ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଆଜି ଭାରତ ପାଇଁ କର ବା ମର ସ୍ଥିତି

0

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପରେ ଦେଖିବାକୁ ମିଳିବ ଆଉ ଏକ ହାଇଭୋଲଟେଜ ମ୍ୟାଚ୍। ଭାରତ ବନାମ ଆଫଗାନିସ୍ତାନ। ଆବୁଧାବି ପଡିଆରେ ସନ୍ଧ୍ୟାରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ। ଭାରତ ପାଇଁ ସେମିଫାଇନାଲ ଯିବାକୁ ଆଶା ଏକ ପ୍ରକାର ମଉଳି ଯାଇଥିବା ବେଳେ ଆଜିର ମ୍ୟାଚରେ ଯଦି ଭାରତ ପରାଜୟ ବରଣ କରୁଛି ତେବେ ସେମିଫାଇନାଲ ରେସରୁ ବାଦ ପଡିବ।

ସେପଟେ ଆଫଗାନିସ୍ତାନ ଭଲ ଫର୍ମରେ ରହିଛି । ୨ଟି ମ୍ୟାଚରେ ବିଜୟ ଲାଭ କରିବା ସହ ରନ୍ ରେଟ୍‌ରେ ଭଲ ସୁଧାର ଆଣିଛି। ଭାରତ ଆଜି ମ୍ୟାଚ ଜିତିବା ସହ ରନ୍ ରେଟରେ ମଧ୍ୟ ଭଲ ସୁଧାର ଆଣିବାକୁ ପଡିବ। ପୂର୍ବରୁ ଦୁଇଟି ମ୍ୟାଚରେ ଲଗାତର ହାରିବା ପରେ ଭାରତୀୟ ଦଳ ଚିନ୍ତାରେ ଥିବା ବେଳେ ଆଜିର ମ୍ୟାଚ ଜିତିବା ମଧ୍ୟ ଏତେ ସହଜ ହେବ ନାହିଁ। କାରଣ ଆଫଗାନିସ୍ତାନ ସ୍ପିନ ବିଭାଗରେ ଶକ୍ତିଶାଳୀ ଅଛି। ମୁଜିବ-ରସିଦ-ନବି ଚମତ୍କାର ଫର୍ମରେ ଅଛନ୍ତି। ଏହି ୩ ବୋଲର ଟି -୨୦ରେ ଅନେକ ଅଭିଜ୍ଞତା ରହିଛି ,ଯାହା ଭାରତୀୟ ବ୍ୟାଟସ ମାନଙ୍କ ପାଇଁ ଖେଳିବା ଏତେ ସହଜ ହେବନି। ଓପନିଂରେ ମଧ୍ୟ ସେହେଜଦ୍ ଭଲ କରୁଛନ୍ତି, ମଧ୍ୟକ୍ରମରେ ନବୀ ଓ ନଜିବ ଅଛନ୍ତି ବଡ଼ ଷ୍ଟ୍ରୋକ ପାଇଁ।

ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅବସର ନେବା ପରେ ଦଳରେ ଅଶ୍ରଫ ସ୍ଥାନ ପାଇଛନ୍ତି। ଭାରତୀୟ ଦଳରେ ଏବେ ପ୍ଲେଇଂ ୧୧କୁ ନେଇ ଚିନ୍ତା , କିଏ ଖେଳିବ, କିଏ ବସିବ ତାକୁ ଚୟନ କରିବା ଏବେ କଷ୍ଟକର। ରୋହିତ ଶର୍ମା ଓପନିଂ କରିବେ ନା ଇସନ୍‌ ଆସିବେ ? ହାର୍ଦ୍ଦକ ପାଣ୍ଡ୍ୟାଙ୍କ ଜାଗାରେ ଅଶ୍ୱିନୀଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆହତ ହୋଇ ଦ୍ୱିତୀୟ ମ୍ୟାଚ ଖେଳିନଥିବା ସୂର୍ଯ୍ୟ ଯାଦବ ଏବେ ଫିଟ। ତାଙ୍କ ଉପରେ ମଧ୍ୟ ନଜର ରହିବ ସେ ସ୍ଥାନ ପାଉଛନ୍ତି କି ନାହିଁ । ଯେଉଁ ଭଳି ଫର୍ମରେ ଟିମ ଇଣ୍ଡିଆ ଅଛି,ଆଜିର ମ୍ୟାଚ ଜିତିବା କଷ୍ଟକର ହୋଇପାରେ।

ପ୍ରେସରରେ ତ ଭାରତୀୟ ଦଳର ଖେଳାଳି ରହିବେ,ହେଲେ ମଧ୍ୟକ୍ରମରେ ଯଦି ଖେଳାଳି ରନ କରନ୍ତି ତେବେ ବଡ଼ ସ୍କୋର ହୋଇପାରିବ। ଆବୁଧାବିର ରେକର୍ଡ କହୁଛି, ପ୍ରଥମ ବ୍ୟାଟିଂ କରିଥିବା ଦଳ ପାଇଁ ବଡ଼ ରନ କରିବା ସହଜ ହେବନି,ଚେସ୍ କରି ଜିତିବାର ରେକର୍ଡ ଭଲ ଅଛି ଆବୁଧାବି ଗ୍ରାଉଣ୍ଡରେ। ଅର୍ଥାତ ବିରାଟଙ୍କ ପାଇଁ ଆଜି ବି ଟସ୍ ଗୁରୁତ୍ୱପୂର୍ଣ୍ଣ ରହିବ, ଟସ ଜିତି ବୋଲିଂ କରିବା ଭାରତୀୟ ଦଳ ପାଇଁ ଭଲ ହେବ।

Leave A Reply

Your email address will not be published.