ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବିବାହ କଲେ ମଲାଲା…

0

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏନେଇ ମଲାଲା ୟୁସୁଫଜାଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ମିଂହୋମ ସ୍ଥିତ ଘରେ ବିବାହ ଅବସରରେ ଏକ ଛୋଟ ସମାରୋହର ଆୟୋଜନ କରାଯାଇଥିଲା । ମଲାଲା ଟୁଇଟ କରି ଲେଖିଛନ୍ତି ଯେ, ଆଜିର ଦିନ ମୋ ଜୀବନର ଏକ ମୂଲ୍ୟବାନ ଦିନ । ଜୀବନ ସାରା ସାଥୀ ହୋଇ ରହିବାକୁ ଆସର ଓ ସେ ବିବାହ କରୁଛନ୍ତି ।

ମଲାଲା ଆହୁରି ଲେଖିଛନ୍ତି ଯେ, ବର୍ମିଂହୋମ ସ୍ଥିତ ଘରେ ନିକାହ ସମାରୋହ ହୋଇଥିଲା,ଯେଉଁଥିରେ ଦୁଇ ପରିବାରର ଲୋକ ସାମିଲ ହୋଇଥିଲେ । ମଲାଲା ନିଜ ନୂଆ ଜୀବନର ଆରମ୍ଭକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ତାଙ୍କ ଶୁଭଚିନ୍ତକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମଲାଲା ଟୁଇଟ ସହିତ ବିବାହର ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଗୋଲାପୀ ରଙ୍ଗର ଲେହେଙ୍ଗା ଓ କିଛି ଅଳଙ୍କାର ପିନ୍ଧିଥିବା ନଜର ଆସିଛନ୍ତି । ତାଙ୍କ ସ୍ୱାମୀ ଆସର ମଧ୍ୟ ଏକ ସୁଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି ।

ଉଭୟଙ୍କ ଯୋଡିକୁ ସୋସିଆଲ ମିଡିଆରେ ଲୋକେ ବହୁତ ପସନ୍ଦ କରିଛନ୍ତି । ମଲାଲାଙ୍କ ବାପା ଜିଆଉଦ୍ଦିନ ୟୁସୁଫଜାଇ ମଧ୍ୟ ଟୁଇଟରରେ ପୋଷ୍ଟ କରି ବିବାହ ନେଇ ସୂଚନା ଦେଇଛନ୍ତି । ତେବେ ମଲାଲାଙ୍କ ଟୁଇଟକୁ ନେଇ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ଟୁଇଟର କିଛି ସମୟ ମଧ୍ୟରେ ହିଁ ୭୦ ହଜାରରୁ ଅଧିକ ଲାଇକ ଓ ୬ ହଜାରରୁ ଅଧିକ ରି ଟୁଇଟ କରିଛନ୍ତି ।

ମଲାଲା ଯେତେବେଳେ ୧୫ ବର୍ଷର ଥିଲେ ସେତେବେଳେ ଝିଅ ମାନଙ୍କ ଶିକ୍ଷା ଓ ଶାନ୍ତ ପାଇଁ ସ୍ୱର ଉତ୍ତୋଳନ କରିବାରୁ ତାଲିବାନୀ ମାନେ ଅକ୍ଟୋବର ୯, ୨୦୧୨ରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ମଲାଲା ଓ ତାଙ୍କ ସାଥୀ ମାନେ ଯେଉଁ ବସରେ ସ୍କୁଲ ଯାଉଥିଲେ ତାଲିବାନୀ ଆତଙ୍କୀମାନେ ସେହି ବସରେ ଚଢି ପଚାରିଥିଲେ ମଲାଲା କିଏ?ଏହା ପରେ ସମସ୍ତେ ଚୁପ ରହିବା ପରେ ସିଧା ମଲାଲାଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଯାହା ତାଙ୍କର ମୁଣ୍ଡରେ ବାଜିଥିଲା । ମଲାଲାଙ୍କ ଉପରେ ତାଲିବାନୀ ଆତଙ୍କବାଦୀ ମାନେ କରିଥିବା ଆକ୍ରମଣକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଥିଲା । ସାରା ବିଶ୍ୱରେ ମଲାଲାଙ୍କ ସମର୍ଥନରେ ସ୍ୱର ଉଠିଥିଲା । ଏହା ପରେ ମଲାଲା ଆଉ ପଛକୁ ଚାହିଁନଥିଲେ । ମହିଳାମାନଙ୍କ ପାଇଁ ବିଶ୍ୱ ସାମ୍ନାରେ ସ୍ୱର ଉତ୍ତୋଳନ କରି ତାଲିବାନୀଙ୍କୁ କଡ଼ା ଜବାବ ଦେଇଥିଲେ । ୨୦୧୪ରେ ମଲାଲା ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ମଲାଲା ୧୭ ବର୍ଷ ବୟସରେ ସର୍ବକନିଷ୍ଠ ନୋବେଲ ବିଜେତା ଭାବେ ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.