ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଖୁବ ଶୀଘ୍ର ବାହା ହେବେ ଅଙ୍କିତା

0

ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି କାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଛାଇ ରହୁଛନ୍ତି । ଚର୍ଚ୍ଚା ହେଉଛି ଯେ,ଅଙ୍କିତା ଖୁବ ଶୀଘ୍ର ପୁରୁଷ ବନ୍ଧୁ ବିକି ଜୈନଙ୍କୁ ବିବାହ କରିବେ । ଏହାରି ଭିତରେ ଅଙ୍କିତା କଷ୍ଟମାଇଜ ହୋଇଥିବା ଚପଲର ଏକ ଫଟୋ ସେୟାର କରିଛନ୍ତି । ଯାହା ତାଙ୍କ ବିବାହ କରିବା ନେଇ ସଙ୍କେତ ଦେଉଛି ।

ଅଙ୍କିତା ଇନଷ୍ଟାଗ୍ରାମ ଷ୍ଟୋରିରେ ତାଙ୍କର ୩ ଯୋଡି ଚପଲର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଗୋଟେ ଚପଲରେ ‘ବ୍ରାଇଡ ଟୁ ବି’ ଲେଖାଯାଇଛି । ତାଙ୍କୁ ଏହି ଉପହାର ଏକ ଜୋତା ଦୋକାନରୁ ମିଳିଥିବା ଜଣାପଡିଛି । ଜୋତା ବକ୍ସରେ ମଧ୍ୟ ଲେଖାଯାଇଛି ‘ହାପି ବ୍ରାଇଡ’ । ତେବେ ଏହି ଉପହାରକୁ ଦେଖି ଏବେ ଏହା କୁହାଯାଇପାରିବ ଯେ ଅଙ୍କିତା ବହୁତ ଜଲଦି ଦୁଲହନି ବନିବାକୁ ଯାଉଛନ୍ତି ।

ଏହା ପୂର୍ବରୁ ଇ ଟାଇମ୍ସ ଅଙ୍କିତା ଓ ବିକି ଜୈନଙ୍କ ବିବାହର ସବିଶେଷ ତଥ୍ୟ ସେୟାର କରିଥିଲା । ରିପୋର୍ଟ ମୁତାବକ, ଅଙ୍କିତା ଓ ବିକି ଆସନ୍ତା ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଖବର ତ ଏହା ବି ରହିଛି ଯେ, ଡିସେମ୍ବର ୧୨,୧୩,୧୪ରେ ଉଭୟ ବିବାହ କରିବେ । ତେବେ ଏନେଇ ଏଯାଏଁ କେହି ସ୍ପଷ୍ଟ କରିନାହାଁନ୍ତି । ଆଶା କରାଯାଉଛି ଯେ, ଅଙ୍କିତା ନିଜ ବିବାହ ଖବର ଖୁବ ଶୀଘ୍ର ଦେବେ । ଅଙ୍କିତା, ବିକିଙ୍କ ସହ ଥିବା ସଂପର୍କକୁ ନେଇ କେବେ କାହାକୁ ଲୁଚାଇନାହାଁନ୍ତି ।

ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଙ୍କିତା ଭାଙ୍ଗିପଡିଥିବା ବେଳେ ବିକି ତାଙ୍କୁ ବହୁତ ସମ୍ଭାଳିଥିଲେ କରିଥିଲେ । ତା ପରେ ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ସାମନାକୁ ଆସିଥିଲା । ବିକି ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବାକୁ ମଧ୍ୟ ଲୋକଙ୍କୁ ଅପିଲ କରିଥିଲେ । ତେବେ ସମୟ ସହିତ ଅଙ୍କିତା ଧିରେ ଧିରେ ନିଜକୁ ମଜବୁତ କରିଥିଲେ , ଏବଂ ବିକି ଏତେ ମାତ୍ରାରେ ସର୍ପୋଟ କରିଥିବାରୁ ଅଙ୍କିତା ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏବେ ଉଭୟ ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.