ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଜେଲରୁ ମୁକୁଳିବେ କି ଆର୍ୟନ ?

0

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଥିବା ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିବ କି ଜାମିନ? ଆଜି ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ଆର୍ୟନଙ୍କ ଦୁଇ ସାଙ୍ଗ ମୁନମୁନ ଧାମେଚା ଓ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଆଜି କୋର୍ଟ ଶୁଣାଣି କରିବେ । ପୂର୍ବରୁ ସ୍ୱତନ୍ତ୍ର ଅଦାଲତା ଜାମିନ ଦେବାକୁ ମନା କରିଦେଇଥିଲେ । ଆର୍ୟନ ଖାନ୍ ନିୟମିତ ଡ୍ରଗ୍ସ ସମ୍ବନ୍ଧିତ କାର୍ଯ୍ୟକଳାପରେ ସାମିଲ ଥିଲେ ବୋଲି କୋର୍ଟ କହିଥିଲେ ।

ସ୍ୱତନ୍ତ୍ର ଅଦାଲତ କହିଥିଲେ ଯେ,ଆର୍ୟନଙ୍କ ହ୍ୱାଟସ ଆପ ଚାଟରୁ ଡ୍ରଗ୍ସ ପେଡେଲରଙ୍କ ସହ ଲିଙ୍କ ଥିବା ନେଇ ପ୍ରମାଣ ପାଇଛି ଏନସିବି । ମୁନମୁନ ଧାମେଚା ଓ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ପ୍ରତ୍ୟାଖାନ କରିଦେଇଥିଲେ । ଅକ୍ଟୋବର ୩ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ଏନସିବି ଏହି ୩ ଜଣଙ୍କୁ ଗିରଫ କରିଥିଲା । ଏହି ୩ ଜଣ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି ।

ଆର୍ୟନ ଖାନ ଓ ଅରବାଜ୍ ଆର୍ଥର ରୋଡ ଜେଲରେ ଥିବା ବେଳେ ମୁନମୁନ ଧାମେଚା ବାଇକୁଲ୍ଲା ମହିଳା ଜେଲରେ ଅଛନ୍ତି । ଏମାନଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ, ନିଶାଦ୍ରବ୍ୟ ପାଖରେ ରଖିବା, ଏହାକୁ ବ୍ୟବହାର କରିବା ଓ ନିଶା ଦ୍ରବ୍ୟଚୋରା ଚାଲାଣ କରିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ଏଯାଏଁ ୨୦ ଜଣଙ୍କୁ ଗିରଫ କରିଛି ଏନସିବି । ସେପଟେ ଅଡୁଆରେ ଏନସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ।

ଆର୍ୟନ ଖାନଙ୍କ କ୍ରୁଜ ଡ୍ରଗ୍ସ ମାମଲାର ସେ ତଦନ୍ତ ନେତୃତ୍ୱ ନେଇଥିବା ବେଳେ ତାଙ୍କ ବରୋଧରେ ଆସିଛି ଲା ନେବାର ଅଭିଯୋଗ । ୱାଙ୍ଖଡେ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିଛନ୍ତି । ତେବେ ତାଙ୍କୁ କୌଣସି ଏଜେନ୍ସି ଡାକିଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ଗାଣମାଧ୍ୟମ ପ୍ରତିନିଧି ମାନେ ଘେରିଯାଇଥିବା ବେଳେ ସେ କହିଛନ୍ତି, ସେ ତାଙ୍କ ତଦନ୍ତ ଉପରେ ସମ୍ପୂର୍ଣ୍ଣ କାଏମ ଅଛନ୍ତି ।

ଡ୍ରଗ୍ସ ମାମଲାର ଜଣେ ସାକ୍ଷୀ ଅଭିଯୋଗ କରିଛନ୍ତି ଯେ, ସମୀର ୱାଙ୍ଖଡେ ଆର୍ୟନ ଖାନଙ୍କୁ ଛାଡିବା ପାଇଁ ୨୫ କୋଟି ଟଙ୍କାର ଡିଲ ହୋଇଥିଲା । ସାକ୍ଷୀ ପ୍ରଭାକର ସେଲଙ୍କ ଅଭିଯୋଗ ପରେ ନାମ ଓ ଜାତି ପ୍ରମାଣପତ୍ରକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ୱାଙ୍ଖଡେଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏନସିବିର ଭିଜିଲାନ୍ସ ୟୁନିଟର ମୁଖ୍ୟ ଡିଡିଜି ଏନଆର,ଧନେଶ୍ୱର ସିଂହ କହିଛନ୍ତି ଯେ, ଡ୍ରଗ୍ସ ମାମଲାରେ ସାକ୍ଷୀ ଦେଇଥିବା ଅଭିଯୋଗ ଉପରେ ଏଜେନ୍ସି ତଦନ୍ତ
ଆରମ୍ଭ କରିବ ।

Leave A Reply

Your email address will not be published.