ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ମୁଖ୍ୟମନ୍ତ୍ରୀ ଖାଇଲେ ମିଠା ଦହି..

0

ମିଠା ଦହି ଖାଇଲେ ମୁଖ୍ୟମନ୍ତ୍ରୀ । କଟକ ଅରିଲୋଠାରେ ଅତ୍ୟାଧୁନିକ ଓମଫେଡ ଡାଏରୀ ପ୍ଲାଣ୍ଟ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ନବୀନ ବ୍ୟାଟେରୀ ଗାଡିରେ ପୁରା ପ୍ଲାଣ୍ଟ ବୁଲିକି ଦେଖିଥିଲେ । ଏହା ପରେ ନବୀନ ବ୍ୟାଟେରୀ ଗାଡିରେ ବସିଥିବା ସମୟରେ ପ୍ଲାଣ୍ଟ ରେ ପ୍ରସ୍ତୁତ ହେଉଥିବା ମିଠା ଦହି ଖାଇବାକୁ ଦିଆଯାଇଥିଲା । ନବୀନ ବ୍ୟାଟେରୀ ଗାଡିରେ ବସିକି କି ହିଁ ମିଠା ଦହି ଖାଇଥିଲେ । ଦହି ଖାଇବା ପରେ ଏହା ବହୁତ ସ୍ୱାଦିଷ୍ଟ ଏବଂ ଏହାକୁ ନିଶ୍ଚୟ ଅର୍ଡର କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡାଏରୀ ପ୍ଲାଣ୍ଟ ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଓମଫେଡର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଥିବା କହିଛନ୍ତି । ପ୍ଲାଣ୍ଟ ରୁ ପ୍ରତିଦିନ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହୋଇପାରିବ । ପରେ ୧୦ ଲକ୍ଷ ଲିଟରକୁ ବୃଦ୍ଧି ପାଇବ । ଏଥିରୁ ଉନ୍ନତମାନର ଲସି,ଘିଅ,ପନିର ଉତ୍ପାଦନ ହୋଇପାରିବ । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓମଫେଡ କାର୍ଯ୍ୟ କରିଆସୁଛି । ଏହା ଦ୍ୱାରା ଦୁଗ୍ଧ ଚାଷୀଙ୍କ ରୋଜଗାର ମଧ୍ୟ ବଢିବ । ଓମଫେଡର ଏହି ଡାଏରୀ ପ୍ଲା ଣ୍ଟ ହେବା ଦ୍ୱାରା ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି କହିଥିଲେ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ରୋଜଗାର ବଢାଇବା ସରକାରଙ୍କ ମୂଳ ଲକ୍ଷ୍ୟ । ଗତ ଦୁଇ ଦଶକର ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ ଥିବା ବେଳେ ୨୦୨୦ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଡାଏରୀ ଫାର୍ମିଂ ୟୁନିଟ ପ୍ରୋସେସିଂ ପ୍ଲାଣ୍ଟ ପାଇଁ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା କାଳରେ ଦୁଗ୍ଧ ଚାଷୀଙ୍କୁ ସରକାର ୬ହଜାର ଟଙ୍କା ଲେଖାଁଏ ସହାୟତା ଯୋଗାଇଦେଇଥିଲେ ।ସରକାର ଚାଷୀଙ୍କ ସହ ସବୁବେଳେ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.