ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦିଲ୍ଲୀରେ ହେବ ଆଫଗାନିସ୍ତାନ ଚର୍ଚ୍ଚା

0

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ନେଇ ଚର୍ଚ୍ଚା କରିବାକୁ ଆଜି ଦିଲ୍ଲୀ ଆସି ପହଞ୍ଚିବେ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା। ଏହି ସମୟରେ ସେ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ନଭେମ୍ବର ୧୦ରେ ହେବାକୁ ଥିବା ଏହି ବୈଠକରେ ଆତଙ୍କବାଦ, ଡ୍ରଗ୍ସ ଚୋରାଚାଲାଣ, ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ, ମାନବିକ ସହାୟତା ଭଳି ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଆଫଗାନିସ୍ତାନର ତାଲିବାନ ସରକାର ଆସିବା ପରେ ସୃଷ୍ଟି ହୋଇଥିବା ସୁରକ୍ଷା ସମସ୍ୟା ଉପରେ ଆଲୋଚନା ହେବ। ଇରାନ,ଋଷ ସମତେ ଅନ୍ୟ ପାଞ୍ଚ ମଧ୍ୟଏସିଆ ଦେଶମାନଙ୍କ ଶୀର୍ଷ ସୁରକ୍ଷା ଅଧିକାରୀ ବୈଠକରେ ସାମିଲ ହେବ।

ସୂଚନା ଅନୁସାରେ ‘ଆଫଗାନିସ୍ତାନ ଉପରେ ଦିଲ୍ଲୀ ଆ ଳିକ ସୁରକ୍ଷା ସଂଳାପ’ ପାଇଁ ଚୀନକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମର ସମୟ ସହ ଜଡିତ କିଛି ସମସ୍ୟା ହେତୁ ବୈଠକରେ ଯୋଗଦେବାକୁ ଚୀନ ମନା କରିଦେଇଥିଲା। ସେହିପରି ପାକିସ୍ତାନ ମଧ୍ୟ ଏହି ବୈଠକରେ ସାମିଲ ହେବନି ବୋଲି ଭାରତର
ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛି।

ଏହି ବୈଠକରେ କାଜାଖସ୍ତାନ,କିର୍ଗିଜିସ୍ତାନ,ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଅଂଶଗ୍ରହଣ କରିବେ। ବୁଧବାର
ହେବାକୁ ଥିବା ଏହି ବୈଠକରେ ସାମିଲ ହେବାକୁ ଥିବା ଦେଶ କ୍ଷେତ୍ରୀୟ ସ୍ତରରେ ଶାନ୍ତି ଓ ସୁରକ୍ଷାରେ ଭାରତର ଭୂମିକାକୁ ମହତ୍ୱପୂର୍ଣ୍ଣ ବୋଲି ମାନୁଛନ୍ତି। ଏହା ସହ ଭାରତ ସହ ମିଶି ଆଗାମୀ ରଣନୀତି ଉପରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.