ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଜେଲରୁ ମୁକୁଳିବେ କି ଆର୍ୟନ ?

0

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଥିବା ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିବ କି ଜାମିନ? ଆଜି ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ଆର୍ୟନଙ୍କ ଦୁଇ ସାଙ୍ଗ ମୁନମୁନ ଧାମେଚା ଓ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଆଜି କୋର୍ଟ ଶୁଣାଣି କରିବେ । ପୂର୍ବରୁ ସ୍ୱତନ୍ତ୍ର ଅଦାଲତା ଜାମିନ ଦେବାକୁ ମନା କରିଦେଇଥିଲେ । ଆର୍ୟନ ଖାନ୍ ନିୟମିତ ଡ୍ରଗ୍ସ ସମ୍ବନ୍ଧିତ କାର୍ଯ୍ୟକଳାପରେ ସାମିଲ ଥିଲେ ବୋଲି କୋର୍ଟ କହିଥିଲେ ।

ସ୍ୱତନ୍ତ୍ର ଅଦାଲତ କହିଥିଲେ ଯେ,ଆର୍ୟନଙ୍କ ହ୍ୱାଟସ ଆପ ଚାଟରୁ ଡ୍ରଗ୍ସ ପେଡେଲରଙ୍କ ସହ ଲିଙ୍କ ଥିବା ନେଇ ପ୍ରମାଣ ପାଇଛି ଏନସିବି । ମୁନମୁନ ଧାମେଚା ଓ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ପ୍ରତ୍ୟାଖାନ କରିଦେଇଥିଲେ । ଅକ୍ଟୋବର ୩ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ଏନସିବି ଏହି ୩ ଜଣଙ୍କୁ ଗିରଫ କରିଥିଲା । ଏହି ୩ ଜଣ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି ।

ଆର୍ୟନ ଖାନ ଓ ଅରବାଜ୍ ଆର୍ଥର ରୋଡ ଜେଲରେ ଥିବା ବେଳେ ମୁନମୁନ ଧାମେଚା ବାଇକୁଲ୍ଲା ମହିଳା ଜେଲରେ ଅଛନ୍ତି । ଏମାନଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ, ନିଶାଦ୍ରବ୍ୟ ପାଖରେ ରଖିବା, ଏହାକୁ ବ୍ୟବହାର କରିବା ଓ ନିଶା ଦ୍ରବ୍ୟଚୋରା ଚାଲାଣ କରିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ଏଯାଏଁ ୨୦ ଜଣଙ୍କୁ ଗିରଫ କରିଛି ଏନସିବି । ସେପଟେ ଅଡୁଆରେ ଏନସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ।

ଆର୍ୟନ ଖାନଙ୍କ କ୍ରୁଜ ଡ୍ରଗ୍ସ ମାମଲାର ସେ ତଦନ୍ତ ନେତୃତ୍ୱ ନେଇଥିବା ବେଳେ ତାଙ୍କ ବରୋଧରେ ଆସିଛି ଲା ନେବାର ଅଭିଯୋଗ । ୱାଙ୍ଖଡେ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିଛନ୍ତି । ତେବେ ତାଙ୍କୁ କୌଣସି ଏଜେନ୍ସି ଡାକିଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ଗାଣମାଧ୍ୟମ ପ୍ରତିନିଧି ମାନେ ଘେରିଯାଇଥିବା ବେଳେ ସେ କହିଛନ୍ତି, ସେ ତାଙ୍କ ତଦନ୍ତ ଉପରେ ସମ୍ପୂର୍ଣ୍ଣ କାଏମ ଅଛନ୍ତି ।

ଡ୍ରଗ୍ସ ମାମଲାର ଜଣେ ସାକ୍ଷୀ ଅଭିଯୋଗ କରିଛନ୍ତି ଯେ, ସମୀର ୱାଙ୍ଖଡେ ଆର୍ୟନ ଖାନଙ୍କୁ ଛାଡିବା ପାଇଁ ୨୫ କୋଟି ଟଙ୍କାର ଡିଲ ହୋଇଥିଲା । ସାକ୍ଷୀ ପ୍ରଭାକର ସେଲଙ୍କ ଅଭିଯୋଗ ପରେ ନାମ ଓ ଜାତି ପ୍ରମାଣପତ୍ରକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ୱାଙ୍ଖଡେଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏନସିବିର ଭିଜିଲାନ୍ସ ୟୁନିଟର ମୁଖ୍ୟ ଡିଡିଜି ଏନଆର,ଧନେଶ୍ୱର ସିଂହ କହିଛନ୍ତି ଯେ, ଡ୍ରଗ୍ସ ମାମଲାରେ ସାକ୍ଷୀ ଦେଇଥିବା ଅଭିଯୋଗ ଉପରେ ଏଜେନ୍ସି ତଦନ୍ତ
ଆରମ୍ଭ କରିବ ।

Leave A Reply

Your email address will not be published.