ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

୧୨ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା

0

ରଙ୍ଗୀନ ଆଲୋକମାଳାରେ ଝଲସିବ ଅଯୋଧ୍ୟା । ଉତ୍ତରପ୍ରଦେଶ ଅଯୋଧ୍ୟରେ ଭବ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଅଯୋଧ୍ୟାରେ ଜଳିବ ୧୨ ଲକ୍ଷ ଦୀପ । ଗିନିଜ ବୁକ ଅଫ ରେକର୍ଡ ଟିମ ଏହାକୁ ଗଣିବେ । ୧୨ ଲକ୍ଷ ଦୀପ ଜଳାଯିବା ସହ ପ୍ରଭୁ ରାମଙ୍କ ଶୋଭାଯାତ୍ରା ବାହାରିବ । କେନ୍ଦ୍ର ମନ୍ତ୍ରୀ ଜି.କିଶନ ରେଡ୍ଡୀ, ରାଜ୍ୟପାଳ ଆନନ୍ଦୀ ବେନ୍ ,ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ ।

କୁହାଯାଉଛି ଯେ, ୧୨ ଲକ୍ଷ ଦୀପ ମଧ୍ୟରୁ ରାମଙ୍କ ପାଦରେ ୯ ଲକ୍ଷ,ରାମ ଜନ୍ମଭୂମି ପରିସରରେ ୫୧ ହଜାର ଦୀପ, ଅଯୋଧ୍ୟା ପ୍ରାଚୀନ ମନ୍ଦିରରେ ୩ ଲକ୍ଷ ଦୀପ ଜଳାଯିବ । ଏହା ବ୍ୟତୀତ ଅଯୋଧ୍ୟାର ୧୪ କୋସି ପରିକ୍ରମା ଭିତରେ ପ୍ରାୟ ସମସ୍ତ ପୁରୁଣା ସ୍ଥାନ, ପୋଖରୀ,ମନ୍ଦିରରେ ଦୀପ ଲଗାଯିବ । କେବେଳ ଏତିକି ନୁହେଁ ଅଯୋଧ୍ୟା ବ୍ୟତୀତ ବସ୍ତି ଜିଲ୍ଲାର ମଖୋଡା ଧାମ ସମେତ ୮୪ କୋସି ପରିକ୍ରମା ଭିତରେ ଅନେକ ସ୍ଥାନରେ ଦୀପ ଜଳାଯିବ । ମଖୋଡା ଧାମା ହେଉଛି ସେହି ସ୍ଥାନ ଯେଉଁଠାରେ ମହାରାଜ ଦଶରାଥ ପୁତ୍ରେଷ ଯଜ୍ଞ କରିଥିଲେ । ଯାହା ପରେ ରାମ, ଲକ୍ଷ୍ମଣ, ଭରତ,ଶତ୍ରୁଘନ୍ନ ରାଜା ଦଶରଥଙ୍କ ଘରେ ଜନ୍ମ ନେଇଥିଲେ ।

ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ସରକାର ଗଠନ ସହିତ ୨୦୧୭ରେ ଅଯୋଧ୍ୟାରେ ରାମଙ୍କ ପାଦରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ପ୍ରାୟ ଲକ୍ଷେ ୮୦ ହଜାର ଦୀପ ଜଳାଯାଇଥିଲା । ସେହିପରି ୨୦୧୮ରେ ୩,୦୧,୧୫୨ ପରେ ୨୦୧୯ରେ ୫,୫୦,୦୦୦, ୨୦୨୦ରେ ୫,୫୧.୦୦୦ ଦୀପ ଜଳାଯାଇଥିଲା । ଏବେ ୨୦୨୧ ଯାହାକି ଯୋଗୀ ସରକାରଙ୍କ କାର୍ଯ୍ୟକାଳର ଶେଷ ବର୍ଷ । ଏଇ ବର୍ଷ ୧୨ ଲକ୍ଷ ଦୀପ ଜାଳିବାକୁ
ଯୋଗୀ ସରକାର ଘୋଷଣା କରିଛନ୍ତି ।

ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡମ୍ବରରେ ଦୀପତ୍ସୋବ ପାଳନ ଆରମ୍ଭ ହୋଇଛି । ଦୀପାବଳୀ ଉତ୍ସବର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ଯୋଗୀ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ଅଯୋଧ୍ୟା ଭିଜନ ଡକ୍ୟୁମେଣ୍ଟ ରିଲିଜ କରିବାର କାର୍ଯ୍ୟକ୍ରମ ରହିଛି ।ଏବର୍ଷକୁ ମିଶାଇ କ୍ରମାଗତ ୫ ବର୍ଷ ପାଇଁ ଦୀପୋତ୍ସବ ପାଳନ କରାଯାଉଛି ।

Leave A Reply

Your email address will not be published.