ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ସରିଲା ଅପରେସନ..ଫେରିବେ ଅମ୍ରିତ

0

ହସ୍ପିଟାଲ ବେଡ଼ରୁ ଉଠି ସୁସ୍ଥ ହୋଇ ଫେରିବେ ଅମ୍ରିତ । ପୁଣି ପୂର୍ବ ପରି ଆରମ୍ଭ କରିବେ ଜୀବନ । ଅପରସେନ ପରେ ଅମ୍ରିତ ପ୍ରଧାନଙ୍କ ଜୀବନ ଜୀଇଁବାର ଆଶା ଉଇଁଛି । ଚେନ୍ନାଇରେ ଏକମୋ ଚିକିତ୍ସାରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କ କରାଯାଇଛି ଫୁସପୁସ ପ୍ରତିରୋପଣ । ଦୀର୍ଘ ୧୯ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର ପରେ ଅମ୍ରିତଙ୍କ ଦେହରେ ଲାଗିଛି ଫୁସଫୁସ ।

କୋଭିଡ ସଂକ୍ରମିତ ହେବା ପରେ ଅମ୍ରିତଙ୍କ ଫୁସ୍‌ଫୁ୍‌ସ ସଂକ୍ରମିତ ହୋଇଥିଲା । ଏହା ପରେ ୧୪୧ ଦିନ ହେବ ଏକମୋରେ ରହିବା ପରେ ମଧ୍ୟ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା । ଏହା ପରେ ଡାକ୍ତର ଫୁସ୍‌ଫୁସ୍‌ ପ୍ରତିରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ କରିବା ଆବଶ୍ୟକ ଥିବା ବେଳେ ଫୁସଫୁସ ଯୋଗାଡ଼ ମଧ୍ୟ ହୋଇଯାଇଥିଲା।

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ଛାତରୁ ପଡ଼ି ଗୁରୁତର ହୋଇପଡିଥିଲେ । ଭେଂଟିଲେଟରରେ ରହିବା ପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ଫୁସଫୁସକୁ ନେଇ ଅମ୍ରିତଙ୍କ ଦେହରେ ପ୍ରତିରୋପଣ କରାଯାଇଛି । କରୋନାରେ ପୀଡିତ ହୋଇ ଫୁସଫୁସ ସଂକ୍ରମିତ ହେବା ପରେ ଅମ୍ରିତଙ୍କ ଏକମୋ ଚିକିତ୍ସା ଜରୁରୀ ହୋଇପଡ଼ିଥିଲା । ରାଜ୍ୟ ବାହାରକୁ ନେଇ ଚିକିତ୍ସା କରିବା ପାଇଁ ଅର୍ଥ ମଧ୍ୟ ଦରକାର ଥିଲା । ସୋସିଆଲ ମିଡଆରେ ପରିବାର ଲୋକଙ୍କ ଅନୁରୋଧ ପରେ ସବୁଆଡୁ ଛୁଟିଥିଲା ସହାୟତାର ସୁଅ । ମିଲାପ ଫଣ୍ଡ ଜରିଆରେ ଅର୍ଥ ଯୋଗାଡ ହୋଇଯାଇଥିଲା । ଏହା ପରେ ଜୁନ୍ ୩ରେ ଭୁବନେଶ୍ୱରରୁ ଅମ୍ରିତଙ୍କୁ ଏୟାରଲିଫ୍ଟ କରି ଚେନ୍ନାଇ ନିଆଯାଇଥିଲା । ଅମ୍ରିତଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ପାଖାପଖି ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଅନଲାଇନ ପେମେଂଟ ମାଧ୍ୟମରେ ଦେଢ କୋଟି ଟଙ୍କା ମିଳିଥିଲା । ତେଣୁ ଅମ୍ରିତଙ୍କ ପରିବାର ଲୋକ ଆର୍ଥିକ ସହାୟତା ପାଇଁ ଏବେ ନିବେଦନ କରିଛନ୍ତି ।

Leave A Reply

Your email address will not be published.