ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସେମିଫାଇନାଲ ପୂର୍ବରୁ ପାକ୍‌ର ବଢିଲା ଚିନ୍ତା

0

ଟି ୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିସାରିଛି ନ୍ୟୁଜିଲାଣ୍ଡ। ଆଜି ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ମହାମୁକାବିଲା ପୂର୍ବରୁ ପାକିସ୍ତାନର ବଢିଛି ଚିନ୍ତା। ଫର୍ମରେ ଥିବା ସୋଏବ ମଲ୍ଲିକ ଓ ମହମ୍ମଦ ରିଜୱାନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିପାଇଁ ଏହି ଦୁଇ ଖେଳାଳି ମ୍ୟାଚ ପୂର୍ବରୁ ଅଭ୍ୟାସରେ ସାମିଲ ହୋଇନଥିଲେ।

ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଦୁଇ ଖେଳାଳିଙ୍କ ସ୍ଥାନରେ ସରଫରାଜ ଅହମ୍ମଦ. ହେଦର ଅଲ୍ଲୀଙ୍କୁ ଦଳରେ ସାମିଲ କରାଯିବା ନେଇ ପ୍ରସ୍ତୁତ ରଖାଯାଇଛି। ତେବେ ସୋଏବ ମଲ୍ଲିକ ଓ ମହମ୍ମଦ ରିଜୱାନଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଥିବା ବେଳେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ମ୍ୟାଚ ପୂର୍ବରୁ ଉଭୟଙ୍କୁ ନେଇ କିଛି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ।

ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ପାକିସ୍ତାନର ଚିନ୍ତା ବଢିଯାଇଛି। ଉଭୟ ସୋଏମ ମଲ୍ଲିକ ଓ ମହମ୍ମଦ ରିଜୱାନ ଏବେ ଭଲ ଫର୍ମରେ ଅଛନ୍ତି।ସୋଏବ ମଲ୍ଲିକ ପୂର୍ବ ମ୍ୟାଚରେ ୧୮ ବଲରେ ୫୪ ରନ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଟି ୨୦ ବିଶ୍ୱକପରେ ପାକିସ୍ତାନ ଭଲ ଫର୍ମର ଅଛି। ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ,ଭାରତ, ନ୍ୟୁଜିଲାଣ୍ଡ,ଆଫଗାନିସ୍ତାନ,ନାମିବିଆ, ଏବଂ ସ୍କଟଲାଣ୍ଡକୁ ପରାସ୍ତ କରିଛି।

ସମସ୍ତ ମ୍ୟାଚରେ ବିଜୟ ହାସଲ କରି ପାକିସ୍ତାନ ଗ୍ରୁପ ୨ରୁ ସେମିଫାଇନାଲରେ ପହଞ୍ଚିଥିବା ପ୍ରଥମ ଟିମ ଥିଲା। ପାକିସ୍ତାନର ନଜର ଏବେ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ନିଜର ଯାଗା ପକ୍କା କରିବା। ଯଦି ଅଷ୍ଟ୍ରେଲିଆ କଥା କହିବା ତାହା ହେଲେ, ଗ୍ରୁପ ୧ରେ ରହିକି ସେ ୫ ମ୍ୟାଚରୁ ୪ ମ୍ୟାଚରେ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଏବେ ଯାଏଁ ଗୋଟିଏ ବି ଟି ୨୦ ବିଶ୍ୱକପ ଜିତି ନାହିଁ। ଯଦି ଓ ପାକିସ୍ତାନ ଗୋଟେ ଟ୍ରଫି ନିଜ ନାଁରେ କରିସାରିଛି।

Leave A Reply

Your email address will not be published.