ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଆଜି ଏନସିବିରେ ହାଜର ହୋଇପାରନ୍ତି ଆର୍ୟ୍ୟନ

0

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟ୍ୟନ ଖାନଙ୍କ ଆଜି ଏନସିବି ବୟାନ ରେକର୍ଡ କରିପାରେ। ଦେହ ଖରାପ ଥିବାରୁ ଆର୍ୟ୍ୟନ ରବିବାର ଏନସିବି କାର୍ଯ୍ୟାଳୟରେ ପହଞ୍ଚି ପାରିନଥିଲେ। ଏସଆଇଟି ଆର୍ୟ୍ୟନ ଖାନଙ୍କ ସମେତ ୬ଟି ମାମଲାର ଯାଞ୍ଚ କରୁଛି। ସେପଟେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ବିରୋଧରେ ଲାଗିଥିବା ଲାଞ୍ଚ ଅଭିଯୋଗର ତଦନ୍ତ ଚାଲିଛି । ଏନସିବିର ଭିଜିଲାନ୍ସ ଟିମ ସେହି ସ୍ଥାନକୁ ଯାଇଥିଲେ, ଯେଉଁଠାରେ ଡିଲ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି । ଡ୍ରଗ୍ସ ପାର୍ଟି ହେଉଥିବା କ୍ରୁଜକୁ ମଧ୍ୟ ଯାଇ ଏନସିବି ଯାଞ୍ଚ କରିଛି।

ସୋମବାର ଏନସିବିର ଭିଜିଲାନ୍ସ ଟିମ ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କୁ ପ୍ରାୟ ଦଶ ଘଣ୍ଟା ଧରି ପଚରାଉଚରା କରିଥିଲେ। ଆଜି ପୁଣି ପଚରାଉଚରା ପାଇଁ ଡକାଯାଇଛି। ସାମ ଡିସୋଜାଙ୍କ ସମେତ ବହୁ ଲୋକଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯାଇଛି। ପ୍ରଭାକର ସେଲଙ୍କ ଓକିଲ ତୁଷାର ଖାନ୍ଦେର ଦାବି କରିଛନ୍ତି ଯେ, ସମୀର ୱାଙ୍ଖଡେଙ୍କ ସମେତ ବହୁ ଏନସିବି ଅଧିକାରୀ ଏହି ମାମଲାରେ ସଂପୃକ୍ତ ଅଛନ୍ତି। ପ୍ରଭାକର ସେଲ ସବୁ ପ୍ରମାଣ ହସ୍ତାନ୍ତର କରିଛନ୍ତି। ସେମାନେ ଏକ ମାମଲା ରୁଜୁ ହେଉ ବୋଲି ଚାହୁଁଥିବା କହିଛନ୍ତି।

ଅନ୍ୟପଟେ, ମୁମ୍ବାଇ ପୁଲିସ ଏସଆଇଟି ସାମନାରେ ଶାହାରୁଖଙ୍କ ମ୍ୟାନେଜର ପୂଜା ଡଡଲାନିଙ୍କ ବୟାନ ରେକର୍ଡ କରାଯାଇପାରେ। ସୋମବାର ଏସଆଇଟି ପଚରାଉଚରା ପାଇଁ ଡାକିଥିଲେ। କିନ୍ତୁ ପୂଜା ସ୍ୱାସ୍ଥଗତ କାରଣ ଦର୍ଶାଇ ଆସିନଥିଲେ। ମୁମ୍ବାଇ ପୁଲିସର ଏସଆଇଟି ମୟୂର ଓ ବିନ୍ଦ୍ରା ନାମକ ୨ ଜଣଙ୍କ ବୟାନ ରେକର୍ଡ କରିଛି।

ଉଭୟଙ୍କ ବୟାନ ଅନୁଯାୟୀ, କେ. ପି ଗୋସାଭି ଶାହାରୁଖଙ୍କ ମୋବାଇଲ ନମ୍ବର ଚାହୁଁଥିଲେ। ଏପଟେ କ୍ରୁଜ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ରର ମନ୍ତ୍ରୀ ଅସଲମ ଶେଖଙ୍କ ଏଣ୍ଟ୍ରି ହୋଇଛି। ଅସଲମ ଶେଖ କହିଛନ୍ତି ଯେ, ଜଣେ ମନ୍ତ୍ରୀ ଭାବରେ ତାଙ୍କୁ ମଧ୍ୟ କ୍ରୁଜ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା। ଫ୍ୟାସନ ଟିଭି ଇଣ୍ଡିଆର ମୁଖ୍ୟ କାଶୀଫ ଖାନ ତାଙ୍କୁ ଡାକିଥିବା ସେ କହିଛନ୍ତି।

Leave A Reply

Your email address will not be published.