ପ୍ରମୁଖ ଖବର

କାଲି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ
ସୌମ୍ୟାଶ୍ରୀଙ୍କ ମୃତ୍ୟୁର ‘କଠୋର ପଦକ୍ଷେପ ନିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ’ : ରାଜ୍ୟପାଳ
ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍କା
୩ ମାସରେ ଇ-କେୱାଇସି ନ କଲେ କଟାଯିବ କାର୍ଡ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ରେଭେନ୍ସା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ ,ଏହା ଏକ ଶାଳ ଗ୍ରାମ :ରାଷ୍ଟ୍ରପତି
ଗାଁ ଶ୍ମଶାନରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଆକ୍ସନରେ ଏନସିବିର ଏସଆଇଟି

0

ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏନସିବିର ଏସଆଇଟି ଟିମ ଏବେ ଆକ୍ସନ ମୋଡରେ । ଏସଆଇଟି ମୁଖ୍ୟ ସଂଜୟ ସିଂହ ଆର୍ୟନ ଖାନଙ୍କ ମାମଲା ସହ ଅନ୍ୟ ୩ଟି ମାମଲାର ଦସ୍ତାବିଜ୍ ନିଜ କବଜାକୁ ନେଇଛନ୍ତି । ସମୀର ୱାଙ୍ଖଡେଙ୍କ ସ୍ଥାନରେ ନାର୍କୋଟିକ୍ସ କେଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଡିଡିଜି ସଂଜୟ ସିଂହ ଆର୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ସଂଜୟ ସିଂହଙ୍କ ଟିମ ଶନିବାର କାର୍ଡିଲିୟା କ୍ରୁଜ ଯାଇ ଯାଞ୍ଚ କରିଛନ୍ତି । ସାଙ୍ଗରେ ସମୀର ୱାଙ୍ଖଡେ ମଧ୍ୟ ଥିଲେ ।

ସମୀର ୱାଙ୍ଖଡେ ସେହି ସ୍ଥାନକୁ ସଂଜୟ ସିଂଙ୍କୁ ଦେଖାଇଥିଲେ ଯେଉଁଠାରେ ଆର୍ୟନଙ୍କ ସମେତ ଅନ୍ୟମାନଙ୍କୁ ଏନସିବି ଧରିଥିଲା । ଟର୍ମିନାଲ ସହିତ ଯେଉଁଠାରୁ ଡ୍ରଗ୍ସ ଜବତ କରାଯାଇଥିଲା ସେହି ସମସ୍ତ ସ୍ଥାନ ୱାଙ୍ଖଡେ ଦେଖାଇଥିଲେ । ସଂଜୟ ସିଂହ କ୍ରୁଜ ଟର୍ମିନାଲର ସିସିଟିଭି ପଏଣ୍ଟ ମଧ୍ୟ ଯାଞ୍ଚ କରିଥିଲେ । ସଂଜୟ ସିଂହ ଓ ୱାଙ୍ଖଡେ ଅନ୍ୟ ଅଧିକାରୀମାନଙ୍କ ସହ ପାଖାପାଖି ସେଠାରେ ଦେଢ ଘଣ୍ଟା ରହିଥିଲେ । ଏହା ପରେ ଏନସିବି ଅଫିସକୁ ଫେରିଥିଲେ । ସମୀର ୱାଙ୍ଖଡେ ଓ ତାଙ୍କ ଟିମ ଦ୍ୱାରା ମାମଲାର ଦସ୍ତାବିଜ ଓ ଜବତ ହୋଇଥିବା ସମସ୍ତ ଜିନିଷ ସଂଜୟ ସିଂହଙ୍କୁ ହସ୍ତାନ୍ତାର କରାଯାଇଛି ।

ମୁମ୍ବାଇରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି)ର ଡିଡିଜି ସଂଜୟ ସିଂହ କହିଛନ୍ତି ଯେ, ସେ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ସଂଜୟ ଦିଲ୍ଲୀର ସ୍ୱତନ୍ତ୍ର ଏନସିବି ଟିମର ନେତୃତ୍ୱ ନେଉଛନ୍ତି ।ଏହା ସହିତ ଆର୍ୟନ ଖାନଙ୍କ ମାମଲା ସହିତ ମୁମ୍ବାଇ ଏନସିବିର ଅନ୍ୟ ୬ଟି ମାମଲାର ଯାଞ୍ଚ କରୁଛନ୍ତି । ସଂଜୟ ସିଂହ ଟିମ ଯେଉଁ ୩ଟି ମାମଲାର ଦସ୍ତାବିଜ ନିଜ କବଜାକୁ ନେଇଛନ୍ତି, ସେଥିରେ ୯୪/୨୧ କ୍ରୁଜ ମାମଲା ରହିଛି । ଏହା ସହିତ ଅରମାନ କୋହଲି କ୍ରାଇମ ନମ୍ବର ୮୨ ଡ୍ରଗ୍ସ ମାମଲା ରହିଛି । ଏବଂ ନବାବ ମଲ୍ଲିକଙ୍କ ଜ୍ୱାଇଁ ସମୀର ଖାନଙ୍କ ମାମଲା କ୍ରାଇମ ନମ୍ବର ୩୧/୨୧ ରହିଛି ।

ଏନସିବିର ଏସଆଇଟି ଏହି ୩ଟି ମାମଲାର ସମସ୍ତ ଫାଇଲ, ସମସ୍ତ ଅଭିଯୁକ୍ତଙ୍କ ବୟାନ,ସାକ୍ଷୀଙ୍କ ବୟାନକୁ ଯାଂଚ କରୁଛି । ଏସଆଇଟିକୁ ମିଳିଥିବା ୬ଟି ମାମଲାରୁ ପ୍ରଥମେ ଆର୍ୟନ ଖାନ୍ ଡ୍ରଗ୍ସ ମାମଲାକୁ ଗୁରୁତର ସହ ନିଆଯାଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.