ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଚାଞ୍ଚଲ୍ୟ ଖେଳିଗଲା ଚୀନରେ

0

ଚୀନରେ ଗତ ଦୁଇ ଦିନ ଧରି ଆତଙ୍କ ଖେଳିଯାଇଛି । ଚୀନର ସରକାର ନିଜ ନାଗରିକ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ କଣ ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କରୋନା କାରଣରୁ କିମ୍ବା ଚୀନ ଯୁଦ୍ଧ ଆରମ୍ଭ କରିବାକୁ ଯାଉଛି ବୋଲି ଏଭିଳି କୁହାଯାଇଥିବା ପ୍ରଶ୍ନ ଉଠିଛି ।

ଦୈନଦିନ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ପରେ ସ୍ଥିତି ଆହୁରି ବିଗିଡିଯାଇଛି । ଗତ ଦୁଇ ଦିନ ଧରି ମଲ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଲାଗିପଡିଛନ୍ତି । ଲୋକମାନେ କେବଳ ଜରୁରୀ ଜିନିଷ ସଂଗ୍ରହ କରୁନାହାଁନ୍ତି ବଂର ଚାଉଳ, ଲୁଣ, ତେଲ,ଚିନି, ନୁଡୁଲ୍ସ ମଧ୍ୟ କିଣିବାରେ ଲାଗିପଡିଛନ୍ତି ।

ଜଣେ ବେଜିଂ ବାସିନ୍ଦାଙ୍କ କହିଛନ୍ତି ଯେ, ସେ ଭୟଭୀତ ନୁହଁନ୍ତି, କିନ୍ତୁ ଆମକୁ ପୂର୍ବଅପେକ୍ଷା ଅଧିକ ସତର୍କ ରହିବା ଉଚିତ । ତାଇୱାନ ସହ ତିକ୍ତତା ବଢିବାର ଏହା ପ୍ରଭାବ ବୋଲି ସେ କହିଛନ୍ତି । ଚୀନ ବାସିନ୍ଦା ଅନୁମାନ କରୁଛନ୍ତି ଯେ, ଚୀନ ତାଇୱାନ ଉପରେ ଆକ୍ରମଣ କରିପାରେ ଏବଂ ତା ପରେ ପ୍ରତିବନ୍ଧକ କିମ୍ବା ଯୁଦ୍ଧ ହେତୁ ରାସନ ସାମଗ୍ରୀର ଅଭାବ ପଡିପାରେ ।

ଅନ୍ୟପଟେ, ଏହା ବି ଆଶଙ୍କା କରାଯାଉଛି ଯେ, ଚୀନରେ ପୁଣି ଥରେ ଲକଡାଉନ ହେବାର ସମ୍ଭାବନା ରହିଛି । କାରଣ ଅକ୍ଟୋବର ୧୭ରୁ ନଭେମ୍ବର ୧ ମଧ୍ୟରେ ୫୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଲଗାତର ଟେଷ୍ଟିଂ ଓ ଟିକାକରଣ ପରେ ବି ସଂକ୍ରମିତଙ୍କ ସଂଖ୍ୟା ବଢିବା ଚୀନକୁ ପୁଣି ଚିନ୍ତାରେ ପକାଇଛି ।

ଡିସେମ୍ବରରେ ଯେତେବେଳେ କରୋନାର ପ୍ରଥମ ମାମଲା ଆସିଥିଲା । ସେତେବେଳେ ଲକଡାଉନ ଲାଗୁ କରାଯାଇଥିଲା । ଏହା ପରେ କରୋନା ସଂକ୍ରମଣ ଦେଶରୁ କମିଥିଲା । କିନ୍ତୁ ଏବେ ସଂକ୍ରମଣ ବଢୁଥିବାରୁ ଲକଡାଉନ ଲାଗୁ କରାଯିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.