ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଫ୍ୟାନ୍ସ୍‌ଙ୍କୁ କନ୍ଦାଇଦେଲା ସେହନାଜଙ୍କ ଗୀତ..

0

ପଞ୍ଜାବ ଗାୟିକା ସେହନାଜ ଗିଲ୍‌ଙ୍କ ଗୀତ ‘ତୁ ୟହି ହେ’କୁ ଦର୍ଶକ ଜବରଦସ୍ତ ପସନ୍ଦ କରିଛନ୍ତି।ଏହି ଗୀତ ୨୪ ଘଣ୍ଟାରେ ୟୁଟ୍ୟୁବରେ ନମ୍ବର ୱାନ ଟ୍ରେଣ୍ଡରେଅଛି । ଏହି ଗୀତ ଜରିଆରେ ସେହନାଜ ସିର୍ଦ୍ଧାର୍ଥ ଶୁକ୍ଲାକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସିଦ୍ଧାର୍ଥଙ୍କ ଯିବା ପରେ ସେହନାଜ କେମିତି ଅଛନ୍ତି ତାହା ଗୀତରେ ଦେଖିବାକୁ ମିଳିଛି । ସିଦ୍ଧାର୍ଥଙ୍କୁ ହରାଇବାର ଦୁଃଖ ସେହନାଜଙ୍କ ମୁହଁରୁ ସ୍ପଷ୍ଟ ଜଣାପଡୁଛି । ଯାହାକୁ ଦେଖିବା ପରେ ଫ୍ୟାନ୍ସ ବି ଭାବବିହ୍ୱଳ ହୋଇପଡିଛନ୍ତି । ସେହନାଜ ଗିଲ୍‌ଙ୍କ ଗୀତ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି ।

ଅକ୍ଟୋବର ୨୯ରେ ରିଲିଜ ହୋଇଥିବା ଏହି ଗୀତ ୨୪ ଘଂଟା ଭିତରେ ୟୁଟ୍ୟୁବରେ ୯୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଗୀତରେ ସେହନାଜ ଓ ସିଦ୍ଧାର୍ଥ ବିଗ ବସରେ ବିତାଇଥିବା ସୁନ୍ଦର ମୂହୁର୍ତ୍ତ କୁ ଦେଖିବାକୁ ମିଳିଛି । ଗୀତ ଜରିଆରେ ସେହନାଜ କହିବାକୁ ଚାହୁଁଛନ୍ତି ଯେ, ତାଙ୍କ ସ୍ମୁତି ଆଜି ବି ସିଦ୍ଧାର୍ଥ ଶୁକ୍ଲା ଜୀବନ୍ତ ଅଛନ୍ତି । ଏବଂ ସିଦ୍ଧାର୍ଥଙ୍କ ସ୍ମୃତିକୁ ନେଇ ସେ ନିଜ ଜୀବନରେ ଆଗକୁ ବଢୁଛନ୍ତି । ଏହି ଗୀତର ଲିରିକ୍ସ ମଧ୍ୟ କିଛି ଏଭଳି ରହିଛି ଯେ, ମେରେ ଦିଲକୋ ପତା ହେ ତୁ ୟହିଁ..ୟହାଁ ହେ..

ସେହନାଜଙ୍କ ୟୁଟ୍ୟୁବ ପେଜରେ ଏହି ଗୀତ ଅପଲୋଡ କରାଯାଇଛି । ଯାହା ସହ ସେହନାଜ ଲେଖିଛନ୍ତି ଟ୍ରିବ୍ୟୁଟ । ସେହନାଜ ଓ ସିଦ୍ଧାର୍ଥଙ୍କୁ ବିଗବସ ସିଜିନ ୧୩ରେ ଦେଖିବାକୁ ମିଳିଥିଲ । ।ଏହା ପରେ ସୋରେ ଦୁଇ ଜଣଙ୍କ ଯୋଡିକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଫ୍ୟାନ୍ସ ତାଙ୍କୁ ପ୍ୟାର ସେ ସିଡନାଜ କହି ଡାକୁଥିଲେ । ସେପ୍ଟେମ୍ବର ୨ରେ ସିଦ୍ଧାର୍ଥଙ୍କ ହୃଦଘାତରେ ଆକସ୍ମିକ ମୃତ୍ୟୁକୁ ଗ୍ରହଣ କରିପାରିନଥିଲେ ସେହନାଜ । ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲେ । ସେହନାଜ ଏବେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଦେଖିଲେ ଲାଗୁଛି ସେ ନିଜକୁ ଦୃଢ କରିବାକୁ ଆଉ କିଛି ଦିନ ଲାଗିବ ।

Leave A Reply

Your email address will not be published.