ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଆଶ୍ରମ-୩’ ସୁଟିଂ ସମୟରେ ହଙ୍ଗାମା

0

ମଧ୍ୟପ୍ରଦେଶ ଭୋପାଳରେ ‘ଆଶ୍ରମ ଥ୍ରୀ’ ୱେବ ସିରିଜ ସୁଟିଂ ବେଳେ ହଙ୍ଗାମା । ବଜରଙ୍ଗ ଦଳର କିଛି ଲୋକ ସୁଟିଂ ସମୟରେ ଗାଡି ଭଙ୍ଗାରୁଜା କରିବା ସହ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଉପରେ ଆକ୍ରମଣ କରିଛନ୍ତି । ଘଟଣା ପରେ ତୁରନ୍ତ ପୁଲିସ ପହଞ୍ଚି ବଜରଙ୍ଗ ଦଳର କର୍ମୀଙ୍କୁ ଘଉଡାଇଥିଲା । ବଜରଙ୍ଗ ଦଳର କର୍ମୀମାନେ ଭୋପାଳ ଅରେରା ହିଲ୍ସର ପୁରୁଣା ଜେଲ ରାସ୍ତାରେ ସୁଟିଂକୁ ଅଟକାଇ ଗାଡି ଭଙ୍ଗାରୁଜା କରିଛନ୍ତି । ଗତ ୩ ଦିନ ଧରି ଆଶ୍ରମ ଥ୍ରୀ ୱେବ
ସିରିଜର ସୁଟିଂ ଚାଲିଛି । ଅଭିନେତା ବବି ଦେଓଲ ମଧ୍ୟ ସୁଟିଂ ସମୟରେ ସେଠାରେ ଥିଲେ ।

ବଜରଙ୍ଗ ଦଳର ସ୍ଥାନୀୟ ସଂଯୋଜକ ସୁଶୀଲ ଚେତାବନୀ ଦେଇଛନ୍ତି ଯେ, ପ୍ରକାଶ ଝାଙ୍କୁ ଫିଲ୍ମର ନାମ ବଦଳାଇବାକୁ ପଡିବ । ଯଦି ଫିଲ୍ମର ନାଁ ନବଦଳିଲା ସେ ସୁଟିଂ ହେବାକୁ ଦେବେନାହିଁ । କେବେଳ ଏତିକି ନୁହେଁ ଫିଲ୍ମ ରିଲିଜ ବି ହେବାକୁ ଦେବେନି ବୋଲି କହିଛନ୍ତି । ବଜରଙ୍ଗ ଦଳର ସ୍ଥାନୀୟ ସଂଯୋଜକ ସୁଶୀଲ ଅଭିଯୋଗ କରିଛନ୍ତି ଯେ, ପ୍ରକାଶ ଝା ହିନ୍ଦୁ ଧର୍ମକୁ ବଦନାମ କରୁଛନ୍ତି । ସେ କହିଛନ୍ତି , ଆଶ୍ରମ ପରମ୍ପରା ଆମ ପରିଚୟ। ଯଦି କେଉଁ ଆଶ୍ରମରେ ଅପରାଧ ହୋଇଛି , ତେବେ ସେହି ଆଶ୍ରମ ନାଁରେ ସେ ଫିଲ୍ମ ନିର୍ମାଣ କରନ୍ତୁ । କିନ୍ତୁ ସମସ୍ତ ଆଶ୍ରମକୁ ବଦନାମ ନକରନ୍ତୁ । ସେପଟେ ହଙ୍ଗାମା କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି ।

Leave A Reply

Your email address will not be published.