ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ହ୍ୱାଟସ୍ ଆପ୍ ଚାଟ୍ ଲିକ୍‌କୁ ନେଇ ଚିନ୍ତାରେ ବଲିଉଡ ଷ୍ଟାର

0

ମୁମ୍ବାଇ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ ଓ ଅନନ୍ୟା ପଣ୍ଡାଙ୍କ ନାଁ ଆସିବା ପରେ ଏବେ ହ୍ୱାଟସ ଆପ ଚାଟ୍‌କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସେଲିବ୍ରିଟିଙ୍କ ହ୍ୱାଟସ ଆପ୍ ଚାଟ୍‌କୁ ତଦନ୍ତରେ ବ୍ୟବହୃତ କରାଯାଉଛି । ତେବେ ହ୍ୱାଟସ ଆପ୍ ଚାଟ୍ ଲିକ ହେବା ଓ ଏହାର ତଦନ୍ତ ହେବା ସାଧାରଣ ଜିନିଷ ହୋଇଯାଇଛି ।

ହ୍ୱାଟସ ଆପ୍ ଦାବି କରୁଛି ଯେ, ତାହାର ପ୍ଲାଟଫର୍ମ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଫ୍ଲାଟଫର୍ମରେ ସେୟାର ହେଉଥିବା ସମସ୍ତ ମେସେଜ କିମ୍ବା ମିଡିଆ ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ ହୋଇଥାଏ । ଏହାକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ଆର୍ୟନ ଖାନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଏନସିବି ହାତରେ ଲାଗିଛି ।

ସୂଚନା ଅନୁସାରେ ,ଆର୍ୟନ ଓ ଅନନ୍ୟାଙ୍କ ହ୍ୱାଟସ ଆପ ଚାଟ୍ ମିଳିବା ପରେ ପୁରା ବଲିଉଡ଼ ଇଣ୍ଡଷ୍ଟ୍ରି ଆଲର୍ଟ ହୋଇଯାଇଛି । ଫୋନରେ ଲୁଚାଇବା ପରି କିଛି ଥାଉ କି ନଥାଉ ସେମାନେ ନିଜ ଫୋନରେ ଥିବା ସମସ୍ତ ଫଟୋ, ଡାଟ ଓ ହ୍ୱାଟସ ଆପ୍ ଚାଟ ଡିଲେଟ କରିବାକୁ ଚାହୁଁଛନ୍ତି । ଏବେ ଏଠି ପ୍ରଶ୍ନ ଉଠୁଛି ଯେ, ସ୍ମାର୍ଟଫୋନରେ ଥିବା ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଡିଲେଟ କରିବା ସମ୍ଭବ କି?ଆସନ୍ତୁ ଜାଣିବା ଏ ବିଷୟରେ..

ଅନେକ ଉପାୟ ଅଛି ଯେଉଁଥିରେ ଫୋନରୁ ଡାଟା ଡିଲେଟ କରିହେବ । ଏହା ବ୍ୟତୀତ ପୁନଃ ରିସର୍ଟ କରିକି ବି ଡାଟାକୁ ଫୋନରୁ ହଟାଇହେବ । କିମ୍ବା କ୍ଲାଉଡ ଓ ବ୍ୟାକ ଅପ ଡ୍ରାଇଭରେ ଥିବା ଡାଟାକୁ ମଧ୍ୟ ହଟାଇହେବ । ଯେଉଁ ବି ଡିଭାଇସ ଯେମିତିକି ଫୋନ, ଲାପଟପ,ଟାବଲେଟର ଡାଟା ଫିଜିକାଲ ଡିଭାଇସ କିମ୍ବା କ୍ଲାଉଡରେ ଷ୍ଟୋର ହୋଇଥାଏ । ଫିଜିକାଲ ଷ୍ଟୋରେଜକୁ ଇଣ୍ଟରନାଲ ଷ୍ଟୋରେଜ ବି କୁହାଯାଏ । ଆପଣ ଯେବେ ଇ ରନାଲ ଷ୍ଟୋରେଜରୁ ଫୋଟୋ କିମ୍ବା ଭିଡିଓ ଡିଲେଟ କରନ୍ତି, ଏହାର ତୁରନ୍ତ ଡିଲେଟ ହୁଏ ନାହିଁ । ଏବଂ ବିନ୍‌କୁ ପଳାଇଥାଏ । ଏହାକୁ ଆପଣ ପାଖାପାଖି ଏକ ମାସ ଭିତରେ ପୁଣି ପାଇପାରିବେ ।

ବିଭିନ୍ନ ଡିଭାଇସ ବିଭିନ୍ନ ଉପାୟରେ ଫାଇଲ ଗୁଡିକ ଡିଲେଟ କରିବା ପାଇଁ ଅଲଗା ପଦ୍ଧତି ଆପଣାଇଥାନ୍ତି । ଅନେକ ୟୁଜର୍ସଙ୍କ ଅନେକ ଡାଟା କ୍ଲାଉଡରେ ଷ୍ଟୋର ହୋଇଥାଏ । ଏହାର କାରଣ ଫୋନରେ ମେମୋରି କମ ଥାଏ । ଆପଣ ଏହାକୁ ମନୁଆଲି ଡିଲେଟ ମଧ୍ୟ କରିପାରିବେ । ତେବେ ଡିଲେଟ କରିବା ପରେ ବି ଅନେକ ଦିନ ପର୍ଯ୍ୟନ୍ତ ଡାଟାକୁ ପୁଣି ପାଇବା ପାଇଁ ସମୟ ଦିଆଯାଇଥାଏ । ତେଣୁ ‘ରିସେ ଲି ଡିଲେଟେଡ’ ଫୋଲଡ଼ରରୁ ମଧ୍ୟ ଡାଟାକୁ ହଟାଇବା ଜରୁରୀ ଅଟେ । ଅନେକ କମ୍ପାନୀ ଦାବି କରିଥାନ୍ତି ଯେ,ଫୋନରୁ ତଥ୍ୟକୁ ସଂପୂର୍ଣ୍ଣ ଡିଲେଟ କରିହେବ । ପୁନଃ ରିସେଟ୍ ପରେ ଆପଣ ଆପଣଙ୍କ ଫୋନକୁ ନୂଆ ଭଳି ପାଇପାରିବେ । ରିସେଟ୍ କରିବା ପରେ ଫୋନକୁ ପୁଣି ଥରେ ସେଟଅପ କରିବାକୁ ପଡିଥାଏ ।

ଫୋନରୁ ସମସ୍ତ ତଥ୍ୟ ହଟାଇବା ସେତିକି ସହଜ ନୁହେଁ ଯେତିକି ଲାଗିଥାଏ । ଏତେ ସହଜରେ ସ୍ମାର୍ଟ ଫୋନରୁ ଡାଟା ଡିଲେଟ କରିବା ସମ୍ଭବ ନୁହେଁ । ତେଣୁ ବଲିଉଡ ସୁପରଷ୍ଟାର ସତର୍କ ରହିବା ଜରୁରୀ ଅଟେ ।

Leave A Reply

Your email address will not be published.