ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ସମବାୟ ନିର୍ବାଚନ ପାଇଁ ବାଟ ଖୋଲିଲା

0

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏବେ ସମବାୟ ନିର୍ବାଚନ ପାଇଁ ରାସ୍ତା ଖୋଲିଛି। ଆଜି ହାଇକୋର୍ଟ ସମବାୟ ସମିତି ନିର୍ବାଚନ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଏ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସମିତି ଓ ଅନୁବନ୍ଧିତ ସମବାୟ ସମିତି ନିର୍ବାଚନ ମାମଲାରେ ଏଭଳି ରାୟ ଆସିଛି।

ରାଜ୍ୟ ସମବାୟ ନିର୍ବାଚନ କମିସନ ଚାରି ସପ୍ତାହ ମଧ୍ୟରେ ଏ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ଏହି ନିର୍ବାଚନ ପାଇଁ ସରକାର ସବୁ ପ୍ରକାର ସହଯୋଗ କରିବା ଲାଗି ନିର୍ଦେଶ ଦେଇଥିବା କୁହାଯାଇଛି। ଏଥିସହିତ ଜିଲ୍ଲାପାଳଙ୍କୁ ସମବାୟ ସଂସ୍ଥା ପରିଚାଳନା ପ୍ରଶାସକ ଦାୟିତ୍ବକୁ ବି ରଦ୍ଦ କରାଯାଇଛି।

ସମବାୟ ଆଇନର ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ‌ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଭବାନୀ ପ୍ରସାଦ ମାଝୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.