ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ପାକ୍ ପତ୍ରକାରଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ କୋହଲି..

0


ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତର ଲଜ୍ୟାଜନକ ପରାଜୟ ହୋଇଛି । ବିଶ୍ୱକପ ମହାମୁକାବିଲାରେ ଏମିତି ପ୍ରଥମ ଥର ପାଇଁ ହୋଇଛି । ମ୍ୟାଚ ପରେ ଯେତେବେଳେ କ୍ୟାପଟେନ ବିରାଟ କୋହଲି ପ୍ରେସ କନଫରେନ୍ସ କରିଥିଲେ, ସେତେବେଳେ ତାଙ୍କୁ କିଛି ଏମିତି ପ୍ରଶ୍ନ କରାଯାଇଥିଲା ଯାହାକୁ ନେଇ ସେ ଚିହିଁକି ଉଠିଥିଲେ ।

ପ୍ରେସ କନଫରେନ୍ସରେ ଜଣେ ପାକିସ୍ତାନ ପତ୍ରକାର ପ୍ରଶ୍ନ କରିଥିଲେ ଯେ, ଟିମ ଇଣ୍ଡିଆର ସିଲେକ୍ସନ ଉପରେ ପ୍ରଶ୍ନ ଉଠୁଛି । କଣ ଇଶାନ କିଶନଙ୍କୁ ରୋହିତ ଶର୍ମାଙ୍କ ଯାଗାରେ ଖେଳିବାକୁ ସୁଯୋଗ ଦେଇଥିଲେ ଠିକ ହୋଇଥାନ୍ତା କି?ଏହି ପ୍ରଶ୍ନ ପରେ ବିରାଟ ରାଗି ଯାଇଥିଲେ । ପ୍ରଥମେ କହିଥିଲେ ଯେ ଏହା ଏକ ସାହାସିକ ପ୍ରଶ୍ନ । ଏହା ପରେ ପତ୍ରକାରଙ୍କୁ ପାଲଟା ପ୍ରଶ୍ନ କରିଥିଲେ ଯେ, ଆପଣ ମୋ ସ୍ଥାନରେ ଥିଲେ କଣ କରିଥାନ୍ତେ? କଣ ଆପଣ ଟି-୨୦ ମ୍ୟାଚରୁ ରୋହିତଙ୍କୁ ଡ୍ରପ କରିଦେଇଥାନ୍ତେ? ଗତ ମ୍ୟାଚରେ ସେ କଣ କରିଛନ୍ତି ଆପଣ ଜାଣନ୍ତି କି? ମୁଁ ମୋର ଶ୍ରେଷ୍ଠ ଟିମ ସହ ଖେଳିଛି ବୋଲି କୋହଲି କହିଥିଲେ । ବିରାଟ ଏହା ବି କହିଥିଲେ ଯେ ,ଯଦି କୌଣସି ବିବାଦ ଚାହୁଁଛନ୍ତି ତେବେ ମୋତେ ସିଧା କହିଦିଅନ୍ତୁ, ମୁଁ ଆପଣଙ୍କୁ ସେମିତି ହିଁ ଜବାବ ଦେବି ।

ବିରାଟ କହିଥିଲେ , ପାକିସ୍ତାନ ଭାରତଠୁ ବହୁତ ଭଲ ଖେଳିଥିଲା । ପରିସ୍ଥିତି ଯେପରି ବଦଳିଲା ଆମକୁ ୧୦-୨୦ ରନ ଅଧିକ ଆବଶ୍ୟକ ଥିଲା । ଏବେ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି ଶେଷ ହୋଇନାହିଁ । ଭାରତ ପାକିସ୍ତାନକୁ ୧୫୨ ରନର ଲକ୍ଷ୍ୟ ଦେଇଥିଲା , ଯାହା ପାକିସ୍ତାନ ବିନା ୱିକେଟରେ ହାସଲ କରିଥିଲା । ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ହରାଇଛି । ଭାରତ ପକ୍ଷରୁ ଓପନିଂ ସଂପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ରୋହିତ ଶର୍ମା ପ୍ରଥମ ବଲରେ ଶୂନରୁ ଆଉଟ ହୋଇଥିଲେ ।

Leave A Reply

Your email address will not be published.