ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ମଞ୍ଚ ଉପରେ କହୁ କହୁ ଟଳିପଡିଲେ ନେତା

0

ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ, କେତେବେଳେ,କେମିତି ଓ କେଉଁ ସମୟରେ ଆସିବ ତାହା କହିହେବନି । ରାଜସ୍ଥାନରେ ଜଣେ ଯୁବ କଂଗ୍ରେସ ନେତାଙ୍କ ଆକସ୍ମିକ ମୃତ୍ୟୁକୁ କେହି ବି ବିଶ୍ୱାସ କରିପାରୁନାହାଁନ୍ତି । ସଭା ଚାଲିଥିଲା । ଲୋକଙ୍କୁ ମାଇକ ଦ୍ୱାରା ।ଷଣ ଦେଉଥିଲେ । ହେଲେ ହଠାତ ମ ଉପରେ ଭାଷଣ ଦେବା ସମୟରେ ଟଳିପଡିଲେ । ଆଉ ହସ୍ପିଟାଲକୁ ନେବା ବାଟରେ ସବୁଦିନ ପାଇଁ ଆଖବୁଜିଦେଲେ କଂଗ୍ରେସର ଏହି ଯୁବ ନେତା ।

ରାଜସ୍ଥାନରେ ଦୁଇଟି ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ପ୍ରଚାର ବେଳେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଏକ ଜନସଭାର ଆୟୋଜନ କରାଯାଇଥିଲା। ଏହି ଜନସଭାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମ୍ବାଧିତ କରିବାର ଥିଲା । ଯୁବ ନେତା ମୋହବତ ସିଂଙ୍କୁ ଏହି ଜନସଭାର ଦାୟିତ୍ୱ ଦିଆଯାଇଥିଲା । ରାଜସ୍ଥାନ ଯୁବ କଂଗ୍ରେସର ପୂର୍ବ ପ୍ରବକ୍ତା ମୋହବତ ସିଂହ ମଞ୍ଚ ପରିଚାଳନା କରୁଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଭାରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଉପସ୍ଥିତ କର୍ମୀ, ନେତାଙ୍କୁ ମାଇକରେ ଭାଷଣ ଦେଉଥିଲେ ମୋହବତ ।

ହେଲେ ଭାଷଣ ଦେଉଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଉ ମ ଉପରେ ହିଁ ଟଳିପଡିଥିଲେ । ମୋହବତ ସିଂଙ୍କୁ ସାଙ୍ଗେସାଙ୍ଗେ ଲସାଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମୋହବତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେଉଥିବା ଦେଖି ଉଦୟପୁରକୁ ସ୍ଥାନାନ୍ତର କରିଥିଲେ ।ହେଲେ ଉଦୟପୁର ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ମୋହବତ ସିଂହଙ୍କ ଏଭଳି ଆକସ୍ମିତ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି ।ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ଶୋକ ବ୍ୟକ୍ତି କରିବା ସହ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.