ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ରାଜସ୍ଥାନରେ କାହିଁକି ବିବାହ କରୁଛନ୍ତି କ୍ୟାଟ୍ରିନା?

0

ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକି କୌଶଲ ଗତ କିଛି ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି । ତେବେ ଉଭୟ ନିଜ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏଯାଏ କିଛି ସ୍ପଷ୍ଟ କରିନାହାଁନ୍ତି । ଦୁଇ ଜଣଙ୍କୁ ବହୁ ପାର୍ଟି ଓ ପୋଗ୍ରାମରେ ଏକାଠି ଦେଖିବାକୁ ମିଳିଥାଏ । ବର୍ତମାନ ସମୟରେ ଉଭୟଙ୍କ ବିବାହଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । କୁହାଯାଉଛି ଆସନ୍ତା ଡିସେମ୍ବର ମାସରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ବିବାହରେ ସେମାନଙ୍କ ପୋଷାକ କଣ ପିନ୍ଧିବେ ତାର ଡିଜାଇନ କରୁଛନ୍ତି ପ୍ରଖ୍ୟାତ ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ।

ଇ-ଟାଇମ ରିପୋର୍ଟସ ଅନୁସାରେ, କ୍ୟାଟ୍ରିନା ଓ ଭିକି ଡିସେମ୍ବର ପ୍ରଥମ ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ସେ ରାଜସ୍ଥାନର ସାୱାଇ ମାଧୋପୁର ରୟାଲ ଭେନ୍ୟୁ ବୁକ କରିଛନ୍ତି । ରାଜସ୍ଥାନର ଏହି ପ୍ରସାଦରେ ୩ଟି ରେଷ୍ଟୁରା ଅଛି । ଯାହା ସ୍ଥାନୀୟ ଖାଦ୍ୟ ଦେଇଥାଏ ।ଏହା ସହିତ ବାହାର ଦେଶର ଖାଇବା ମଧ୍ୟ ଏଠାରେ ଦିଆଯାଇଥାଏ । ଏହି ଦୁର୍ଗରେ ଏକ ସ୍ପା ମଧ୍ୟ ଅଛି, ଯାହା ମହିଳାଙ୍କ ପ୍ୟାଲସ ଓ ଏହାର ଆଖାପାଖ ମନ୍ଦିର ମଧ୍ୟରେ ରହିଛି । ସେହିପରି ୬ଟି ସେନ୍ସ ଫୋର୍ଟ ବାରୱାରର କେନ୍ଦ୍ରୀୟ ପ୍ରାଙ୍ଗଣାକୁ ଏକ ପାରମ୍ପାରିକ ଉଦ୍ୟାନ ପରିଣତ କରାଯାଇଛି । ଯେଉଁଥିରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି ।

ବଲିଉଡ ଲାଇଫର ନୂଆ ରିପୋର୍ଟ ଅନୁସାରେ, କ୍ୟାଟ୍ରିନା ନିଜେ ରାଜସ୍ଥାନର ଏହି ସ୍ଥାନକୁ ବିବାହ ପାଇଁ ବାଛିଛନ୍ତି । ରିପୋର୍ଟସ ମୁତାବକ, କ୍ୟାଟ୍ରିନା ମହାରାଣୀ ଷ୍ଟାଇଲରେ ବିବାହ କରିବାକୁ ଚାହୁଁଛନ୍ତି । ଏହା ସହିତ ପାରମ୍ପାରିକ ଅଳଙ୍କାର ପିନ୍ଧିବାକୁ ଚାହିଁଛନ୍ତି । ରାଜସ୍ଥାନର ସଂସ୍କୃତିକୁ ବହୁତ ପସନ୍ଦ କରନ୍ତି କ୍ୟାଟ୍ରିନା । ସେ ଏକ ରାଜସ୍ଥାନୀ ବିବାହ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ତାହା ପରେ ସେ ନିଜେ ଏମିତି ରାଜସ୍ଥାନୀ ଷ୍ଟାଇଲରେ ବିବାହ କରିବାକୁ ମନସ୍ଥ କରିଥିଲେ ।

କ୍ୟାଟ୍ରିନା ନିକଟରେ ରଣବୀର ସିଂଙ୍କ ସୋ ‘ଦ ବିଗ ପିକଚର’ରେ ସେ ନିଜର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ପ୍ରମୋଟ କରୁଥିବାର ନଜର ଆସିଥିଲେ । କ୍ୟାଟ୍ରିନା ସୋରେ ରଣବୀରଙ୍କ ସହ ଖୁବ ମସ୍ତି କରିଥିଲେ । କ୍ୟାଟ୍ରିନାଙ୍କ ସହ ଏହି ଫିଲ୍ମରେ ଅକ୍ଷୟ କୁମାର ଲିଡ଼ ରୋଲରେ ଅଛନ୍ତି । ଏହା ସହ ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ମଧ୍ୟ ଅଭିନୟ କରିଛନ୍ତି ।

Leave A Reply

Your email address will not be published.