ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ମଞ୍ଚ ଉପରେ କହୁ କହୁ ଟଳିପଡିଲେ ନେତା

0

ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ, କେତେବେଳେ,କେମିତି ଓ କେଉଁ ସମୟରେ ଆସିବ ତାହା କହିହେବନି । ରାଜସ୍ଥାନରେ ଜଣେ ଯୁବ କଂଗ୍ରେସ ନେତାଙ୍କ ଆକସ୍ମିକ ମୃତ୍ୟୁକୁ କେହି ବି ବିଶ୍ୱାସ କରିପାରୁନାହାଁନ୍ତି । ସଭା ଚାଲିଥିଲା । ଲୋକଙ୍କୁ ମାଇକ ଦ୍ୱାରା ।ଷଣ ଦେଉଥିଲେ । ହେଲେ ହଠାତ ମ ଉପରେ ଭାଷଣ ଦେବା ସମୟରେ ଟଳିପଡିଲେ । ଆଉ ହସ୍ପିଟାଲକୁ ନେବା ବାଟରେ ସବୁଦିନ ପାଇଁ ଆଖବୁଜିଦେଲେ କଂଗ୍ରେସର ଏହି ଯୁବ ନେତା ।

ରାଜସ୍ଥାନରେ ଦୁଇଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ପ୍ରଚାର ବେଳେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଏକ ଜନସଭାର ଆୟୋଜନ କରାଯାଇଥିଲା। ଏହି ଜନସଭାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମ୍ବାଧିତ କରିବାର ଥିଲା । ଯୁବ ନେତା ମୋହବତ ସିଂଙ୍କୁ ଏହି ଜନସଭାର ଦାୟିତ୍ୱ ଦିଆଯାଇଥିଲା । ରାଜସ୍ଥାନ ଯୁବ କଂଗ୍ରେସର ପୂର୍ବ ପ୍ରବକ୍ତା ମୋହବତ ସିଂହ ମଞ୍ଚ ପରିଚାଳନା କରୁଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଭାରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଉପସ୍ଥିତ କର୍ମୀ, ନେତାଙ୍କୁ ମାଇକରେ ଭାଷଣ ଦେଉଥିଲେ ମୋହବତ ।

ହେଲେ ଭାଷଣ ଦେଉଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଉ ମ ଉପରେ ହିଁ ଟଳିପଡିଥିଲେ । ମୋହବତ ସିଂଙ୍କୁ ସାଙ୍ଗେସାଙ୍ଗେ ଲସାଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମୋହବତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେଉଥିବା ଦେଖି ଉଦୟପୁରକୁ ସ୍ଥାନାନ୍ତର କରିଥିଲେ ।ହେଲେ ଉଦୟପୁର ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ମୋହବତ ସିଂହଙ୍କ ଏଭଳି ଆକସ୍ମିତ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି ।ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ଶୋକ ବ୍ୟକ୍ତି କରିବା ସହ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.