ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା!

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢିଛି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଜି ପୁଲିସ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ପୁଲିସ ଚାର୍ଜସିଟରୁ ତାଙ୍କ ନାମ ବାଦ ପଡିଥିବା ନେଇ କୋର୍ଟରେ ଆପତ୍ତି ହୋଇଥିଲା। ପରେ ଜେଏମ୍ଏଫସି କୋର୍ଟ ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ପାଇଁ ମାହାଙ୍ଗା ଥାନାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଏଠାରେ ଉଲ୍ଲେଖଥାଉକି, ଇତିମଧ୍ୟରେ ପୁଲିସ ସାକ୍ଷୀମାନଙ୍କୁ ବାରମ୍ବାର ଡାକୁଥିଲେ ମଧ୍ୟ ସେମାନେ ଆସୁନଥିବା କୁହାଯାଉଥିଲା। ପରେ ପୁଲିସ ଚିଠି ଲେଖି ତିନି ଦିନ ଭିତରେ ହାଜର ହେବାକୁ କହିଥିଲା। ଅନ୍ୟଥା କୋର୍ଟଙ୍କୁ ଏ ନେଇ ଜଣାଇ ଦିଆଯିବ ବୋଲି ଜଣାଇଥିଲେ। ଏହା ପରେ ଆଜି ପାଞ୍ଚ ଜଣ ସାକ୍ଷୀ ଆସି ଥାନାରେ ବୟାନ ଦେଇଛନ୍ତି, ଯାହାକୁ ଆଇଆଇସି ରେକର୍ଡ କରିଥିବା ସୂଚନା ମିଳିଛି।

ମାହାଙ୍ଗାରେ କୁଳମଣି ବରାଳଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ଗତ ଜାନୁଆରି ୨ ତାରିଖରେ ତାଙ୍କ ସହିତ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ବି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମାହାଙ୍ଗା ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ କୁଳମଣିଙ୍କ ପୁଅ ରମାକାନ୍ତ ଏତଲା ଦେଇଥିଲେ। ହେଲେ ପୁଲିସ ତଦନ୍ତ ପରେ ଚାର୍ଜସିଟରେ ଅନ୍ୟ ୧୨ଜଣ ଅଭିଯୁକ୍ତଙ୍କ ନାମ ରଖିଥିଲେ ହେଁ ମନ୍ତ୍ରୀଙ୍କ ନାମ ରଖିନଥିଲା। ଏହାକୁ ରମାକାନ୍ତ ବିରୋଧ କରି କୋର୍ଟ ଯାଇଥିଲେ।

Leave A Reply

Your email address will not be published.