ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ପାକ୍ ପତ୍ରକାରଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ କୋହଲି..

0


ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତର ଲଜ୍ୟାଜନକ ପରାଜୟ ହୋଇଛି । ବିଶ୍ୱକପ ମହାମୁକାବିଲାରେ ଏମିତି ପ୍ରଥମ ଥର ପାଇଁ ହୋଇଛି । ମ୍ୟାଚ ପରେ ଯେତେବେଳେ କ୍ୟାପଟେନ ବିରାଟ କୋହଲି ପ୍ରେସ କନଫରେନ୍ସ କରିଥିଲେ, ସେତେବେଳେ ତାଙ୍କୁ କିଛି ଏମିତି ପ୍ରଶ୍ନ କରାଯାଇଥିଲା ଯାହାକୁ ନେଇ ସେ ଚିହିଁକି ଉଠିଥିଲେ ।

ପ୍ରେସ କନଫରେନ୍ସରେ ଜଣେ ପାକିସ୍ତାନ ପତ୍ରକାର ପ୍ରଶ୍ନ କରିଥିଲେ ଯେ, ଟିମ ଇଣ୍ଡିଆର ସିଲେକ୍ସନ ଉପରେ ପ୍ରଶ୍ନ ଉଠୁଛି । କଣ ଇଶାନ କିଶନଙ୍କୁ ରୋହିତ ଶର୍ମାଙ୍କ ଯାଗାରେ ଖେଳିବାକୁ ସୁଯୋଗ ଦେଇଥିଲେ ଠିକ ହୋଇଥାନ୍ତା କି?ଏହି ପ୍ରଶ୍ନ ପରେ ବିରାଟ ରାଗି ଯାଇଥିଲେ । ପ୍ରଥମେ କହିଥିଲେ ଯେ ଏହା ଏକ ସାହାସିକ ପ୍ରଶ୍ନ । ଏହା ପରେ ପତ୍ରକାରଙ୍କୁ ପାଲଟା ପ୍ରଶ୍ନ କରିଥିଲେ ଯେ, ଆପଣ ମୋ ସ୍ଥାନରେ ଥିଲେ କଣ କରିଥାନ୍ତେ? କଣ ଆପଣ ଟି-୨୦ ମ୍ୟାଚରୁ ରୋହିତଙ୍କୁ ଡ୍ରପ କରିଦେଇଥାନ୍ତେ? ଗତ ମ୍ୟାଚରେ ସେ କଣ କରିଛନ୍ତି ଆପଣ ଜାଣନ୍ତି କି? ମୁଁ ମୋର ଶ୍ରେଷ୍ଠ ଟିମ ସହ ଖେଳିଛି ବୋଲି କୋହଲି କହିଥିଲେ । ବିରାଟ ଏହା ବି କହିଥିଲେ ଯେ ,ଯଦି କୌଣସି ବିବାଦ ଚାହୁଁଛନ୍ତି ତେବେ ମୋତେ ସିଧା କହିଦିଅନ୍ତୁ, ମୁଁ ଆପଣଙ୍କୁ ସେମିତି ହିଁ ଜବାବ ଦେବି ।

ବିରାଟ କହିଥିଲେ , ପାକିସ୍ତାନ ଭାରତଠୁ ବହୁତ ଭଲ ଖେଳିଥିଲା । ପରିସ୍ଥିତି ଯେପରି ବଦଳିଲା ଆମକୁ ୧୦-୨୦ ରନ ଅଧିକ ଆବଶ୍ୟକ ଥିଲା । ଏବେ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି ଶେଷ ହୋଇନାହିଁ । ଭାରତ ପାକିସ୍ତାନକୁ ୧୫୨ ରନର ଲକ୍ଷ୍ୟ ଦେଇଥିଲା , ଯାହା ପାକିସ୍ତାନ ବିନା ୱିକେଟରେ ହାସଲ କରିଥିଲା । ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ହରାଇଛି । ଭାରତ ପକ୍ଷରୁ ଓପନିଂ ସଂପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ରୋହିତ ଶର୍ମା ପ୍ରଥମ ବଲରେ ଶୂନରୁ ଆଉଟ ହୋଇଥିଲେ ।

Leave A Reply

Your email address will not be published.