ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆସିଗଲା ନୂଆ ଭ୍ୟାରିଆଣ୍ଟ,ସତର୍କ ରୁହ..

0

ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ଘାରିଛି ଭୟ । ଭାରତରେ ଚିହ୍ନଟ ହୋଇଛି ବ୍ରିଟେନର ଆତଙ୍କ ସୃଷ୍ଟି କରିଥିବା ଭୂତାଣୁ । ବ୍ରିଟେନ ଓ ୟୁରୋପର ଅନେକ ଦେଶରେ ହଇଚଇ ସୃଷ୍ଟି କରୁଥିବା ନୂଆ ପ୍ରକାର ଡେଲଟା ପ୍ଲସ ଏୱାଇ ୪ ପଏଣ୍ଟ ୨ ଏବେ ଭାରତରେ ମିଳିଛି ।

ସିଏସଆଇଆର ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଏବଂ ଇଂଟିଗ୍ରେଟିଭ୍ ବାୟୋଲୋଜି ନିର୍ଦ୍ଦେଶକ ଡକ୍ଟର ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ, ଏହି ନୂଆ ଭୂତାଣୁ ବ୍ରିଟେନରୁ ଆସିଥିବା ବେଳେ ଏହା ଉପରେ ବୈଜ୍ଞାନିକ ମାନେ ନଜର ରଖିଛନ୍ତି । ତେବେ ନୂଆ ଭୂତାଣୁ କୋଭିଡ ଟିକା ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରୁଛି କି ନାହିଁ ଏନେଇ କିଛି ପ୍ରମାଣ ମିଳିନାହିଁ । ଏହା ସହିତ ଏହି ନୂଆ ଭ୍ୟାରିଆଣ୍ଟ ରେ ସଂକ୍ରମିତ ଓ ମୃତ୍ୟୁ ହେବା ବହୁତ କମ ମାମଲା ସାମନାକୁ ଆସିଛି ।

ଆଇଏନଏସଏସିଓଜିର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଖୁବ ଶୀଘ୍ର ଏହି ଭ୍ୟାରିଆଣ୍ଟ ର ସଂକ୍ରମିତ ହେଉଥିବା ମାମଲା ଗୁଡିକ ଘୋଷଣା କରାଯିବ । ଆଇଏନଏସଏସିଓଜି ହେଉଛି, କରୋନାର ଜେନୋମିକ ସିକ୍ୱେନ୍ସ ଉପରେ କାମ କରୁଥିବା ଲ୍ୟାବ୍ସ ଗୁଡିକର ଏକ ସଂଘ । ଆଇଏନଏସଏସିଓଜି ଅନୁଯାୟୀ, ଅକ୍ଟୋବର ୧୧ ପର୍ଯ୍ୟନ୍ତ ଭାରତରେ ଏୱାଇ ଭ୍ୟାରିଆଂଟର ୪ ହଜାର ୭୩୭ ମାମଲା ସାମନାକୁ ଆସିଛି ।

ବ୍ରିଟେନରେ ଏୱାଇ ୪ପଏଂଟ ୨ ଭ୍ୟାରିଆଣ୍ଟ ସେଠାରେ ପୁଣି ସଂକ୍ରମଣ ବୃଦ୍ଧି କରିଛି। ୟୁକେର ବୈଜ୍ଞାନିକ ମାନେ ଏହି ଭ୍ୟାରିଆଣ୍ଟ କୁ ‘ଭ୍ୟାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ’ନାଁରେ ଶ୍ରେଣୀଭୁକ୍ତ କରିଛନ୍ତି । ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଏୱାଇ ୪ପଏଂଟ ୨ର ଅଭିବୃଦ୍ଧି ହାର ଡେଲଟା ତୁଳନାରେ ୧୭ ପ୍ରତିଶତ ଅଧିକ । ଅକ୍ଟୋବର ୨୩ରେ ବ୍ରିଟେନରେ ୫୦ ହଜାରରୁ ଅଧିକ କୋଭିଡ ମାମଲା ଚିହ୍ନଟ ହୋଇଥିଲା । ଯାହା ୧୭ ଜୁଲାଇ ପରେ ସବୁଠୁ ଅଧିକ ।

ଭାରତ ପାଇଁ ଚିନ୍ତାର ବିଷୟ ଏହା ଯେ, ବିଟ୍ରେନରୁ ଆସୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଯାଇଛି । ଭାରତ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟ।ଇନ ଓ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ ଥିବା କଟକଣା ମଧ୍ୟ ଉଠାଇଦେଇଛି । ଏବେ ନେଗେଟିଭ ରିପୋର୍ଟ ଓ ଟିକା ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଛି । କେବେଳ ୩୦ ପ୍ରତିଶତ ଲୋକ ଦେଶରେ ଉଭୟ ଡୋଜ ଟିକା ନେଇଛନ୍ତି । ଭାରତରେ ଏବେ ପିଲାମାନଙ୍କ ପାଇଁ ଟିକାକରଣ ମଧ୍ୟ ଆରମ୍ଭ ହୋଇନାହିଁ ।

Leave A Reply

Your email address will not be published.