ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

‘ଟିପ୍ ଟିପ୍ ବର୍ଷା ପାନି’ରେ କ୍ୟାଟ୍ରିନାଙ୍କୁ ଦେଖି କ’ଣ କହିଲେ ରବିନା?

0

ମୁମ୍ବାଇ: ଫିଲ୍ମ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ଏବେ ଧମାଲ କରୁଛି।ରିଲିଜ ପରେ ଭଲ ବ୍ୟବସାୟ ମଧ୍ୟ କରୁଛି ଫିଲ୍ମ। ଏହା ସହିତ ଫିଲ୍ମରେ ‘ଟିପ୍ ଟିପ୍ ବର୍ଷା ପାନି’ ଗୀତରେ କ୍ୟାଟ୍ରିନା କୈଫ ଓ ଅକ୍ଷୟ କୁମାରଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।

ଏହି ଗୀତ ଫିଲ୍ମ ‘ମୋହରା’ର ସୁପରହିଟ ଗୀତ ‘ଟିପ୍ ଟିପ୍ ବର୍ଷା ପାନି’ର ରିମେକ୍। ତେବେ ଏହି ଗୀତ ଦେଖିବା ପରେ ରବିନା ଟଣ୍ଡନଙ୍କ ପ୍ରତିକ୍ରିୟା କଣ ଥିଲା ସେ ନେଇ କୋରିଓଗ୍ରାଫର ଫରାହ ଖାନ କହିଛନ୍ତି। । ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାରରେ ଫରାହ ଖାନ କହିଛନ୍ତି, ‘ଟିପ୍ ଟିପ୍ ବର୍ଷା ପାନି’ର ନୂଆ ଭର୍ସନ ଦେଖିବା ପରେ ରବିନା ତାଙ୍କୁ ଫୋନ କରିଥିଲେ।

ଫରାହ ଖାନ କହିଛନ୍ତି, ରବିନା ପ୍ରଥମ ଲୋକ ଥିଲେ ଯିଏ ଏହି ଗୀତ ଦେଖିବା ପରେ ତାଙ୍କୁ ଫୋନ କରିଥିଲେ। ସେ କହିଥିଲେ , ଗୀତ ବହୁତ ଜବରଦସ୍ତ ହୋଇଛି। କ୍ୟାଟ୍ରିନା ବି ଏଥିରେ ବହୁତ ଭଲ ଲାଗୁଛନ୍ତି। ଏପରିକି ମନୀଷ ମଲହୋତ୍ରା ମଧ୍ୟ ଫୋନ କରି କ୍ୟାଟ୍ରିନାଙ୍କ ସ୍ଥାନରେ ଆଉ କେହି ଏହି ଗୀତରେ
ଏତେ ଭଲ କରିପାରିନଥାନ୍ତା ବୋଲି ତାଙ୍କୁ କହିଛନ୍ତି।

ଫିଲ୍ମ ‘ମୋହରା’ରେ ପ୍ରଥମେ ଟିପ୍ ଟିପ୍ ବର୍ଷା ପାନି’ ଗୀତ ଦେଖିବାକୁ ମିଳିଥିଲା। ରବିନା ଟଣ୍ଡନ ଓ ଅକ୍ଷକ କୁମାରଙ୍କୁ ନେଇ ଏହି ଗୀତ ହୋଇଥିଲା। ଆନନ୍ଦ ବକ୍ସି ଏହାର ଲିରିକ୍ସ ଲେଖିଥିବା ବେଳେ ଗୀତଟି ଗାଇଥିଲେ ଉଦିତ ନାରାୟଣ ଓ ଅଲକା ୟାଗନିକ। ଗୀତର ରିମେକ ଭର୍ସନରେ ବି ଅକ୍ଷୟ ଥିବା ବେଳେ ରବିନାଙ୍କ ସ୍ଥାନରେ କ୍ୟାଟ୍ରିନା ଅଛନ୍ତି। ଏହି ଯୋଡିକୁ ବି ଦର୍ଶକ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଏବେ ସଫଳତାର ରେକର୍ଡ ଭାଙ୍ଗିଛି।

Leave A Reply

Your email address will not be published.