ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ଆସିଗଲା ନୂଆ ଭ୍ୟାରିଆଣ୍ଟ,ସତର୍କ ରୁହ..

0

ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ଘାରିଛି ଭୟ । ଭାରତରେ ଚିହ୍ନଟ ହୋଇଛି ବ୍ରିଟେନର ଆତଙ୍କ ସୃଷ୍ଟି କରିଥିବା ଭୂତାଣୁ । ବ୍ରିଟେନ ଓ ୟୁରୋପର ଅନେକ ଦେଶରେ ହଇଚଇ ସୃଷ୍ଟି କରୁଥିବା ନୂଆ ପ୍ରକାର ଡେଲଟା ପ୍ଲସ ଏୱାଇ ୪ ପଏଣ୍ଟ ୨ ଏବେ ଭାରତରେ ମିଳିଛି ।

ସିଏସଆଇଆର ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଏବଂ ଇଂଟିଗ୍ରେଟିଭ୍ ବାୟୋଲୋଜି ନିର୍ଦ୍ଦେଶକ ଡକ୍ଟର ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ, ଏହି ନୂଆ ଭୂତାଣୁ ବ୍ରିଟେନରୁ ଆସିଥିବା ବେଳେ ଏହା ଉପରେ ବୈଜ୍ଞାନିକ ମାନେ ନଜର ରଖିଛନ୍ତି । ତେବେ ନୂଆ ଭୂତାଣୁ କୋଭିଡ ଟିକା ଦ୍ୱାରା ସୃଷ୍ଟି ହେଉଥିବା ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରୁଛି କି ନାହିଁ ଏନେଇ କିଛି ପ୍ରମାଣ ମିଳିନାହିଁ । ଏହା ସହିତ ଏହି ନୂଆ ଭ୍ୟାରିଆଣ୍ଟ ରେ ସଂକ୍ରମିତ ଓ ମୃତ୍ୟୁ ହେବା ବହୁତ କମ ମାମଲା ସାମନାକୁ ଆସିଛି ।

ଆଇଏନଏସଏସିଓଜିର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଖୁବ ଶୀଘ୍ର ଏହି ଭ୍ୟାରିଆଣ୍ଟ ର ସଂକ୍ରମିତ ହେଉଥିବା ମାମଲା ଗୁଡିକ ଘୋଷଣା କରାଯିବ । ଆଇଏନଏସଏସିଓଜି ହେଉଛି, କରୋନାର ଜେନୋମିକ ସିକ୍ୱେନ୍ସ ଉପରେ କାମ କରୁଥିବା ଲ୍ୟାବ୍ସ ଗୁଡିକର ଏକ ସଂଘ । ଆଇଏନଏସଏସିଓଜି ଅନୁଯାୟୀ, ଅକ୍ଟୋବର ୧୧ ପର୍ଯ୍ୟନ୍ତ ଭାରତରେ ଏୱାଇ ଭ୍ୟାରିଆଂଟର ୪ ହଜାର ୭୩୭ ମାମଲା ସାମନାକୁ ଆସିଛି ।

ବ୍ରିଟେନରେ ଏୱାଇ ୪ପଏଂଟ ୨ ଭ୍ୟାରିଆଣ୍ଟ ସେଠାରେ ପୁଣି ସଂକ୍ରମଣ ବୃଦ୍ଧି କରିଛି। ୟୁକେର ବୈଜ୍ଞାନିକ ମାନେ ଏହି ଭ୍ୟାରିଆଣ୍ଟ କୁ ‘ଭ୍ୟାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ’ନାଁରେ ଶ୍ରେଣୀଭୁକ୍ତ କରିଛନ୍ତି । ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଏୱାଇ ୪ପଏଂଟ ୨ର ଅଭିବୃଦ୍ଧି ହାର ଡେଲଟା ତୁଳନାରେ ୧୭ ପ୍ରତିଶତ ଅଧିକ । ଅକ୍ଟୋବର ୨୩ରେ ବ୍ରିଟେନରେ ୫୦ ହଜାରରୁ ଅଧିକ କୋଭିଡ ମାମଲା ଚିହ୍ନଟ ହୋଇଥିଲା । ଯାହା ୧୭ ଜୁଲାଇ ପରେ ସବୁଠୁ ଅଧିକ ।

ଭାରତ ପାଇଁ ଚିନ୍ତାର ବିଷୟ ଏହା ଯେ, ବିଟ୍ରେନରୁ ଆସୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଯାଇଛି । ଭାରତ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟ।ଇନ ଓ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ ଥିବା କଟକଣା ମଧ୍ୟ ଉଠାଇଦେଇଛି । ଏବେ ନେଗେଟିଭ ରିପୋର୍ଟ ଓ ଟିକା ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଛି । କେବେଳ ୩୦ ପ୍ରତିଶତ ଲୋକ ଦେଶରେ ଉଭୟ ଡୋଜ ଟିକା ନେଇଛନ୍ତି । ଭାରତରେ ଏବେ ପିଲାମାନଙ୍କ ପାଇଁ ଟିକାକରଣ ମଧ୍ୟ ଆରମ୍ଭ ହୋଇନାହିଁ ।

Leave A Reply

Your email address will not be published.