ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଜେପିକୁ ଟିକେ ଅଧିକ ଝଟକା, କଂଗ୍ରେସ ଖୁସି

0
  • ପଶ୍ଚିମବଙ୍ଗରେ ଅମାନତ ହରାଇଲେ ତିନି ବିଜେପି ପ୍ରାର୍ଥୀ
  • ହିମାଚଳ ପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ ଉଲ୍ଲେଖନୀୟ
  • ୨୯ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ହେଉଥିଲା ଉପନିର୍ବାଚନ

ନୂଆଦିଲ୍ଲୀ: ୨୯ ବିଧାନସଭା ଓ ୩ ଲୋକସଭା ଆସନ ଫଳାଫଳ ଭାରତ ରାଜନୀତିକୁ ଦୋହଲାଇ ଦେବାଭଳି ହୋଇଛି। ଉତ୍ତର ପୂର୍ବ ରାଜ୍ୟରେ ବିଜେପି ପ୍ରାଧାନ୍ୟ ବିସ୍ତାର କରିଛି ସତ, ହେଲେ ଅନ୍ୟ ସବୁଠାରେ ପ୍ରଦର୍ଶନ ନୈରାଶ୍ୟଜନକ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ହିମାଚଳ ପ୍ରଦେଶରେ କଂଗ୍ରେସ ସମସ୍ତଙ୍କୁ ବିସ୍ମିତ କରିଛି ଏବଂ ରାଜସ୍ଥାନରେ ବି ଦଳର ପ୍ରଦର୍ଶନ ସନ୍ତୋଷଜନକ ରହିଛି। ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂ ବିଜେପିର କାର୍ଗିଲ ଯୁଦ୍ଧ ହିରୋ ବ୍ରିଗେଡିୟର୍ (ଅବସରପ୍ରାପ୍ତ) ଖୁସଲ ଠାକୁରଙ୍କୁ ପରାସ୍ତ କରିଛନ୍ତି।

ମଧ୍ୟପ୍ରଦେଶର ଖଣ୍ଡୱା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଗଣେଶ୍ୱର ପାଟିଲ ଜିତିଛନ୍ତି। ଶିବସେନା ଦାଦ୍ରା ଏବଂ ନାଗର ହାବେଳି ଆସନ ଜିତିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ହିମାଚଳ ପ୍ରଦେଶର ତିନିଟି ବିଧାନସଭା ଆସନ ଫତେହପୁର, ଜୁବଲ-କୋଟଖାଇ ଏବଂ ଆରକିରେ ଦଳ ବିଜୟ ଲାଭ କରିଛି।ଆଇଏନଏଲଡିର ଅଭୟ ଚୌତାଲା ତାଙ୍କର ପାରମ୍ପରିକ ଗଡ଼ ଏଲେନାବାଦରେ ବିଜୟ ଲାଭ କରିଛନ୍ତି। ଆସାମର ପାଞ୍ଚଟି ଆସନ ମଧ୍ୟରୁ ଯେଉଁ ତିନିଟିରେ ବିଜେପି ପ୍ରାର୍ଥୀ ଦେଇଥିଲା, ସେଠାରେ ଜିତିଛି। ସହଯୋଗୀ ଯୁପିପିଏଲ୍ ଅନ୍ୟ ଦୁଇଟି ଆସନରେ ଆଗରେ ରହିଛି। ବଙ୍ଗଳାର ସମସ୍ତ ଚାରିଟି ଆସନରେ ଟିଏମସି ବିଜୟ ଲାଭ କରିଛି। ତିନିଟି ଆସନରେ ବିଜେପି ପ୍ରାର୍ଥୀ ଅମାନତ ହରାଇଛନ୍ତି। ମେଘାଳୟରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୂର୍ବତନ ଫୁଟବଲର୍ ୟୁଗେନସନ୍ ଲିଙ୍ଗଡୋ ଜିତିଛନ୍ତି।

ବିଜେପି ସହଯୋଗୀ ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି) ରାଜବାଲା ଆସନ ଜିତିଛି ଓ ଅନ୍ୟ ଏକ ସ୍ଥାନରେ ଆଗରେ ରହିଛି। ମିଜୋରାମରେ, ଏମଏନଏଫ ତୁଇରିଆଲ୍ ଆସନରେ ବିଜୟ ଲାଭ କରିଛି।ବିହାରରେ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ ଉଭୟ ଆସନ ଜିତିଛି। ସହଯୋଗୀ ବିଜେପି ଆଦିବାସୀ ଆସନ ଜୋବାଟକୁ କଂଗ୍ରେସରୁ ଛଡ଼ାଇ ନେଇଛି ଏବଂ ଅନ୍ୟ ଦୁଇରେ ଆଗରେ ରହିଛି। ରାଜସ୍ଥାନରେ କଂଗ୍ରେସ ଭାଲାବନଗର ଏବଂ ଧରିଆୱାଡ ଆସନରେ ବିଜୟ ଲାଭ କରିଛି। କର୍ଣ୍ଣାଟକରେ ବି ଏସ୍ ୟେଡିୟୁରପ୍ପାଙ୍କ ସ୍ଥାନ ନେଇଥିବା ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇଙ୍କ ନେତୃତ୍ବରେ ଦଳ ସିନ୍ଦି ବିଧାନସଭା ଆସନରେ ଜିତିଛି। କିନ୍ତୁ ଅନ୍ୟ ଏକ ଆସନରେ ହଙ୍ଗଲ ଆସନ କଂଗ୍ରେସ ଖାତାକୁ ଯାଇଛି।

ତେଲେଙ୍ଗାନାର ହୁଜୁରାବାଦ ବିଧାନସଭା ଆସନରେ ଶାସକ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ଛାଡି ବିଜେପିରେ ଯୋଗ ଦେଇଥିବା ଏତାଲା ରାଜେନ୍ଦ୍ର ଆଗରେ ଅଛନ୍ତି।ଉଲ୍ଲେଖଥାଉକି, ଆସାମରେ ପାଞ୍ଚଟି, ପଶ୍ତିମବଙ୍ଗରେ ଚାରିଟି, ମଧ୍ୟପ୍ରଦେଶରେ ତିନିଟି, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ଦୁଇଟି, ବିହାର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଟି ଆସନ ଏବଂ ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନ୍ୟ ତିନିଟି ଲୋକସଭା ଆସନ, ଯେଉଁଠାରେ ନିର୍ବାଚନ ହେଉଥିଲା, ସେଗୁଡିକ ହେଲା ଦାଦ୍ରା ଏବଂ ନାଗର ହାବେଳିି, ହିମାଚଳ ପ୍ରଦେଶର ମାଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱା।

Leave A Reply

Your email address will not be published.