ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ସମବାୟ ନିର୍ବାଚନ ପାଇଁ ବାଟ ଖୋଲିଲା

0

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏବେ ସମବାୟ ନିର୍ବାଚନ ପାଇଁ ରାସ୍ତା ଖୋଲିଛି। ଆଜି ହାଇକୋର୍ଟ ସମବାୟ ସମିତି ନିର୍ବାଚନ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଏ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସମିତି ଓ ଅନୁବନ୍ଧିତ ସମବାୟ ସମିତି ନିର୍ବାଚନ ମାମଲାରେ ଏଭଳି ରାୟ ଆସିଛି।

ରାଜ୍ୟ ସମବାୟ ନିର୍ବାଚନ କମିସନ ଚାରି ସପ୍ତାହ ମଧ୍ୟରେ ଏ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ଏହି ନିର୍ବାଚନ ପାଇଁ ସରକାର ସବୁ ପ୍ରକାର ସହଯୋଗ କରିବା ଲାଗି ନିର୍ଦେଶ ଦେଇଥିବା କୁହାଯାଇଛି। ଏଥିସହିତ ଜିଲ୍ଲାପାଳଙ୍କୁ ସମବାୟ ସଂସ୍ଥା ପରିଚାଳନା ପ୍ରଶାସକ ଦାୟିତ୍ବକୁ ବି ରଦ୍ଦ କରାଯାଇଛି।

ସମବାୟ ଆଇନର ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ‌ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଭବାନୀ ପ୍ରସାଦ ମାଝୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.