ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଗୋଟେ ମିନିଟ୍‌ରେ କରନ୍ତୁ ଆଧାର କାର୍ଡ ସମସ୍ୟାର ସମାଧାନ…

0

ଯଦି ଆପଣଙ୍କର ଆଧାର କାର୍ଡରେ କୌଣସି ସମସ୍ୟା ଅଛି କିମ୍ବା ଆପଣଙ୍କୁ ଆଧାର କାର୍ଡ ଅପଡେଟ କରିବାକୁ ପଡୁଛି ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ କେବେଳ ଗୋଟିଏ ନମ୍ବର ଡାଏଲ କରି ସମସ୍ତ ସମସ୍ୟାର ସମାଧାନ କରିପାରିବେ । ୟୁଆଇଡିଏଆଇ ତରଫରୁ ଏକ ନମ୍ବର ଜାରି କରାଯାଇଛି । ୟୁଆଇଡିଏଆଇ ଟୁଇଟ କରି ଏହି ସୂଚନା ଦେଇଛି ।

ଆଧାର କାର୍ଡ ସହିତ ଜଡିତ କୌଣସି ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ କେବେଳ ୧୯୪୭ରେ କଲ କରିବାକୁ ପଡିବ । ଏବଂ କଲ୍ କରିବା ପରେ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଏହି ନମ୍ବର ପାଖାପାଖି ୧୨ଟି ଭାଷାରେ କାମ କରୁଛି । ତେଣୁ କୌଣସି ରାଜ୍ୟର ଲୋକମାନେ ଏହି ନମ୍ବରକୁ ଫୋନ କରି ନିଜ ସମସ୍ୟା ସଂପର୍କରେ କହିପାରିବେ । ଏହି ନମ୍ବରକୁ ଡାଏଲ କରି ଆପଣ ହିନ୍ଦୀ, ଇଂରାଜୀ,ତେଲଗୁ,କନ୍ନଡ଼, ତାମିଲ, ମାଲାୟାଲାମ,ପଞ୍ଜାବୀ, ଗୁଜୁରାଟୀ, ମରାଠୀ, ଓଡିଆ,ବଙ୍ଗାଳୀ,ଆସାମ ଓ ଉର୍ଦ୍ଦୁ ଭାଷାରେ କଥା ହୋଇପାରିବେ । ଏହି ନମ୍ବରକୁ ଫୋନ କରିବା ସମ୍ପୂର୍ଣ୍ଣ ମାଗଣା ଅଟେ, ଅର୍ଥାତ ଏହି ନମ୍ବରକୁ କଲ କରିବା ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହା ସହିତ ଆପଣ ଏହି ନମ୍ବରକୁ ଯେକୌଣସି ସମୟରେ ୨୪ ଘଣ୍ଟା ମଧ୍ୟରେ ଆଇଭିଆରଏସ ମୋଡ଼ରେ କଲ କରିପାରିବେ ।

ଏହା ସହିତ ଏହି ସୁବିଧା ପାଇଁ କଲ ସେଂଟରରେ ପ୍ରତିନିଧିମାନେ ସକାଳ ୭ରୁ ରାତି ୧୧ଟା (ସୋମବାର ରୁ ଶନିବାର) ଉପସ୍ଥିତ ରହିଥାନ୍ତି । ସେହିପରି ରବିବାର ଦିନ ପ୍ରତିନିଧି ସକାଳ ୮ରୁ ସନ୍ଧ୍ୟା ୫ଟା ଯାଏଁ ଉପସ୍ଥିତ ରହିଥାନ୍ତି ।

Leave A Reply

Your email address will not be published.