ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

‘ଟିପ୍ ଟିପ୍ ବର୍ଷା ପାନି’ରେ କ୍ୟାଟ୍ରିନାଙ୍କୁ ଦେଖି କ’ଣ କହିଲେ ରବିନା?

0

ମୁମ୍ବାଇ: ଫିଲ୍ମ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ଏବେ ଧମାଲ କରୁଛି।ରିଲିଜ ପରେ ଭଲ ବ୍ୟବସାୟ ମଧ୍ୟ କରୁଛି ଫିଲ୍ମ। ଏହା ସହିତ ଫିଲ୍ମରେ ‘ଟିପ୍ ଟିପ୍ ବର୍ଷା ପାନି’ ଗୀତରେ କ୍ୟାଟ୍ରିନା କୈଫ ଓ ଅକ୍ଷୟ କୁମାରଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।

ଏହି ଗୀତ ଫିଲ୍ମ ‘ମୋହରା’ର ସୁପରହିଟ ଗୀତ ‘ଟିପ୍ ଟିପ୍ ବର୍ଷା ପାନି’ର ରିମେକ୍। ତେବେ ଏହି ଗୀତ ଦେଖିବା ପରେ ରବିନା ଟଣ୍ଡନଙ୍କ ପ୍ରତିକ୍ରିୟା କଣ ଥିଲା ସେ ନେଇ କୋରିଓଗ୍ରାଫର ଫରାହ ଖାନ କହିଛନ୍ତି। । ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାରରେ ଫରାହ ଖାନ କହିଛନ୍ତି, ‘ଟିପ୍ ଟିପ୍ ବର୍ଷା ପାନି’ର ନୂଆ ଭର୍ସନ ଦେଖିବା ପରେ ରବିନା ତାଙ୍କୁ ଫୋନ କରିଥିଲେ।

ଫରାହ ଖାନ କହିଛନ୍ତି, ରବିନା ପ୍ରଥମ ଲୋକ ଥିଲେ ଯିଏ ଏହି ଗୀତ ଦେଖିବା ପରେ ତାଙ୍କୁ ଫୋନ କରିଥିଲେ। ସେ କହିଥିଲେ , ଗୀତ ବହୁତ ଜବରଦସ୍ତ ହୋଇଛି। କ୍ୟାଟ୍ରିନା ବି ଏଥିରେ ବହୁତ ଭଲ ଲାଗୁଛନ୍ତି। ଏପରିକି ମନୀଷ ମଲହୋତ୍ରା ମଧ୍ୟ ଫୋନ କରି କ୍ୟାଟ୍ରିନାଙ୍କ ସ୍ଥାନରେ ଆଉ କେହି ଏହି ଗୀତରେ
ଏତେ ଭଲ କରିପାରିନଥାନ୍ତା ବୋଲି ତାଙ୍କୁ କହିଛନ୍ତି।

ଫିଲ୍ମ ‘ମୋହରା’ରେ ପ୍ରଥମେ ଟିପ୍ ଟିପ୍ ବର୍ଷା ପାନି’ ଗୀତ ଦେଖିବାକୁ ମିଳିଥିଲା। ରବିନା ଟଣ୍ଡନ ଓ ଅକ୍ଷକ କୁମାରଙ୍କୁ ନେଇ ଏହି ଗୀତ ହୋଇଥିଲା। ଆନନ୍ଦ ବକ୍ସି ଏହାର ଲିରିକ୍ସ ଲେଖିଥିବା ବେଳେ ଗୀତଟି ଗାଇଥିଲେ ଉଦିତ ନାରାୟଣ ଓ ଅଲକା ୟାଗନିକ। ଗୀତର ରିମେକ ଭର୍ସନରେ ବି ଅକ୍ଷୟ ଥିବା ବେଳେ ରବିନାଙ୍କ ସ୍ଥାନରେ କ୍ୟାଟ୍ରିନା ଅଛନ୍ତି। ଏହି ଯୋଡିକୁ ବି ଦର୍ଶକ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଏବେ ସଫଳତାର ରେକର୍ଡ ଭାଙ୍ଗିଛି।

Leave A Reply

Your email address will not be published.