ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସେମିଫାଇନାଲ ପୂର୍ବରୁ ପାକ୍‌ର ବଢିଲା ଚିନ୍ତା

0

ଟି ୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିସାରିଛି ନ୍ୟୁଜିଲାଣ୍ଡ। ଆଜି ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ମହାମୁକାବିଲା ପୂର୍ବରୁ ପାକିସ୍ତାନର ବଢିଛି ଚିନ୍ତା। ଫର୍ମରେ ଥିବା ସୋଏବ ମଲ୍ଲିକ ଓ ମହମ୍ମଦ ରିଜୱାନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିପାଇଁ ଏହି ଦୁଇ ଖେଳାଳି ମ୍ୟାଚ ପୂର୍ବରୁ ଅଭ୍ୟାସରେ ସାମିଲ ହୋଇନଥିଲେ।

ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଦୁଇ ଖେଳାଳିଙ୍କ ସ୍ଥାନରେ ସରଫରାଜ ଅହମ୍ମଦ. ହେଦର ଅଲ୍ଲୀଙ୍କୁ ଦଳରେ ସାମିଲ କରାଯିବା ନେଇ ପ୍ରସ୍ତୁତ ରଖାଯାଇଛି। ତେବେ ସୋଏବ ମଲ୍ଲିକ ଓ ମହମ୍ମଦ ରିଜୱାନଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଥିବା ବେଳେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ମ୍ୟାଚ ପୂର୍ବରୁ ଉଭୟଙ୍କୁ ନେଇ କିଛି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ।

ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ପାକିସ୍ତାନର ଚିନ୍ତା ବଢିଯାଇଛି। ଉଭୟ ସୋଏମ ମଲ୍ଲିକ ଓ ମହମ୍ମଦ ରିଜୱାନ ଏବେ ଭଲ ଫର୍ମରେ ଅଛନ୍ତି।ସୋଏବ ମଲ୍ଲିକ ପୂର୍ବ ମ୍ୟାଚରେ ୧୮ ବଲରେ ୫୪ ରନ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଟି ୨୦ ବିଶ୍ୱକପରେ ପାକିସ୍ତାନ ଭଲ ଫର୍ମର ଅଛି। ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ,ଭାରତ, ନ୍ୟୁଜିଲାଣ୍ଡ,ଆଫଗାନିସ୍ତାନ,ନାମିବିଆ, ଏବଂ ସ୍କଟଲାଣ୍ଡକୁ ପରାସ୍ତ କରିଛି।

ସମସ୍ତ ମ୍ୟାଚରେ ବିଜୟ ହାସଲ କରି ପାକିସ୍ତାନ ଗ୍ରୁପ ୨ରୁ ସେମିଫାଇନାଲରେ ପହଞ୍ଚିଥିବା ପ୍ରଥମ ଟିମ ଥିଲା। ପାକିସ୍ତାନର ନଜର ଏବେ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ନିଜର ଯାଗା ପକ୍କା କରିବା। ଯଦି ଅଷ୍ଟ୍ରେଲିଆ କଥା କହିବା ତାହା ହେଲେ, ଗ୍ରୁପ ୧ରେ ରହିକି ସେ ୫ ମ୍ୟାଚରୁ ୪ ମ୍ୟାଚରେ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଏବେ ଯାଏଁ ଗୋଟିଏ ବି ଟି ୨୦ ବିଶ୍ୱକପ ଜିତି ନାହିଁ। ଯଦି ଓ ପାକିସ୍ତାନ ଗୋଟେ ଟ୍ରଫି ନିଜ ନାଁରେ କରିସାରିଛି।

Leave A Reply

Your email address will not be published.