ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଉଠିଲା କୋଟିଆ ପ୍ରସଙ୍ଗ..ମିଶିକି କରିବେ ସମାଧାନ

0

ଲୋକସେବା ଭବନରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଜାରି କରାଯାଇଛି ମିଳିତ ବିବୃତ୍ତି । ନବୀନ ଓ ଜଗନଙ୍କ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ଜଳ ବିବାଦ, ଶକ୍ତ ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା କରାଯାଇଛି । କିଭଳି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ହେବ ସେ ନେଇ ଆଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟ । ବିଶେଷ କରି କୋଟିଆ ଗ୍ରାମପୁଞ୍ଜ ବିବାଦକୁ ବିସ୍ତୁତ ଭାବେ ଆଲୋଚନା କରାଯାଇଛି । ଏହି ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ନରେଡି ବ୍ୟାରେଜ, ଝଞ୍ଜାବତୀ, ପୋଲାଭରମ,ବାହୁଦା ନଦୀରେ ପାଣିଛାଡିବା ପ୍ରସଙ୍ଗରେ ଆଲୋଚନା ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଆନ୍ଧ୍ର ଓ ଓଡିଶାର ଜନ ସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଛି । ବାଲିମେଳା ଏବଂ ଅପର ସିଲେରରୁ ଶକ୍ତି ସମ୍ପଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବୁଝାମଣା ହୋଇଛି । ଏହା ବ୍ୟତୀତ ଦୁଇ ରାଜ୍ୟ ନକ୍ସଲ ଦମନ ଓ ଗଞ୍ଜେଇ ଚାଷ ରୋକିବା ପାଇଁ ମିଳିତ ଭାବେ କାର୍ଯ୍ୟକରିବା ପାଇଁ ପରସ୍ପର ପରସ୍ପରକୁ ସହଯୋଗ କରିବା ପାଇଁ ଏକମତ ହୋଇଛନ୍ତି ।

ବି.ଆର ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଶ୍ରୀକାକୁଲମ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାୟରେ ଓଡିଆ ଓ ତେଲଗୁ ଭାଷାର ଚେୟାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାକୁ ସହମତି ପ୍ରକାଶ ପାଇଛି । ସେହିପରି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଳାରେ ଭାଇଚାରାକୁ ବଢାଇ ଉଭୟ ରାଜ୍ୟରେ ପ୍ରଚଳିତ ଭାଷାର ଶିକ୍ଷକ ନିଯୁକ୍ତି ସହ ବହି ଯୋଗାଣ, ପରୀକ୍ଷା ଉପରେ ଗୁରୁତ୍ୱରୋପ କରାଯାଇଛି । ଦୁଇ ରାଜ୍ୟ ମଧ୍ୟରେ ଲାଗିରହିଥିବା ବିବାଦ ଭିତରେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଲେ । ଏହାପରେ ସେ ରାଜ୍ୟ ଅତିଥି ଭବନରେ କିଛି ସମୟ ବିଶ୍ରାମ ନେବା ପରେ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଆଲୋଚନା ହୋଇଥିଲା ।

Leave A Reply

Your email address will not be published.