଆଲ ମିଡିଆରେ ନିଜର ଅପକମିଙ୍ଗ ଫିଲ୍ମ ‘ଓ ମାଇଁ ଗଡ଼୍‌’ର ପୋଷ୍ଟର ରିଲିଜ କରିଛନ୍ତି । ଏହା ସହିତ ଫିଲ୍ମରେ ତାଙ୍କ ଲୁକ୍‌କୁ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ଶିବଙ୍କ ରୂପରେ ନଜର ଆସିଛନ୍ତି ।

ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ମହାକାଳଙ୍କୁ ଦର୍ଶନ କରିବା ସହ-ତାରକା ପଙ୍କଜ ତ୍ରିପାଠୀଙ୍କ ସହ ଉଜୈନରେ ପହଞ୍ଚିଛନ୍ତି । ଭିଡିଓରେ ପଙ୍କଜ ତ୍ରିପାଠୀଙ୍କ ସହ ସ୍ଲୋ ମୋସନରେ ଅକ୍ଷୟ କୁମାର ଚାଲିଚାଲି କଥାବାର୍ତ୍ତା ହେଉଛନ୍ତି । ଭିଡିଓଟି ଅକ୍ଷୟ କୁମାର ସେୟାର କରିବା ମାତ୍ରେ ହିଁ ଭାଇରାଲ ହେବାରେ ଲାଗିଛି । ଭିଡିଓ ସହ ଅକ୍ଷୟ କ୍ୟାପସନ ଲେଖିଛନ୍ତି ଯେ, ବ୍ରହ୍ମାଣ୍ଡର ଆରମ୍ଭ ଯେଉଁଠି, ବ୍ରହ୍ମାଣ୍ଡର ପ୍ରସ୍ଥାନ ଯେଉଁଠାରେ, ଆଦି ଓ ଅନନ୍ତର ସ୍ୱାମୀ, ଭଗବାନ ମହାକାଳଙ୍କ ଆଶୀର୍ବାଦ ପାଇଁ ମୁଁ ମୋର ସାଙ୍ଗ ପଙ୍କଜ ତ୍ରିପାଠୀ ଉଜୈନ ପହଞ୍ଚିଥିଲୁ ।

‘ଓ ମାଇଁ ଗଡ଼’ଫିଲ୍ମ ୨୦୧୨ରେ ରିଲିଜ ହୋଇଥିଲା । ଏଥିରେ ଅକ୍ଷୟଙ୍କ ଅପୋଜିଟରେ ପରେଶ ରାୱଲ ନଜର ଆସିଥିଲେ । ଭଗବାନଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିବା ପରେଶ ରାୱଲଙ୍କ ଚରିତ୍ର କାଞ୍ଜିଲାଲ ଜୀ ମେହେଟ୍ଟାଙ୍କୁ ବହୁତ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ତାଙ୍କ ଭୂମିକା ମଧ୍ୟ ବିବାଦୀୟ ଥିଲା । ଏବେ ଦେଖିବାକୁ ବାକି ରହିଲା ଦ୍ୱିତୀୟ ଭାଗର କାହାଣୀ କଣ ଏବଂ ଚଳଚିତ୍ରଟି ଦର୍ଶକଙ୍କ ପସନ୍ଦ ଆସିବ କି ନାହିଁ ?ଫିଲ୍ମର ସୁଟିଂ ଉଜୈନରେ କରାଯାଉଛି ।

Leave A Reply

Your email address will not be published.