ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଟଙ୍କା ଗଣିବାକୁ ଲାଗିଲା ୨୪ ଘଣ୍ଟା

0

କୋଟିପତି ସରକାରୀ ବାବୁଙ୍କ ଘରେ ମଙ୍ଗଳବାରଠୁ ଚଢାଉ ଆରମ୍ଭ କରିଥିବା ଭିଜିଲାନ୍ସର ସରିଛି ରେଡ୍ । ଭିଜିଲାନ୍ସ ଚଢାଉ ପରେ ସରକାରୀ ବାବୁଙ୍କର ସମ୍ପତ୍ତି ର ଆକଳନ ଚାଲିଥିଲା । ଆଜି ସମ୍ପତ୍ତି ମୂଲ୍ୟାୟନ ସରିଛି । କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ପରେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଫ୍ରିଜ୍ କରିଛି ଭିଜିଲାନ୍ସ । ତେବେ ଏତେ ଟଙ୍କା କେଉଁଠୁ ଆଣିଲେ ଆଉ ଅମାପ
ସମ୍ପତ୍ତି ମାଲିକ କେମିତି ହେଲେ ସେ ନେଇ ପ୍ରତାପଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ।

ଆୟ ବର୍ହିଭୂତ ସମ୍ପ ତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ଯେତେବେଳେ ପ୍ରତାପଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ରେଡ଼ କରିଥିଲେ, ସେତେବେଳେ ତାଜୁବ ହୋଇଯାଇଥିଲେ । ପ୍ରତାପଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା । ପ୍ରତାପଙ୍କର ଭୁବନେଶ୍ୱରରେ ଥିବା ଏକାଧିକ ଘର ସମେତ ବାଲେଶ୍ୱର ଓ ଭଦ୍ରକରେ ଭିଜିଲାନ୍ସ ଚଢାଉ କରିଥିଲା । ପ୍ରତାପଙ୍କ ସମ୍ପତ୍ତି ହିସାବ କରିକରି ମଧ୍ୟ ଥକି ଯାଇଥିଲେ ଭିଜିଲାନ୍ସ ଟିମ୍ । ୩୩ ବର୍ଷ ଚାକିରି କାଳ ଭିତରେ ପ୍ରତାପ ପାଲଟିଛନ୍ତି କୋଟି କୋଟି ସମ୍ପତ୍ତି ମାଲିକ । ତେବେ ନଜର ପକାନ୍ତୁ ପ୍ରତାପଙ୍କ ସମ୍ପତ୍ତି ତାଲିକା ଉପରେ..
() ପ୍ରତାପଙ୍କ ରହିଛି ୨୫ଟି ଜମି, କୋଠା ଓ ଫ୍ଲାଟ ।
() ୨୫ଟି ପ୍ଲଟର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା
() ଭୁବନେଶ୍ୱର ଗୋଠପାଟଣାରେ ରହିଛି ୫ ମହଲା କୋଠା
() ଗୋଠପାଟଣା ସ୍ଥିତ କୋଠାର ଦାମ୍ ୩ କୋଟି ୮୯ ଲକ୍ଷରୁ ଅଧିକ
() ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ରହିଛି ୧ କୋଟି ୬୧ ଲକ୍ଷ ୩୫ ହଜାର
୮୧୨ ଟଙ୍କା ।
() ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କା ବୀମା ପ୍ରିମିୟମ ଜମା ହୋଇଛି
() ଚଢାଉ ବେଳେ ଘରୁ ମିଳିଥିଲା ୩୮ଲକ୍ଷ ଟଙ୍କା
() ୨୦ ଲକ୍ଷ ଟଙ୍କାର ନଗଦ ଭ ିର୍ ବ୍ୟାଗକୁ ଫିଙ୍ଗିଦେଇଥିଲେ ଅଧିକାରୀ

ଏଯାଏଁ କୁବେର ବାବୁଙ୍କ ଜବତ ସମ୍ପତ୍ତି ଆକଳନ କରୁଛି ଟେକ୍ନିକାଲ ଟିମ୍ । ପ୍ରତାପ ସାମଲଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରୁଥିବା ବେଳେ କେଉଁ ଉପାୟରେ କୋଟି କୋଟି ଅର୍ଜନ କଲେ ସେ ନେଇ ଆଗକୁ ଖୁଲାସା ହୋଇପାରେ ।

Leave A Reply

Your email address will not be published.