ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଲୋକସେବା ଭବନରୁ ଗଲା ବାଣ ବିକ୍ରି ନିର୍ଦ୍ଦେଶ

0

ଭୁବନେଶ୍ବର: ସବୁଜ ବାଣ ବିକ୍ରି ସଂପର୍କରେ ସୁପ୍ରିମକୋର୍ଟ,ଓଡ଼ିଶା ହାଇକୋର୍ଟ ଏବଂ ଏସଆରସିଙ୍କ ନିର୍ଦ୍ଦେଶ କଡାକଡି ପାଳନ ଲାଗି ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଲୋକସେବ ଭବନରେ ଏକ ବୈଠକ ବସିଥିଲା। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏହି ନିର୍ଦ୍ଦେଶନାମାର ଯେମିତି ଆଦୌ ଖିଲାପ ନ ହୁଏ, ତାହାକୁ ଜିଲ୍ଲାପାଳ ଓ ଏସପି ନିଶ୍ଚିତ କରିବେ। ତେବେ ପେଟ୍ରୋଲିଅମ୍ ବିସ୍ଫୋରକ ନିରାପତ୍ତା ସଂସ୍ଥାର ଅନୁମତି ପ୍ରାପ୍ତ ସବୁଜ ବାଣ ବିକ୍ରି ଓ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି। ଏ ସଂକ୍ରାନ୍ତରେ ଲାଇସେନ୍ସ ନେବାକୁ ପଡିବ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। ଜିଲ୍ଲାପାଳ ଏବଂ ପୌରାଞ୍ଚଳ ପୁଲିସ କମିସନରମାନେ ଲାଇସେନ୍ସ ଦେଇପାରିବେ ବୋଲି କୁହାଯାଇଛି।

ସରକାର କହିଛନ୍ତି, ‌କୌଣସି ବ୍ୟକ୍ତି ରାସ୍ତା କିମ୍ବା ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇ ପାରିବେ ନାହିଁ। କେବଳ ସବୁଜ ବାଣ ହିଁ ନିଜ ଘରର ପାଚେରି ସୀମା ମଧ୍ୟରେ ଫୁଟାଇ ପାରିବେ। ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି, ବାଣ ବ୍ୟବସାୟୀମାନେ କେଉଁ ବାଣ ବିକ୍ରି କରୁଛନ୍ତି, ତାହାର ଯାଞ୍ଚ କରାଯିବା ଦରକାର। ସେମାନେ ଅନୁମତିପ୍ରାପ୍ତ ବାଣ ବିକୁଛନ୍ତି କି ନାହିଁ, ତାହାକୁ ନିଶ୍ଚିତ କରିବାକୁ ହେବ। ଏଣେତେଣେ ବାଣ ଦୋକାନ ଖୋଲିପାରିବ ନାହିଁ, ବରଂ ଗୋାଟିଏ ନିର୍ଦିଷ୍ଟ ସ୍ଥାନରେ କେବଳ ଦୋକାନ ରହିବ। ପୁଲିସ ଡିଜି ଅଭୟ ମଧ୍ୟ ବାଣ ବିକ୍ରି ପ୍ରସଙ୍ଗରେ ସବୁ ନିୟମ କାନୁନ ମାନିବାକୁ ଏସପିମାନଙ୍କୁ କହିଛନ୍ତି। ଏ ସଂକ୍ରାନ୍ତରେ ଥାନା, ଫାଣ୍ଡି ଅଧିକାରୀଙ୍କୁ ଆବଶ୍ୟକ ସୂଚନା ଦେବାକୁ କୁହାଯାଇଛି।

Leave A Reply

Your email address will not be published.