ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ସଂଜୟ ସିଂ କିଏ?

0

ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲା ସମେତ ଅନ୍ୟ ୫ଟି ମାମଲାର ତଦନ୍ତ ଦାୟିତ୍ୱରୁ ସମୀର ୱାଙ୍ଖଡେକୁ ହଟାଇଦେଇଛି ଏନସିବି । ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲା ଗୁଡିକୁ ଦିଲ୍ଲୀରେ ଏନସିବିକୁ ସ୍ଥାନାନ୍ତରିତ କରିଛି । ଏନସିବି ମୁଖ୍ୟାଳୟରେ ଡେପୁଟି ଡାଇରେକ୍ଟର ଜେନେରାଲ (ଅପରେସନ) ସିଂଜୟ ସିଂହଙ୍କ ଟିମ ଏହାର ଯାଞ୍ଚ କରିବେ । ଏହି ଟିମ ଆଜି ମୁମ୍ବାଇର ପହଞ୍ଚି ମାମଲାର ତଦନ୍ତ ଭାର ଗ୍ରହଣ କରିବ ।

ଏନସିବିର ଅପରେଟିଭ ୟୁନିଟ ସାରା ଦେଶରେ ରହିଛି ଏବଂ ଡିଡିଜି ସଂଜୟ କୁମାର ସିଂ ଏହାର ନେତୃତ୍ୱରେ ଅଛନ୍ତି ।ସଂଜୟ ସିଂହ ଓଡିଶା କ୍ୟାଡରର ୧୯୯୬ ବ୍ୟାଚ ଆଇପିଏସ ଅଧିକାରୀ । ସେ ଅତିରିକ୍ତ କମିଶନର ଭାବେ ଓଡିଶା ପୁଲିସରେ କାମ ଆରମ୍ଭ କରିଥିଲେ । ପରେ ସେ ଓଡିଶା ପୁଲିସରେ ଆଇଜି ଭୂମିକାରେ ନଜର ଆସିଥିଲେ । ଏହା ପରେ ସଂଜୟ ସିଂ ସିବିଆଇ ପାଇଁ ଅନେକ କାମ କରିଛନ୍ତି । ଏବେ ସେ ଡେପୁଟି ଡାଇରେକ୍ଟର ଜେନେରାଲ (ଅପରେସନ) ଭାବେ କାମ କରୁଛନ୍ତି । ଏନସିବିର ଏହି ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ଏନସିବି ଅପରେସନ ୟୁନିଟର ଏକ ଟିମ ମୁମ୍ବାଇରେ କ୍ୟାମ୍ପ କରିବେ ।

ଏନସିବିର ଉପ ମହାନିର୍ଦ୍ଦେଶକ (ଉତ୍ତର ପଶ୍ଚିମ ଜୋନ)ର ମୁଥା ଅଶୋକ ଜୈନ କହିଛନ୍ତି ଯେ, ଏହି କାର୍ଯ୍ୟ ଏକ ପ୍ରଶାସନିକ ଭିର୍ତ୍ତିରେ ନିଆଯାଇଛି । ଏବଂ ଏହି ୫ଟି ମାମଲାରେ ବ୍ୟାପକ ଏବଂ ଆନ୍ତରାଜ୍ୟ ପ୍ରଭାବ ରହିଥିବାରୁ ଏହାକୁ ଦିଲ୍ଲୀ ୟୁନିଟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସମୀର ୱାଙ୍ଖଡେ ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଜାରି ରଖିବେ ।

ସମୀର ୱାଙ୍ଖଡେଙ୍କ ବିରୋଧରେ କିଛି ସାଂଘାତିକ ଅଭିଯୋଗ ଆସିବା ପରେ ଏପରି ପଦକ୍ଷେପ ନେଇଛି ଏନସିବି । ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ମାଗୁଥିବାର ଅଭିଯୋଗ ଆସିଥିଲା । ଏହା ପରେ ମହାରାଷ୍ଟ୍ର ସରକାରର ଜଣେ ମନ୍ତ୍ରୀ ୱାଙ୍ଖଡେଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତେବେ ଅନେକ ବାଦ ବିବାଦ ପରେ ତାଙ୍କୁ ମାମଲାରୁ ହଟାଇଦିଆଯାଇଛି । ଏନସିବିର ଏଭଳି ପଦକ୍ଷେପ ପରେ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି,ଏ ତ କେବଳ ଆରମ୍ଭ ମାତ୍ର ।

ସେପଟେ ସମୀର ୱାଙ୍ଖଡେ କହିଛନ୍ତି, ସେ ନିଜେ ଏହି ମାମଲାରୁ ତାଙ୍କୁ ହଟାଇଦେବା ପାଇଁ ଦାବି କରିଥିଲେ । ସେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ଏହି ମାମଲା ଦିଲ୍ଲୀ ଏନସିବିକୁ ଦିଆଯାଉ ବୋଲି ଆବେଦନ କରାଯାଇଥିଲା । ଏନସିବି ଆର୍ୟନ ଖାନ୍‌ଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଅକ୍ଟୋବର ୨ରେ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା । ଆର୍ୟନ ଅକ୍ଟୋବର ୩୦ରେ ଜେଲରୁ ବାହାରିଥିଲେ।

Leave A Reply

Your email address will not be published.