ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ..

0

ଆଉ ବରଦାସ୍ତ କରାଯିବନି । ଏବେ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବେ ସେନା । ଜମ୍ମୁ କାଶ୍ମୀରରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀ ବାରମ୍ବାର ଟାର୍ଗେଟ କରି ହତ୍ୟା କରିବା ପରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଗୃହମନ୍ତ୍ରାଳୟ ଜମ୍ମୁ କାଶ୍ମୀରକୁ ସିଆରପିଏଫର ୫ ଅତିରିକ୍ତ କମ୍ପାନୀ ଯବାନ ପଠାଯିବ । ଏହାକୁ ମିଶାଇ ରାଜ୍ୟରେ ୫୫ କମ୍ପାନୀର ସେନା ମୁତୟନ ରହିବେ ।

ମିଳିଥବା ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରରେ ବିଏସଏଫର ୨୫ ଓ ସିଆରପିଏଫର ୨୫ କମ୍ପାନୀର ଯବାନ ମୃତୟନ ଅଛନ୍ତି । ତେବେ ସୈନ୍ୟଙ୍କ ସଂଖ୍ୟା ବଢାଇବା ନିଷ୍ପତ୍ତି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସୁରକ୍ଷାକୁ ନେଇ ହୋଇଥିବା ବୈଠକରେ ନିଆଯାଇଛି । ଶାହା ଅକ୍ଟୋବର ଶେଷରେ ଜମ୍ମୁ କାଶ୍ମୀର ଗସ୍ତ କରିଥିଲେ । ରାଜ୍ୟରୁ ୩୭୦ ଧାରା ହଟାଇବା ପରେ ଏହା ଶାହାଙ୍କ ପ୍ରଥମ ଗସ୍ତ ଥିଲା ।

କାଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବା ଅନୁସାରେ , ଚଳିତ ବର୍ଷ ଆରମ୍ଭରୁ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେରେ ୧୩୮ ଜଣ ଆତଙ୍କୀ ନିହତ ହୋଇଛନ୍ତି । ଏହା ସହ ୩୯ ଜଣ ଆତଙ୍କବାଦୀ ଓ ସେମାନଙ୍କୁ ସହାୟତା କରୁଥିବା ୭୦୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି । ସିଆରପିଏଫର ଜଣେ ଅଧିକାରୀ କହିଛନ୍ତି ଯେ, ଶ୍ରୀନଗରରେ ଅତି, ସାଧାରଣ ଲୋକଙ୍କୁ ଆତଙ୍କବାଦୀ ମାନେ ଗୁଳିକରି ନୃଶଂସ ଭାବେ ହତ୍ୟା କରୁଛନ୍ତି ।ସେଥିପାଇଁ ସେଠାରେ ସୈନ୍ୟ ସଂଖ୍ୟା ବୃଦ୍ଧି କରାଯାଇଛି ।

ଶ୍ରୀନଗରରେ ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି । ପ୍ରତ୍ୟେକ ଦିନ ୧୫ ହଜାର ଲୋକ ଓ ୮ ଶହ ଗାଡ଼ିକୁ ଯାଞ୍ଚ କରାଯାଉଛି । ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ସୈନ୍ୟ ଜୋରଦାର ଅଭିଯାନ ଆରମ୍ଭ କରିଛି ।

Leave A Reply

Your email address will not be published.