ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ସରିଲା ଅପରେସନ..ଫେରିବେ ଅମ୍ରିତ

0

ହସ୍ପିଟାଲ ବେଡ଼ରୁ ଉଠି ସୁସ୍ଥ ହୋଇ ଫେରିବେ ଅମ୍ରିତ । ପୁଣି ପୂର୍ବ ପରି ଆରମ୍ଭ କରିବେ ଜୀବନ । ଅପରସେନ ପରେ ଅମ୍ରିତ ପ୍ରଧାନଙ୍କ ଜୀବନ ଜୀଇଁବାର ଆଶା ଉଇଁଛି । ଚେନ୍ନାଇରେ ଏକମୋ ଚିକିତ୍ସାରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କ କରାଯାଇଛି ଫୁସପୁସ ପ୍ରତିରୋପଣ । ଦୀର୍ଘ ୧୯ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର ପରେ ଅମ୍ରିତଙ୍କ ଦେହରେ ଲାଗିଛି ଫୁସଫୁସ ।

କୋଭିଡ ସଂକ୍ରମିତ ହେବା ପରେ ଅମ୍ରିତଙ୍କ ଫୁସ୍‌ଫୁ୍‌ସ ସଂକ୍ରମିତ ହୋଇଥିଲା । ଏହା ପରେ ୧୪୧ ଦିନ ହେବ ଏକମୋରେ ରହିବା ପରେ ମଧ୍ୟ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା । ଏହା ପରେ ଡାକ୍ତର ଫୁସ୍‌ଫୁସ୍‌ ପ୍ରତିରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ କରିବା ଆବଶ୍ୟକ ଥିବା ବେଳେ ଫୁସଫୁସ ଯୋଗାଡ଼ ମଧ୍ୟ ହୋଇଯାଇଥିଲା।

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ଛାତରୁ ପଡ଼ି ଗୁରୁତର ହୋଇପଡିଥିଲେ । ଭେଂଟିଲେଟରରେ ରହିବା ପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ଫୁସଫୁସକୁ ନେଇ ଅମ୍ରିତଙ୍କ ଦେହରେ ପ୍ରତିରୋପଣ କରାଯାଇଛି । କରୋନାରେ ପୀଡିତ ହୋଇ ଫୁସଫୁସ ସଂକ୍ରମିତ ହେବା ପରେ ଅମ୍ରିତଙ୍କ ଏକମୋ ଚିକିତ୍ସା ଜରୁରୀ ହୋଇପଡ଼ିଥିଲା । ରାଜ୍ୟ ବାହାରକୁ ନେଇ ଚିକିତ୍ସା କରିବା ପାଇଁ ଅର୍ଥ ମଧ୍ୟ ଦରକାର ଥିଲା । ସୋସିଆଲ ମିଡଆରେ ପରିବାର ଲୋକଙ୍କ ଅନୁରୋଧ ପରେ ସବୁଆଡୁ ଛୁଟିଥିଲା ସହାୟତାର ସୁଅ । ମିଲାପ ଫଣ୍ଡ ଜରିଆରେ ଅର୍ଥ ଯୋଗାଡ ହୋଇଯାଇଥିଲା । ଏହା ପରେ ଜୁନ୍ ୩ରେ ଭୁବନେଶ୍ୱରରୁ ଅମ୍ରିତଙ୍କୁ ଏୟାରଲିଫ୍ଟ କରି ଚେନ୍ନାଇ ନିଆଯାଇଥିଲା । ଅମ୍ରିତଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ପାଖାପଖି ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଅନଲାଇନ ପେମେଂଟ ମାଧ୍ୟମରେ ଦେଢ କୋଟି ଟଙ୍କା ମିଳିଥିଲା । ତେଣୁ ଅମ୍ରିତଙ୍କ ପରିବାର ଲୋକ ଆର୍ଥିକ ସହାୟତା ପାଇଁ ଏବେ ନିବେଦନ କରିଛନ୍ତି ।

Leave A Reply

Your email address will not be published.