ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

0

ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଜମ୍ମୁ କାଶ୍ମୀର ପୁଞ୍ଝରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିମାଡ଼ରେ ୩ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଜଣେ ଲସ୍କର ଆତଙ୍କୀ ବି ଗୁରୁତର ହୋଇଛି । ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଫା ଅଭିଯାନ ଚାଲିଥିବା ବେଳେ ପୁଞ୍ଝରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲ । । ଯେଉଁଠି ଆତଙ୍କୀ ଲୁଚି ରହିଥିଲେ ସେହିଠାରେ ସର୍ଚ୍ଚ ଅପରେସନ ଚାଲିଥିଲା । ହେଲେ ସର୍ଚ୍ଚ ଅପରେସନ ସମୟରେ ହଠାତ ଲୁଚିରହିଥିବା ଆତଙ୍କୀମାନେ ପୁଲିସ ଓ ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ । ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଛି । ଗୁଳିମାଡ଼ରେ ୩ ଯବାନ ଆହତ ହୋଇଥିବା ନେଇ ସୂଚନା ରହିଛି ।

ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ତେଣୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଗତ ୨ ସପ୍ତାହ ଭିତରେ ଜମ୍ମ କାଶ୍ମୀରହର ସେନା ଗୁଳିରେ ୧୫ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହପରି ଆତଙ୍କୀଙ୍କ ଆକ୍ରମଣରେ ୧୧ରୁ ଅଧିକ ସାଧାରଣ ଲୋକ ଓ ୫ରୁ ଅଧିକ ଯବାନ ସହିଦ ହୋଇଛନ୍ତି । ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି ଆତଙ୍କବାଦୀ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଏବେ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ୩ ଦିନିଆ ଗସ୍ତରେ ଶାହା ଯାଇଥିବା ବେଳେ ଶନିବାର ଶ୍ରୀନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶାହା କହିଛନ୍ତି, କାଶ୍ମୀରରେ ଶାନ୍ତି ଫେରାଇ ଆଣିବାରେ କେହି ବ୍ୟାଘତ ସୃଷ୍ଟି କରିପାରିବେ ନାହିଁ ।

Leave A Reply

Your email address will not be published.